Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 140

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
    ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
    ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।

ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
    ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
    ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
    ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
    ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
    ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
    ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
    ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।

ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
    ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
    ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
    ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
    ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
    ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
    ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
    ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

ଗୀତସଂହିତା 142

ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।

142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
    ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
    ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
    କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
    ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

ମୋର ଚତୁର୍ପାର୍ଶ୍ୱରେ
    କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
    କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
    “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
    ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
    ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
    କାରଣ ତୁମ୍ଭେ ମୋର ଯତ୍ନ ନେଲ।

ଗୀତସଂହିତା 141

ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।

141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
    ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
    ଯଥା ଶୀଘ୍ର ମୋତେ ସାହାଯ୍ୟ କର।
ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
    ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।

ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
    କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
    ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
    ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
    ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
    ମୁଁ ଏହା ହାର୍ଦ୍ଦିକ ସ୍ୱାଗତ [a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
    ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।

ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
    ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
    ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
    ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
    ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
    ସେହି ଅବସରରେ ମୁଁ ରକ୍ଷା ପାଏ।

ଗୀତସଂହିତା 143

ଦାଉଦଙ୍କର ଏକ ଗୀତ।

143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
    ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
    କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
    ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
    ମୁଁ ମୋର ସାହସ ହରାଉଛି।
ମୁଁ ପୁରୁଣା ଦିନସବୁ ମନେ ପକାଏ।
    ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
    ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
    ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
    ମୁଁ ମୋର ସାହସ ହରାଇଛି।
ମୋ’ଠାରୁ ଦୂରେଇ ଯାଅ ନାହିଁ।
    ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
    ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
    କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
    ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
    ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
    ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
    ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
    ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
    କାରଣ ମୁଁ ତୁମ୍ଭର ସେବକ ଅଟେ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 19:24-43

ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବାକୁ ଗଲେ

24 ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା’ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା’ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା। 25 ଯେତେବେଳେ ମଫୀବୋଶତ୍ ରାଜାଙ୍କୁ ଯିରୁଶାଲମରେ ଦେଖା କଲା, “ରାଜା ପଗ୍ଭରିଲେ ତୁମ୍ଭେ କାହିଁକି ମୋ’ ସହିତ ଗଲ ନାହିଁ?”

26 ମଫୀବୋଶତ୍ ଉତ୍ତର ଦେଲା, “ହେ ମୋର ପ୍ରଭୁ ମହାରାଜ, ମୋର ଦାସ ମୋତେ ପ୍ରବଞ୍ଚନା କଲା। ମୁଁ ତ ଛୋଟା ତେଣୁ ମୁଁ ମୋ’ ଦାସ ସୀବଃକୁ କହିଲି, ‘ଏକ ଗଧ ସଜାଇବା ପାଇଁ, ଯେଉଁଥିରେ ମୁଁ ଯାଇ ମୋର ରାଜାଙ୍କୁ ଦେଖା କରିବି।’ 27 କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ। 28 ଆପଣ ମୋର ଜେଜେବାପାଙ୍କର ସମସ୍ତ ପରିବାରକୁ ହତ୍ୟା କରି ପାରିଥା’ନ୍ତେ, କିନ୍ତୁ ଆପଣ ତାହା କଲେ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହି ହେତୁ ଏବେ ମହାରାଜାଙ୍କ ନିକଟରେ ଆଉ ଆପତ୍ତି କରିବା ପାଇଁ ମୋର କେଉଁ ଅଧିକାର ଅଛି?”

29 ରାଜା ମଫୀବୋଶତକୁ କହିଲେ, “ତୁମ୍ଭର ସମସ୍ୟା ବିଷୟରେ ଆଉ କିଛି କୁହ ନାହିଁ। ମୁଁ କହୁଅଛି ତୁମ୍ଭେ ଓ ସୀବଃ ସେହି ଭୂମିକୁ ବାଣ୍ଟି ନିଅ।”

30 ମଫୀବୋଶତ୍ ରାଜାଙ୍କୁ କହିଲେ, “ହେଉ, ମୋର ପ୍ରଭୁ ମହାରାଜା, ଆପଣ ନିରାପଦରେ ଗୃହକୁ ଫେରି ଆସିଛନ୍ତି, ତାହା ହିଁ ଯଥେଷ୍ଟ। ତେଣୁ ସୀବଃ ସବୁକିଛି ନେଇଯାଉ।”

ଦାଉଦ ବର୍ସିଲ୍ଲୟଙ୍କୁ ନିଜ ସହିତ ଆସିବାକୁ କହିଲେ

31 ଗିଲିୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା। ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ସୁରକ୍ଷା ଦେବା ପାଇଁ ତାଙ୍କ ସଙ୍ଗେ ପାର ହୋଇଗଲା। 32 ବର୍ସିଲ୍ଲୟ ଜଣେ ଅତି ବୃଦ୍ଧ ଲୋକ ଥିଲା। ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଅତି ବଡ଼ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାହାଙ୍କୁ ଖାଦ୍ୟ ସାମଗ୍ରୀ ସମସ୍ତ ଯୋଗାଉ ଥିଲା। 33 ଦାଉଦ ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସହିତ ନଦୀ ପାର ହୋଇ ଆସ। ମୁଁ ତୁମ୍ଭକୁ ଯିରୁଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”

34 କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି? 35 ମୁଁ ଅଶୀ ବର୍ଷର ଜଣେ ବୃଦ୍ଧ। ମୁଁ ଭଲମନ୍ଦ ବାରିବା ପାଇଁ ବହୁତ ଦକ୍ଷ। ମୁଁ ଯାହା ଭୋଜନ କି ପାନକରେ କ’ଣ ତହିଁର ସ୍ୱାଦ ଭଲ ଭାବରେ ବାରିପାରେ? ମୁଁ ଗାୟକ କି ଗାୟୀକାମାନଙ୍କର ସ୍ୱର ବାରିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଭାର ସ୍ୱରୂପ ହେବି? 36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ମୁଁ ଏତେଗୁଡ଼ିଏ ସାମଗ୍ରୀ ଦରକାର କରେ ନାହିଁ। ଯାହା ଆପଣ ମୋତେ ପୁରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି। 37 ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି‌ମ୍‌ହ‌‌ମ୍‌କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।”

38 ତା’ପରେ ରାଜା ଉତ୍ତର ଦେଲେ, “କି‌ମ୍‌ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”

ଦାଉଦ ଗୃହକୁ ଫେରିଲେ

39 ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।

40 ରାଜା ଯର୍ଦ୍ଦନ ପାର ହୋଇ ଗି‌ଲ୍‌ଗ‌ଲ୍‌କୁ ଗଲେ ଓ କି‌ମ୍‌ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ।

ଇସ୍ରାଏଲୀୟମାନେ ଯିହୁଦାର ଲୋକମାନଙ୍କ ସହିତ ଯୁକ୍ତିତର୍କ କଲେ

41 ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”

42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଲେ, “ରାଜା ଆମ୍ଭମାନଙ୍କ ବଂଶର ଅନ୍ତର୍ଭୁକ୍ତ ଅଟନ୍ତି। ତେବେ ତୁମ୍ଭେମାନେ କାହିଁକି କ୍ରୋଧ କରୁଅଛ? ଆମ୍ଭେମାନେ ରାଜାଙ୍କର ଖର୍ଚ୍ଚରେ କିଛି ଖାଇ ନାହୁଁ କିମ୍ବା ରାଜା ଆମ୍ଭକୁ ଭେଟି ଦେଇ ନାହାନ୍ତି?”

43 ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି [a] ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?”

କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24:24-25:12

ଫେଲୀ‌କ୍‌ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା

24 କିଛି ଦିନ ପରେ ଫେଲୀ‌କ୍‌ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀ‌କ୍‌ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀ‌କ୍‌ସ୍ ଭୟଭୀତ ହୋଇଗଲେ। ଫେଲୀ‌କ୍‌ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” 26 କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।

27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।

ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା

25 ତା’ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା’ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”

ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”

କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”

10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”

12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”

ମାର୍କ ଲିଖିତ ସୁସମାଗ୍ଭର 12:35-44

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର(A)

35 ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 36 ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ,

‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ:
ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ,
    ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’(B)

37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।

ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ(C)

38 ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। 39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। 40 ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”

ଏକ ବିଧବାର ପ୍ରକୃତ ଦାନ(D)

41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।

43 ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center