Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ଦାଉଦଙ୍କ ବିଷୟରେ ଅହୀଥୋଫଲଙ୍କ ପରାମର୍ଶ
17 ଅହୀଥୋଫଲ ଅବଶାଲୋମକୁ କହିଲା, “ମୁଁ 12,000 ଲୋକ ବାଛିବି ଓ ଆଜି ରାତିରେ ଦାଉଦଙ୍କର ପଛେ ଯାଅ। 2 ସେ କ୍ଳାନ୍ତ ଓ ଦୁର୍ବଳ ଥିବା ବେଳେ ମୁଁ ତାହାକୁ ଆକ୍ରମଣ କରି ଭୟ ଦେଖାଇବି, ତହିଁରେ ସମସ୍ତ ଲୋକମାନେ ପଳାୟନ କରିବେ। ମୁଁ କେବଳ ରାଜାଙ୍କୁ ହତ୍ୟା କରିବି। 3 ତା’ପରେ ମୁଁ ସମସ୍ତ ଲୋକଙ୍କୁ ଫେରାଇ ଆଣିବି। ଯଦି ଦାଉଦ ମରିଯାଏ, ତେବେ ମୁଁ ସମସ୍ତ ଲୋକଙ୍କୁ ଶାନ୍ତିରେ ଫେରାଇ ଆଣିବି।”
4 ଏ କଥା ଅବଶାଲୋମ ଓ ତାଙ୍କର ସମସ୍ତ ଇସ୍ରାଏଲର ନେତୃବର୍ଗମାନଙ୍କର ମନକୁ ପାଇଲା। 5 କିନ୍ତୁ ଅବଶାଲୋମ କହିଲେ, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ’ଣ କହୁଅଛି ଶୁଣିବା।”
ହୂଶୟ ଅହୀଥୋଫଲଙ୍କର ପରାମର୍ଶକୁ ନଷ୍ଟ କଲେ
6 ତେଣୁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ଅବଶାଲୋମ ତାଙ୍କୁ କହିଲା, “ଅହୀଥୋଫଲ ଏପରି କହୁଅଛି, ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯେବେ ନ କରିବା ତେବେ ତୁମ୍ଭେ କୁହ।”
7 ହୂଶୟ ଅବଶାଲୋମକୁ କହିଲା, “ଅହୀଥୋଫଲଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନୁହେଁ।” 8 ହୂଶୟ ପୁଣି କହିଲା, “ଆପଣ ନିଜର ବାପାଙ୍କୁ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସେମାନେ ବୀର ଓ କ୍ଷେତ୍ରରେ ଛୁଆ ହରା ବନ୍ୟ ଭଲ୍ଲୁକପରି। ପୁଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। 9 ଦେଖନ୍ତୁ, ସେ ଏବେ କୌଣସି ଗୁମ୍ଫାରେ, ରାସ୍ତାରେ କି ଅନ୍ୟ କୌଣସି ସ୍ଥାନରେ ଲୁଚୁଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମେ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶୁଣିବେ, ସେମାନେ ଭାବିବେ, ‘ଅବଶାଲୋମର ଅନୁସରଣକାରୀମାନେ ହତାଶ ହେଉଛନ୍ତି।’ 10 ତା’ପରେ ଯଦିଓ ସାହସୀ ଲୋକମାନଙ୍କ ପରି ଯେଉଁମାନେ ଗୋଟିଏ ସିଂହ ପରି ସାହସୀ ଅଟନ୍ତି, ଭୟଭୀତ ହେବେ। କାରଣ ସମସ୍ତ ଇସ୍ରାଏଲୀୟଗଣ ଜାଣନ୍ତି ଯେ, ତୁମ୍ଭର ପିତା ଗୋଟିଏ ସାହସୀ ଯୋଦ୍ଧା ଏବଂ ତାଙ୍କର ଲୋକମାନେ ମଧ୍ୟ ବଳଶାଳୀ ଅଟନ୍ତି।
11 “ମାତ୍ର ମୋର ମନ୍ତ୍ରଣା ଏହି ଯେ, ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲୀୟମାନେ ସମୁଦ୍ର ଓ ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହୁଅନ୍ତୁ। ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ। 12 ସେଥିପାଇଁ ସେମାନେ ଯେଉଁଠାରେ ଲୁଚନ୍ତୁ ନା, ଆମ୍ଭେମାନେ ସେଠାରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବାପରି ତାଙ୍କ ଉପରେ ପଡ଼ିବୁ। ଏବଂ ଆମ୍ଭେମାନେ ଦାଉଦ ଓ ତାଙ୍କର ଲୋକମାନଙ୍କୁ ହତ୍ୟା କରିବୁ ଜଣକୁ ବି ଜୀବନ୍ତ ଛାଡ଼ିବୁ ନାହିଁ। 13 ଆହୁରି ଯେବେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲୀୟମାନେ ସେହି ନଗରକୁ ଦଉଡ଼ି ନେଇ ପଳାୟନ କରିବେ ଓ ଆମ୍ଭେମାନେ ନଗରର ପ୍ରାଚୀରକୁ ଭାଙ୍ଗି ଦେବୁ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ଉପତ୍ୟକାକୁ ଟାଣିଦେବୁ।”
14 ଅବଶାଲୋମ ଓ ସମସ୍ତ ଇସ୍ରାଏଲୀୟ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ ଥିଲା।” ସେମାନେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକାରେ ଅବଶାଲୋମକୁ ଦଣ୍ତ ଦେବା ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।
ଦାଉଦଙ୍କୁ ହୂଶୟଙ୍କର ଚେତାବନୀ
15 ହୂଶୟ ଏହିସବୁ ସାଦୋକ ଓ ଅବିୟାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକୁ ଓ ଇସ୍ରାଏଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦେଇଥିଲା। ମାତ୍ର ମୁଁ ଏପରି ମନ୍ତ୍ରଣା ଦେଲି। 16 “ତେଣୁ ଶୀଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକୁ ପଠାଅ ଏବଂ ତାଙ୍କୁ କୁହ। ସେହିଠାରେ ରାତ୍ରି କଟାଅ ନାହିଁ, ଯେଉଁଠାରେ ଲୋକମାନେ ମରୁଭୂମି ଭିତରକୁ ପାର ହୋଇଥିଲେ। ଏକାଥରେ ଯର୍ଦ୍ଦନ ନଦୀ ପାର ହୋଇ ଗ୍ଭଲିଯାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହେବେ।”
17 ଯାଜକର ପୁତ୍ର ଯୋନାଥନ ଓ ଅହୀମାସ୍ ଐନ୍ରୋଗେଲରେ ଅପେକ୍ଷା କରୁଥିଲେ, ଯେହେତୁ ସେମାନେ ନଗର ଭିତରକୁ ଯିବାକୁ ଗ୍ଭହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରୁ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା’ପରେ ସେମାନେ ଗଲେ ଓ ରାଜା ଦାଉଦଙ୍କୁ କହିଲେ।
18 ମାତ୍ର ଏକ ପିଲା ସେମାନଙ୍କୁ ଦେଖି ଅବଶାଲୋମକୁ ଜଣାଇଲା। ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତା’ର ପ୍ରାଙ୍ଗଣରେ ଏକ କୂଅ ଥିବାରୁ ସେମାନେ ସେଠାରେ ଲୁଚି ଗଲେ। 19 ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣି ନେଇ କୂଅ ମୁହଁରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲେ। ଏଣୁ କିଛି ଜଣା ପଡ଼ିଲା ନାହିଁ। 20 ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଗ୍ଭରିଲେ, “ଅହୀମାସ ଓ ଯୋନାଥନ କାହାନ୍ତି?”
ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।”
ତହିଁରେ ସେମାନେ ଖୋଜି ନ ପାଇବାରୁ ଯିରୁଶାଲମକୁ ଫେରିଗଲେ।
21 ଏଣୁ ସେମାନେ ଗଲାପରେ ସେ ଦୁଇ ଜଣ କୂଅ ମଧ୍ୟରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ। ସେମାନେ ଦାଉଦଙ୍କୁ କହିଲେ, “ଆପଣମାନେ ଏଠାରୁ ଶୀଘ୍ର ନଦୀ ପାର ହୋଇ ଗ୍ଭଲି ଯାଆନ୍ତୁ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିପରି ଭାବରେ ମନ୍ତ୍ରଣା ଦେଇଛନ୍ତି।”
22 ଏହା ପରେ ଦାଉଦ ଓ ତାଙ୍କର ସମସ୍ତ ସାଙ୍ଗଲୋକ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ପ୍ରଭାତ ଆଲୁଅ ସମୟକୁ ଯେ ଯର୍ଦ୍ଦନ ପାର ହୋଇ ଯାଇ ନ ଥିଲା। ଏହିପରି କେହି ହେଲେ ରହିଲେ ନାହିଁ।
ଅହୀଥୋଫଲଙ୍କର ଆତ୍ମହତ୍ୟା
23 ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।
6 ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।” [a] 7 ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। 8 ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।” [b] 9 ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।
10 କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥା [c]ରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।” [d] 11 ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।” [e]
12 କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।” [f] 13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, [g] ସେ ଲୋକଟି ଅଭିଶାପଗ୍ରସ୍ତ।” [h] 14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା।
30 “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।
ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ
31 “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। 32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ।
33 “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। 34 ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। 35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।
36 “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। 37 ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। 38 ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। 39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହେ। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।
41 “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। 42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। 43 ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। 44 ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। 45 ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। 46 ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। 47 କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।”
2010 by World Bible Translation Center