Book of Common Prayer
ଶଲୋମନଙ୍କର ଗୀତ।
72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
2 ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
4 ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
5 ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
6 ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
7 ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
8 ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12 ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।
20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।
ଇୟୂଦ୍
73 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି?
ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74 ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ।
କାରଣ ମୁଁ ତୁମ୍ଭଠାରେ ଭରସା କରେ।
75 ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ।
ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76 ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ।
ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77 ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ।
ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78 ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି।
ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79 ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ।
ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80 ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
କଫ୍
81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।
ଲାମଦ୍
89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି,
ତୁମ୍ଭର ବ୍ୟବସ୍ଥା ଛଡ଼ା।
ଅବ୍ନରଙ୍କର ମୃତ୍ୟୁ
22 ଯୋୟାବ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫେରିଲେ। ଏବଂ ସେମାନେ ସେମାନଙ୍କ ସହିତ ଶତ୍ରୁମାନଙ୍କଠାରୁ ବହୁ ମୂଲ୍ୟବାନ ପଦାର୍ଥ ସଙ୍ଗରେ ଆଣିଥିଲେ। ଅବ୍ନର ହିବ୍ରୋଣରେ ସେତେବେଳେ ଦାଉଦଙ୍କ ସଙ୍ଗରେ ନ ଥିଲେ। କାରଣ ସେ ତାଙ୍କୁ ଯିବାକୁ ଦେଇଥିବାରୁ ସେ ସେଠାରୁ ଶାନ୍ତିରେ ସ୍ଥାନ ପରିତ୍ୟାଗ କରିଥିଲେ। 23 ଯୋୟାବ ଓ ତାଙ୍କର ସୈନ୍ୟମାନେ ହିବ୍ରୋଣଠାରେ ପହଞ୍ଚିଲେ। ସୈନ୍ୟମାନେ ଯୋୟାବକୁ କହିଲେ, “ନରର ପୁତ୍ର ଅବ୍ନର ଦାଉଦଙ୍କ ନିକଟକୁ ଆସିଥିଲା ଓ ଦାଉଦ ଅବ୍ନରକୁ ଶାନ୍ତିରେ ଯିବାକୁ ଦେଲେ। ସେଥିପାଇଁ ସେ ନିରାପଦରେ ଫେରିଗଲା।”
24 ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ। 25 ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପୁତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକୁ ଛଳନା କରିବାକୁ ଆସିଥିଲା ଓ ଆପଣ କ’ଣ କରୁଥିଲେ ତାହା ଖୋଜିବାକୁ ସେ ଆସିଥିଲା।”
26 ଯୋୟାବ ଦାଉଦଙ୍କ ନିକଟରୁ ଆସିଲେ ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକୁ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରୁ ଅବ୍ନରକୁ ଫେରାଇ ଆଣିଲେ। କିନ୍ତୁ ଏ କଥା ଦାଉଦଙ୍କୁ ଅଜଣା ଥିଲା। 27 ଯେତେବେଳେ ଅବ୍ନର ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅବ୍ନରକୁ ସେହିଠାରେ ତାଙ୍କ ପେଟରେ ଖଡ଼୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସାହେଲ୍କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅବ୍ନରକୁ ହତ୍ୟା କଲେ।
ଦାଉଦ ଅବ୍ନରଙ୍କ ପାଇଁ କାନ୍ଦିଲେ
28 ଏହା ପରେ ଦାଉଦ ଏ କଥା ଜାଣିବାକୁ ପାଇଲେ, ଏବଂ କହିଲେ, “ନରର ପୁତ୍ର ଅବ୍ନର ରକ୍ତପାତ ବିଷୟରେ ସବୁ ବେଳେ ମୁଁ ଓ ମୋର ରାଜ୍ୟ ନିର୍ଦ୍ଦୋଷୀ। ସଦାପ୍ରଭୁ ଏହି ବିଷୟରେ ଜାଣନ୍ତି। 29 ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”
30 ଯୋୟାବ ଓ ତା’ର ଭାଇ ଅବୀଶୟ ଅବ୍ନରକୁ ହତ୍ୟା କଲେ, କାରଣ ଅବ୍ନର ସେମାନଙ୍କର ଭାଇ ଅସାହେଲ୍କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ।
31-32 ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦୁଃଖଦ ବସ୍ତ୍ର ପିନ୍ଧ, ଅବ୍ନର ପାଇଁ ରୋଦନ କର।” ସେମାନେ ହିବ୍ରୋଣଠାରେ ଅବ୍ନରକୁ କବର ଦେଲେ। ରାଜା ଦାଉଦ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହୋଇ ରୋଦନ କଲେ।
33 ରାଜା ଦାଉଦ ଅବ୍ନର ଚିତାରେ ଛିଡ଼ା ହୋଇ ଏହି ଦୁଃଖ ଗୀତ ବୋଲିଲେ,
“ଅବ୍ନର ଏକ ଦୁଷ୍ଟ ଦୋଷୀପରି ମଲା କି?
34 ଅବ୍ନର ତୁମ୍ଭ ହାତ ବନ୍ଧା ନ ଥିଲା କି?
ତୁମ୍ଭ ପାଦରେ ଶିଙ୍କୁଳି ନ ଥିଲା,
ତଥାପି, ତୁମ୍ଭକୁ ଦୁଷ୍ଟ ଲୋକମାନେ ମାରି ଦେଲେ।”
ତା’ପରେ ସମସ୍ତ ଲୋକ ଅବ୍ନର ପାଇଁ ରୋଦନ କଲେ। 35 ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।” 36 ସମସ୍ତ ଲୋକ ଏ କଥା ବୁଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟିରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦୟଙ୍ଗମ କଲେ। 37 ଏହିପରି ନରର ପୁତ୍ର ଅବ୍ନରକୁ ହତ୍ୟା କରିବା ଯେ ରାଜାଙ୍କ ଆଡ଼କୁ ହୋଇ ନାହିଁ, ଏ କଥା ସେଦିନ ଇସ୍ରାଏଲର ସମସ୍ତ ଲୋକ ବୁଝିଲେ।
38 ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା। 39 ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”
ପାଉଲ ଓ ଶୀଲା କାରାଗାରରେ
16 ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ [a] ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା। 17 ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋର୍ରେ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ। ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି।” 18 ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।
19 ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ। 20 ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, “ଏମାନେ ଯିହୂଦୀୟଲୋକ। ଏମାନେ ଆମ୍ଭ ନଗରରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି। 21 ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”
22 ତା’ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଯୋଗ ଦେଲେ। ନଗରପାଳମାନେ ସେମାନଙ୍କର ଲୁଗାପଟା ଛିଣ୍ଡାଇ ଦେଲେ ଓ ସେମାନଙ୍କୁ ବେତ ଆଘାତ ଦ୍ୱାରା ଦଣ୍ଡ ଦେବା ପାଇଁ ଆଦେଶ ଦେଲେ। 23 ସେମାନେ ସେମାନଙ୍କୁ ବହୁତ ମାଡ଼ ମାରିବା ପରେ କାରାଗାରରେ ବନ୍ଦୀ କଲେ। ସେମାନଙ୍କୁ ସାବଧାନରେ ଜଗିବା ପାଇଁ କାରାଧ୍ୟକ୍ଷଙ୍କୁ ଆଦେଶ ଦେଲେ। 24 ସେ ଏପରି ଆଦେଶ ପାଇ ସେମାନଙ୍କୁ ଭିତର କୋଠରୀ ଭିତରେ ରଖିଦେଲେ। ସେ ସେମାନଙ୍କର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।
47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ(A)
53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସରତ୍ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା’ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center