Book of Common Prayer
ସୟିନ୍
49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।
ହେତ୍
57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।
ଟେଟ୍
65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
49 ହେ ଜାତିଗଣ ସମୂହ ଶୁଣ,
ହେ ପୃଥିବୀବାସୀ ଲୋକମାନେ ଶୁଣ,
2 ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
3 ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
ଓ ବୁଦ୍ଧିମାନର କଥା କହିବି।
4 ମୁଁ ସେ ସବୁ ଯେ ଶୁଣି ଅଛି
ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।
5 ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
6 ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
7 ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
8 ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
ତା’ର ଜୀବନକୁ ପ୍ରାୟାଶ୍ଚିତ କରି ପାରିବ।
9 କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା’ର ଶରୀରକୁ ରକ୍ଷା କରି ପାରିବ,
ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।
13 ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ।
ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।
14 ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି।
ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ।
ତା’ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ।
ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ,
ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।
15 କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ।
ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ।
16 କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ।
ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
17 ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ।
ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ।
18 ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ।
ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା’ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।
19 ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ
ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ।
20 ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ,
ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
23 ଠିକ୍ ସେହି ସମୟରେ ଅବୀଗଲ ପହଞ୍ଚିଗଲା, ଯେତେବେଳେ ଅବୀଗଲ ଦାଉଦଙ୍କୁ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ଓହ୍ଲାଇ ପଡ଼ି ନତମସ୍ତକ ହୋଇ ଦାଉଦ ସମ୍ମୁଖରେ ସମ୍ମାନ ଜଣାଇଲା। 24 ଅବୀଗଲ ଦାଉଦଙ୍କ ଚରଣରେ ପଡ଼ି କହିଲା, “ହେ ମୋର ପ୍ରଭୁ, ମୋର କଥା ଟିକେ ଶୁଣନ୍ତୁ। ଯାହାସବୁ ଘଟିଗଲା, ସେଥିରେ ମୋତେ ଦୋଷ ଦିଅନ୍ତୁ। 25 ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା’ର ନାମକୁ ସାର୍ଥକ କରିଛି। ତା’ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି। 26 ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ। 27 ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ। 28 ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ। 29 ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ। 30 ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ। 31 ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷରେ ଦୋଷୀ ହେବ ନାହିଁ। ଯେତେବେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ଦାସୀକୁ ମନେରଖ।”
32 ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋ’ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ। 33 ତୁମ୍ଭର ସୁବିଗ୍ଭର ଧନ୍ୟ ହେଉ ଓ ଆଜି ମୋତେ ନିରୀହମାନଙ୍କର ରକ୍ତପାତ କରିବାରୁ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ। 34 ସଦାପ୍ରଭୁ ମୋତେ ତୁମ୍ଭକୁ ଆଘାତ କରିବାରୁ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେପର୍ଯ୍ୟନ୍ତ ଅଛନ୍ତି, ଯଦି ତୁମ୍ଭେ ମୋତେ ସାକ୍ଷାତ କରିବା ପାଇଁ ଶୀଘ୍ର ଆସି ନ ଥା’ନ୍ତ, ପ୍ରତ୍ୟୁଷ ବେଳକୁ ନାବଲ ପରିବାର କେହି ଜଣେ ପୁରୁଷ ଜୀବିତ ରହି ନ ଥା’ନ୍ତା।”
35 ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାକୁ କହିଲେ, “ଭଲରେ ତୁମ୍ଭେ ଘରକୁ ଯାଅ, ଦେଖ, ମୁଁ ତୁମ୍ଭ କଥା ଶୁଣିଲି ଓ ତୁମ୍ଭକୁ ଗ୍ରହଣ କଲି।”
ନାବଲର ମୃତ୍ୟୁ
36 ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା’ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ। 37 ତା’ ପରଦିନ ସକାଳେ ତା’ର ନିଶା କମିଲା ପରେ ତା’ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା’ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା’ର ହୃତ୍କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା। 38 ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।
39 ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା’ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।”
ତା’ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ। 40 ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।”
41 ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।”
42 ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ। 43 ଦାଉଦ ମଧ୍ୟ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ ତହିଁରେ ସେ ଦୁହେଁ ତା’ର ସ୍ତ୍ରୀ ହେଲେ। 44 ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପଲ୍ଟିକି ଦେଇଥିଲେ।
19 କିନ୍ତୁ ତା’ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20 କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।
ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା
21 ପାଉଲ ଓ ବର୍ଣ୍ଣବ୍ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା’ପରେ ବର୍ଣ୍ଣବ୍ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22 ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।
24 ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25 ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।
27 ପାଉଲ ଓ ବର୍ଣ୍ଣବ୍ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28 ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
ଯୀଶୁ ଝଡ଼ ବନ୍ଦ କରିଦେଲେ(A)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
2010 by World Bible Translation Center