Book of Common Prayer
ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।
5 ହେ ସଦାପ୍ରଭୁ ମୋର କଥା ଶୁଣନ୍ତୁ।
ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
2 ହେ ମୋର ପରମେଶ୍ୱର ଓ ରାଜା
ମୋର ପ୍ରାର୍ଥନା ଶୁଣ।
3 ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।
4 ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
5 ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
6 ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।
7 କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
8 ହେ ସଦାପ୍ରଭୁ ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
ଓ ମୋର ପଥକୁ ସରଳ କର।
9 ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ।
ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର ସେମାନଙ୍କୁ ଶାସ୍ତି ଦିଅ।
ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
ପରମେଶ୍ୱର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।
ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।
6 ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ରୁଗ୍ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
3 ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
4 ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
5 ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେଥିପାଇଁ ମୋତେ ରକ୍ଷା କର।
6 ହେ ସଦାପ୍ରଭୁ,
ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7 ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8 ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
9 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।
10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।
10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
2 ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
3 ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
4 ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
6 ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।”
7 ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
8 ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
9 ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”
12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।
13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।
15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ।
11 ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ।
ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
2 ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି।
ସେମାନେ ଅନ୍ଧାରରେ ଲୁଚି ରହନ୍ତି।
ସେମାନେ ଧନୁରେ ଗୁଣ ଚଢ଼ାନ୍ତି।
ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି।
3 ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି।
ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ?
4 ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି।
ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ,
ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି।
ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି।
5 ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି।
କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି।
6 ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି।
ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
7 କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି,
ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ।
24 ତା’ପରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି। କାରଣ ମୁଁ ସଦାପ୍ରଭୁଙ୍କ ଆଜ୍ଞା ଓ ତୁମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ କଥା ଶୁଣିଲି। 25 ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।”
26 କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।”
27 ଯେତେବେଳେ ଶାମୁୟେଲ ଫେରିଯିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭେଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। 28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ। 29 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ପରମେଶ୍ୱର। ସଦାପ୍ରଭୁ ସବୁଦିନ ପାଇଁ ଏହିଠାରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ୟକ୍ତି ନୁହନ୍ତି ଯେ କି ତାଙ୍କର ମତ ବଦଳାଇ ଦେବେ।”
30 ଶାଉଲ ଉତ୍ତର ଦେଲେ, “ମୁଁ ପାପ କରିଅଛି, କିନ୍ତୁ ଇସ୍ରାଏଲର ଲୋକମାନଙ୍କ ଓ ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋର ସମ୍ମାନ ରଖିବା ପାଇଁ ମୋ’ ସହିତ ଫେରି ଆସ। ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପାସନା କରିବି, ଏଥିପାଇଁ ମୋ’ ସଙ୍ଗେ ଫେରି ଆସ।” 31 ଶାମୁୟେଲ ଶାଉଲଙ୍କ ସହିତ ଫେରିଯା’ନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।
32 ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗଗ୍କୁ ଆମ୍ଭ ସମ୍ମୁଖକୁ ଆଣ।”
ତା’ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”
33 କିନ୍ତୁ ଶାମୁୟେଲ ଆଗଗ୍କୁ କହିଲେ, “ତୁମ୍ଭ ଖଡ଼୍ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗଗ୍କୁ ଖଣ୍ତ ଖଣ୍ତ କରି ହାଣିଲେ।
34 ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ। 35 ତା’ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।
ଲୂଦ ଓ ଯାଫୋରେ ପିତର
32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
36 ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ। 37 ପିତର ଯେତେବେଳେ ଲୂଦରେ ଥିଲେ, ସେତେବେଳେ ସେ ଅସୁସ୍ଥ ହୋଇ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ। 38 ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।”
39 ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ। 40 ପିତର କୋଠରି ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, “ଟାବୀଥା, ଉଠ।” ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। 41 ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ।
42 ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ। 43 ତା’ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ।
56 ତା’ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ।
ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ।
ଯୀଶୁ ମୃତ୍ୟୁରୁ ପୁନରୁତ୍ଥାନ ଖବର(A)
24 ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ। 2 ସମାଧି ବନ୍ଦ କରିବା ପାଇଁ ତା’ର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡ଼ି ଯାଇଛି। 3 ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। 4 ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ। 5 ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସେମାନେ ତାହାଙ୍କର ମୁଣ୍ଡ ନୁଆଁଇଲେ। ସେହି ଦୁଇଜଣ ଦୂତ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଜଣେ ମୃତ ଲୋକକୁ ଏଠାରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ। 6 ଯୀଶୁ ଏଠାରେ ନାହାନ୍ତି, ସେ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଗାଲିଲୀରେ ଥିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ’ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡ଼ୁଛି କି? 7 ଯୀଶୁ କହିଥିଲେ ଯେ, ମନୁଷ୍ୟୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତରେ କ୍ରୁଶରେ ମାରି ଦିଆଯିବା ପାଇଁ ଅବଶ୍ୟ ଦେଇ ଦିଆଯିବ। କିନ୍ତୁ ସେ ପୁଣି ମୃତ୍ୟୁରୁ ତୃତୀୟ ଦିନ ଜୀବିତ ହୋଇ ଉଠିବେ।” 8 ତା’ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ।
9 ସେହି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡ଼ି ଏଗାର ଜଣ ପ୍ରେରିତ ଓ ସମସ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ସମାଧି ଭିତରେ ଯାହା ଘଟିଥିଲା, ସେତକ ଗୋଟି ଗୋଟି କରି ସେମାନଙ୍କୁ କହିଲେ। 10 ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମା ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ରେରିତମାନଙ୍କୁ ସବୁ ବିଷୟ ଜଣାଇଲେ। 11 କିନ୍ତୁ ପ୍ରେରିତମାନେ ସ୍ତ୍ରୀଲୋକମାନଙ୍କ କଥାରେ ଆଦୌ ବିଶ୍ୱାସ କଲେ ନାହିଁ। ସେମାନଙ୍କୁ ଏହା ପାଗଳ କଥା ପରି ଲାଗିଲା।
2010 by World Bible Translation Center