Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
12 ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବିନ୍ୟାମୀନିୟ ଲୋକ ଯୁଦ୍ଧଭୂମି ଛାଡ଼ି ଦେଲା ଓ ସାରା ରାସ୍ତାରେ ଶୀଲୋ ଆଡ଼କୁ ଦୌଡ଼ିଲା। ତା’ର ବସ୍ତ୍ରଗୁଡ଼ିକ ଚିରିଗଲା ଏବଂ ତା’ର ମସ୍ତକରେ ମାଟି ଥିଲା। ସେହି ଦିନ ସେ ଶୀଲୋରେ ପହଞ୍ଚିଲା 13 ସେହି ସମୟରେ ଏଲି ଫାଟକ ପାଖରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନିମନ୍ତେ ତାଙ୍କର ହୃଦୟ ଉତ୍କଣ୍ଠିତ ଥିଲା। ଇତ୍ୟବସରରେ ସେହିଲୋକ ସମ୍ବାଦ ଦେଲା ଏବଂ ନଗରଯାକ ଉଚ୍ଚସ୍ୱରରେ କାନ୍ଦି ଉଠିଲେ। 14 ତା’ପରେ ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କ’ଣ?” ତହୁଁ ସେହି ଲୋକ ଶୀଘ୍ର ଏଲିଙ୍କୁ ସମ୍ବାଦ ଦେଲା। 15 ସେ ସମୟରେ ଏଲି ଅଠାନବେ ବର୍ଷ ବୟସ୍କ ହୋଇଥିଲେ ଓ ଅନ୍ଧ ହୋଇଥିବାରୁ ସେ ଦେଖି ପାରିଲେ ନାହିଁ। 16 ତା’ପରେ ସେହି ଲୋକଟି ଏଲିଙ୍କୁ କହିଲା, “ମୁଁ ଏକ ସୈନ୍ୟ ଯିଏ କି ଏବେ ଯୁଦ୍ଧରୁ ଫେରି ଆସିଲି।” ମୁଁ ଆଜି ଯୁଦ୍ଧରୁ ଦୌଡ଼ି ପଳାଇ ଆସିଲି।
ତା’ପରେ ଏଲି ତାକୁ ପଗ୍ଭରିଲେ, “ହେ ପୁତ୍ର, କ’ଣ ହେଲା?”
17 ତହୁଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦେଇ କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ଦୌଡ଼ି ପଳାଇଲେ। ଇସ୍ରାଏଲୀୟ ସୈନ୍ୟବାହିନୀ ତାଙ୍କର ବହୁତ ସୈନ୍ୟ ହରାଇଲେ। ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।”
18 ଯେତେବେଳେ ଏଲି ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଗଲା ଓ ସେ ମୃତ୍ୟୁବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶ୍ ବର୍ଷ ଇସ୍ରାଏଲର ନେତୃତ୍ୱ ନେଲେ।
ଗୌରବ ସମାପ୍ତ ହୋଇଗଲା
19 ସେ ସମୟରେ ଏଲିର ପୁତ୍ରବଧୂ ପୀନହସ୍ର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା’ର ପ୍ରସବକାଳ ନିକଟ ଥିଲା ଏହା ଶୁଣିବା ପରେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଧରା ପଡ଼ିଲା। ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କଲେ। ଅତି ପ୍ରସବକାଳୀନ ଯନ୍ତ୍ରଣା ଭୋଗ କରୁ କରୁ ସେ ପ୍ରସବ କଲା। 20 ତା’ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,”
ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ। 21 ସେ ସେହି ବାଳକର ନାମ ଐ-କାବୋଦ୍ ଦେଲା। ତା’ର ଅର୍ଥ, “ଇସ୍ରାଏଲରୁ ଗୌରବ ଗ୍ଭଲି ଯାଇଛି।”ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦୁକ ଧରା ପଡ଼ିଛି ଏବଂ ତା’ର ଶ୍ୱଶୁର ଓ ସ୍ୱାମୀ ମୃତ୍ୟୁବରଣ କରିଥିଲେ। 22 ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା।
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
ପ୍ରକୃତ ଧନ
9 ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। 10 ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। 11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।
ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ
12 ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। 13 ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। 15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ।
16 ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ। 17 ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି। 18 ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।
23 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। 24 ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’
25 ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?”
26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”
27 ତା’ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା’ହେଲେ ଆମ୍ଭେ କ’ଣ ପାଇବୁ?”
28 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର [a] ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। 29 ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। 30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।
2010 by World Bible Translation Center