Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 93

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

ଗୀତସଂହିତା 96

96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
    ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
    ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
    ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
    ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
    କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
    ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
    ଓ ପରାକ୍ରମର ଗୁଣ ଗାନ କର।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
    ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
    ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10     ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
    ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
    ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
    ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
    କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
    ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।

ଗୀତସଂହିତା 34

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

Error: Book name not found: Sir for the version: Odia Holy Bible: Easy-to-Read Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15

ଦୂତଙ୍କର ଶେଷ ମହାମାରୀ

15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
    ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
    ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
    ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
    କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
    କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

ମାଥିଉ ଲିଖିତ ସୁସମାଗ୍ଭର 18:1-14

ସବୁଠାରୁ ଶ୍ରେଷ୍ଠ କିଏ(A)

18 ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?”

ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ। ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ। ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ।

“ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।

ପାପର କାରଣ ବିଷୟରେ ସତର୍କ କଲେ(B)

“କିନ୍ତୁ ମୋ’ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ। ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ।

“ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ। ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।

ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ(C)

10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। [a]

12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠି‌କ୍‌ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center