Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-72

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ହେତ୍

57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
    ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
    ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
    ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
    ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
    ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।

ଟେଟ୍

65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
    ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
    ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
    ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
    ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
    ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
    ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

ଗୀତସଂହିତା 49

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

49 ହେ ଜାତିଗଣ ସମୂହ ଶୁଣ,
    ହେ ପୃଥିବୀବାସୀ ଲୋକମାନେ ଶୁଣ,
    ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
    ଓ ବୁଦ୍ଧିମାନର କଥା କହିବି।
ମୁଁ ସେ ସବୁ ଯେ ଶୁଣି ଅଛି
    ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।

ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
    ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
    କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
    କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
    ତା'ର ଜୀବନକୁ ପ୍ରାୟଶ୍ଚିତ କରି ପାରିବ।
କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
    ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରି ପାରିବ,
    ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
    ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
    ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
    କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
    ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।

13 ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ।
    ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି। ସେଲା

14 ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି।
    ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ।
ତା'ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ।
    ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ,
    ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।
15 କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ।
    ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ। ସେଲା

16 କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ।
    ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
17 ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ।
    ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ।
18 ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ।
    ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା'ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।
19 ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା'ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ
    ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ।
20 ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ,
    ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ।

ଗୀତସଂହିତା 53

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।

53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
    ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
    ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
    ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
    ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
    ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
    ନାଁ, ଜଣେ କେହି ନାହିଁ!

ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
    ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
    ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
    ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
    ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
    ସେତେବେଳେ ଯାକୁବ ଆନନ୍ଦିତ ହେବେ
    ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।

ଦ୍ୱିତୀୟ ବିବରଣ 13:1-11

ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତା

13 “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚା‌ଦ୍‌ଗାମୀ ହେବା ଓ ସେମାନଙ୍କ ସେବା କରିବା।’ ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚା‌ଦ୍‌ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।

“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି। ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ। ସେହି ବ୍ୟକ୍ତିର କଥା ତୁମ୍ଭେମାନେ ଶୁଣିବା ଉଚିତ୍ ନୁହଁ। ସେମାନଙ୍କ ପାଇଁ ଅନୁକମ୍ପା ଦେଖାଅ ନାହିଁ। ତାଙ୍କୁ ମୁକ୍ତି ଦିଅ ନାହିଁ କି ତାଙ୍କୁ ସୁରକ୍ଷା ଦିଅ ନାହିଁ। 9-10 ମାତ୍ର, ତୁମ୍ଭେ ସେହି ବ୍ୟକ୍ତିକୁ ହତ୍ୟା କରିବ। ତୁମ୍ଭେ ତାଙ୍କୁ ପଥରରେ ଛେଚି ହତ୍ୟା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରେଇ ନେବାକୁ ଗ୍ଭହାନ୍ତି। ଆଉ ସେ ହେଉଛନ୍ତି ସେହି ସଦାପ୍ରଭୁ ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। ଯେଉଁଠାରେ ତୁମ୍ଭେମାନେ ଦାସ ପରି ଥିଲ। 11 ତେଣୁ ସମସ୍ତ ଇସ୍ରାଏଲୀୟମାନେ ଏ ବିଷୟରେ ଶୁଣିବେ ଓ ଭୟଭୀତ ହେବେ। ଆଉ ଇସ୍ରାଏଲୀୟମାନେ ଏପରି ପୂନର୍ବାର ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:2-16

ପାଉଲଙ୍କ ଆନନ୍ଦ

ନିଜ ହୃଦୟରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ୍ କରି ନାହୁଁ। ଆମ୍ଭେ କାହାରି ବିଶ୍ୱାସରେ ଆଞ୍ଚ ଆଣି ନାହୁଁ, କାହାକୁ ଘୋଷଣା କରି ନାହୁଁ। ତୁମ୍ଭମାନଙ୍କୁ ନିନ୍ଦା ଦେବା ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତ। ତୁମ୍ଭମାନଙ୍କ ବିଷୟରେ ମୋର ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭେମାନେ ମୋତେ ଅଧିକ ଉତ୍ସାହ ଦେଇଥାଅ। ସେଥିପାଇଁ ସମସ୍ତ ଯାତନା ଭିତରେ ମଧ୍ୟ ମୋର ଆନନ୍ଦ କହିଲେ ନ ସରେ।

ଯେତେବେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତେବେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଗ୍ଭରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧ୍ୟରେ ଆମ୍ଭେ ଥିଲୁ। କିନ୍ତୁ ଯେଉଁ ପରମେଶ୍ୱର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ୱନା ଦିଅନ୍ତି, ସେ ତୀତସଙ୍କର ଆଗମନ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ସାନ୍ତ୍ୱନା ପ୍ରଦାନ କଲେ। ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।

ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନରେ ଦୁଃଖ ଦେଲି, କିନ୍ତୁ ମୁଁ ଏହା ଲେଖିଲି ବୋଲି ମୁଁ ଦୁଃଖିତ ନୁହେଁ। ମୁଁ ଜାଣେ ଯେ ସେହି ପତ୍ର ତୁମ୍ଭମାନଙ୍କୁ ଦୁଃଖ ଦେଲା ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ ଦେଲା। ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ। 10 କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ୱାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହେବା ଆବଶ୍ୟକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ୟୁ ଆଣିଥାଏ। 11 ଦେଖ, ଈଶ୍ୱରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍‌‌ଯୋଗୀ କରିଛି। ତୁମ୍ଭେମାନେ ଭୁ‌ଲ୍‌ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କ୍ରୋଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିଛି। ତୁମ୍ଭେମାନେ ପ୍ରତ୍ୟେକ କଥାରେ ପ୍ରମାଣିତ କରି ଦେଇଛ ଯେ, ତୁମ୍ଭେମାନେ ସେହି ସମସ୍ୟାର କୌଣସି ଅଂଶ ପାଇଁ ମଧ୍ୟ ଦୋଷୀ ନ ଥିଲ। 12 ମୁଁ ଅପରାଧୀ ଲୋକ ପାଇଁ, ବା ଯାହା ପ୍ରତି ଅପରାଧ ହୋଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରମେଶ୍ୱରଙ୍କ ଆଗରେ ତୁମ୍ଭମାନଙ୍କର ଆମ୍ଭ ପାଇଁ କେତେ ଚିନ୍ତା ଅଛି, ଏହା ତୁମ୍ଭେମାନେ ଯେପରି ଦେଖି ପାର, ସେଥିପାଇଁ ଲେଖିଥିଲି। 13 ଏହି କାରଣରୁ ଆମ୍ଭେ ଆଶ୍ୱସ୍ତ ଥିଲୁ।

ତୁମ୍ଭେମାନେ ତୀତସଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ତୀତସ ଖୁସୀ ଥିଲେ, ସେଥିପାଇଁ ଆମ୍ଭେମାନେ ମଧ୍ୟ ଅଧିକ ଆନନ୍ଦିତ ହେଲୁ। 14 ତୁମ୍ଭମାନଙ୍କ ବିଷୟରେ ମୁଁ ତାହାଙ୍କୁ ଯେଉଁ ବଡ଼ବଡ଼ କଥା କହିଥିଲି, ସେଥିପାଇଁ ମୁଁ ଲଜ୍ଜା ପାଇ ନାହିଁ। ମାତ୍ର ଆମ୍ଭେ ଯେଉଁ ପ୍ରତ୍ୟେକ କଥା ତୁମ୍ଭମାନଙ୍କୁ କହିଥିଲୁ ତାହା ସତ୍ୟ ବୋଲି ତୁମ୍ଭେମାନେ ପ୍ରମାଣିତ କଲ। ଆଉ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ତୀତସଙ୍କଠାରେ କରିଥିବା ଗର୍ବୋକ୍ତିଗୁଡ଼ିକ ମଧ୍ୟ ସତ୍ୟ। 15 ତୁମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭେମାନେ ସମସ୍ତେ ସମ୍ମାନ ଓ ଭୟ ସହକାରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ୟଗ୍ର ଥିଲ ଓ କିପରି ତାହାଙ୍କୁ ପାଛୋଟି ନେଇଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ରେମ ଅଧିକ ହେଲା। 16 ମୁଁ ତୁମ୍ଭମାନଙ୍କ ଉପରେ ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅଟେ।

ଲୂକ ଲିଖିତ ସୁସମାଗ୍ଭର 17:20-37

ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି

(ମାଥିଉ 24:23-28,37-41)

20 କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?”

ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ। 21 ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’”

22 ତା'ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। 23 ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ। 24 “ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। 25 କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ।

26 “ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ। 27 ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।

28 “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। 29 ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା। 30 ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ।

31 “ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ। 32 ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ।

33 “ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ। 34 ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” 36 [a]

37 ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?”

ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center