Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 41

ଦାଉଦଙ୍କର ଗୀତ।

41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
    ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
    ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
    ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
    ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।

ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
    ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
    ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
    ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
    ଓ ସେଥିପାଇଁ ବେମାର ଅଛି।
    ସେ ଆଉ ଭଲ ହେବ ନାହିଁ।”
ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
    କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
    ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
    ତୁମ୍ଭେ ମୋତେ ସାହାଯ୍ୟ କରିଲ।
    ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।

13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
    ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।

ଆମେନ୍, ଆମେନ୍।

ଗୀତସଂହିତା 52

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।

52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
    ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
    ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀ‌କ୍ଷ୍‌ଣ।
    ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
    ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।

ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
    ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
    ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।

ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
    “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
    ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”

କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
    ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
    ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଗୀତସଂହିତା 44

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।

44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
    ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
    ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
    ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
    ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
    ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
    ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
    କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
    ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
    ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
    କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
    ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
    ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।

କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
    ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
    ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
    ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
    ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
    ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
    ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
    ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
    ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
    ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
    ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
    ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
    ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
    ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
    ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
    ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
    ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
    ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
    କାହିଁକି ତୁମ୍ଭେ ଶୋଇ ରହିଛ?
    ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
    ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
    ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
    ଆମ୍ଭକୁ ସାହାଯ୍ୟ କର।
    ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।

ଦ୍ୱିତୀୟ ବିବରଣ 11:13-19

13 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ, 14 ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ। 15 ମୁଁ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ରରେ ତୃଣ ଦେବି। ତୁମ୍ଭମାନଙ୍କର ଭୋଜନ କରିବାକୁ ଯଥେଷ୍ଟ ହେବ ଏବଂ ତୃପ୍ତ ହେବ।’

16 “ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ। 17 ଯଦି ତୁମ୍ଭେମାନେ ଏପରି କର, ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ୱଳିତ ହେବ। ଏବଂ ସେ ଆକାଶ ରୁଦ୍ଧ କଲେ ବର୍ଷା ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।

18 “ଏଣୁ ତୁମ୍ଭେମାନେ ମୋହର ସେହି ସକଳ ବାକ୍ୟ ନିଜ ନିଜ ହୃଦୟରେ ଧାରଣ କର (ହୃଦୟରେ ଲିପିବଦ୍ଧ କର)। ନିଜ ନିଜ ହସ୍ତରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷୁ ଦ୍ୱୟରେ ଭୂଷଣ ସ୍ୱରୂପ ହେଉ। 19 ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:11-6:2

ପରୋପକାରୀ ଲୋକେ ପରମେଶ୍ୱରଙ୍କ ମିତ୍ର ହୁଅନ୍ତି

11 ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ। 12 ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା’ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ। 13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ। 14 ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି। 15 ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉ‌‌ତ୍‌‌ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।

16 ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ। 17 ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି। 18 ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି। 19 ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ। 20 ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ, 21 ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।

ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। ପରମେଶ୍ୱର କହିଛନ୍ତି:

“ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି
    ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” (A)

ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ।

ଲୂକ ଲିଖିତ ସୁସମାଗ୍ଭର 17:1-10

ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ(A)

17 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। ତେଣୁ ସାବଧାନ ରୁହ।

“ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”

ତୁମ୍ଭର ବିଶ୍ୱାସ କେତେ ଦୃଢ଼

ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।”

ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

ଉତ୍ତମ ସେବକ ହୁଅ

“ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’ ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’ ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ। 10 ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center