Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 75-76

ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।

75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
    ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
    ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।

ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
    ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
    କିନ୍ତୁ ମୁଁ ତାକୁ ସ୍ଥିର କରିବି।

4-5 “କିଛି ଲୋକ ବହୁତ ଗର୍ବୀ,
    ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
    କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।‌”’

କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
    ପୃଥିବୀର କୌଣସି ଶକ୍ତି ନାହିଁ।
ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
    ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
    ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
    ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
    ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
    ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
    ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
    ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
    ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ
    ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ।

ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
    ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
    କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
    ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
    ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
    ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
    ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
    ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି।
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
    ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ [a] ଶକ୍ତିଶାଳୀ ହୁଅନ୍ତୁ।

11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
    ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
    ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
    ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।

ଗୀତସଂହିତା 23

ଦାଉଦଙ୍କର ଏକ ଗୀତ।

23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
    ମୋର କିଛି ଅଭାବ ହେବ ନାହିଁ।
ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
    ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
    ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
    କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
    ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
    ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
    ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ।
    ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଗୀତସଂହିତା 27

ଦାଉଦଙ୍କର ଗୀତ।

27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
    ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
    ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
    ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
    ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
    ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
    ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
    ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”

ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
    ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
    ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
    ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
    ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
    ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।

ହେ ସଦାପ୍ରଭୁ, ମୋର ଡାକ ଶୁଣ।
    ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
    ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
    ମୋତେ ସାହାଯ୍ୟ କର।
    ମୋତେ ଦୂର କର ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
    ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
    କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
    ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
    ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
    ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
    ବଳଶାଳୀ ଓ ସାହସିକ ହୁଅ
    ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:20-31

20 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ
    ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ।
21 ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ,
    ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ,
କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ।
    ଏବେ ଏହି କଥା ତୁମ୍ଭେମାନେ ଶୁଣ।
22 ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,”
ସଦାପ୍ରଭୁ କହନ୍ତି।
    “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି।
ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ,
    ଯେପରି ସମୁଦ୍ର ତା’ର ସୀମା ଲଙ୍ଘନ ନ କରିବ।
ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ।
    ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
23 ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ।
    ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି
    ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।
24 ସେମାନେ କେବେ କହିବେ ନାହିଁ ଯେ,
    ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି
ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି,
    ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି।
    ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।
26 କାରଣ ଆମ୍ଭେ ଲୋକମାନଙ୍କ ମଧ୍ୟରେ
    କେତେକ ଦୁଷ୍ଟ ଲୋକ ଅଛନ୍ତି।
ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି
    ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।
27 ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ
    ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ।
ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି।
28     ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି
ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି।
    ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ,
    କାଳେ ଅନାଥମାନେ ଉନ୍ନତି କରି ପାରନ୍ତି।
    ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”
29 ତେଣୁ ସଦାପ୍ରଭୁ କହନ୍ତି,
    “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ?
ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ
    ପରିଶୋଧ ନେବ ନାହିଁ?”

30 ପୁଣି ସଦାପ୍ରଭୁ କହନ୍ତି,
    “ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି।
31 ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି
    ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି।
ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି।
    ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?

ରୋମୀୟଙ୍କ ପ୍ରତି ପତ୍ର 3:19-31

19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। 20 ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।

ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି?

21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭକୁ କହୁଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ। 23 ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି। 24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। 25 ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି। 26 ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ।

27 ତା’ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି। 28 ଏହାର କାରଣ ହେଲା ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥାରେ ଆମ୍ଭେ ବିଶ୍ୱାସ କରୁ। 29 ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। 30 ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ କରିବେ। 31 ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।

ଯୋହନ ଲିଖିତ ସୁସମାଗ୍ଭର 7:1-13

ଯୀଶୁ ଓ ତାହାଙ୍କର ଭାଇମାନେ

ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ। ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା। ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଯିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖି ପାରିବେ। ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା’ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।” (ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରୁ ନ ଥିଲେ।)

ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ। ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ। ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।” ଏ କଥା କହିବା ପରେ ଯୀଶୁ ଗାଲିଲୀରେ ରହିଗଲେ।

10 ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସେମାନେ ଗଲାପରେ ଯୀଶୁ ମଧ୍ୟ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ। 11 ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?”

12 ସେଠାରେ ବହୁତ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଗୋପନରେ ନିଜ ନିଜ ଭିତରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। କେତେକ ଲୋକ କହିଲେ, “ସେ ଜଣେ ଉତ୍ତମ ଲୋକ।” କିନ୍ତୁ ଅନ୍ୟମାନେ କହୁଥିଲେ, “ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।” 13 କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center