Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 148-150

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
    ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
    ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
    ଦାରା ଓ ବୀଣା ବାଦନ କରି।
ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
    ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
    ସେ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
    ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।

ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
    ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖ‌ଡ଼୍‌ଗମାନ ଧରନ୍ତୁ।
ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
    ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
    ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
    ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
    ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
    ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
    ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।

ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଗୀତସଂହିତା 114-115

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
    ମହିମା ତ ତୁମ୍ଭର।
    ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
କାହିଁକି ଅନ୍ୟ ଦେଶୀୟମାନେ କହିବେ
    ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
    ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
    ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
    ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
    ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
    ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
    ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
    ସେହିପରି ହେବେ!

ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।

12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
    ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
    ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
    ଆଶୀର୍ବାଦ କରିବେ।

14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
    ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
    ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
    କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
    ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 43:14-44:5

14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କ‌‌ଲ୍‌‌ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ। 15 ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”

ପରମେଶ୍ୱର ତାଙ୍କ ଲୋକଙ୍କୁ ପୁନର୍ବାର ରକ୍ଷା କରିବେ

16 ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି, 17 “ଯେଉଁ ଲୋକମାନେ ରଥ, ଅଶ୍ୱ, ସୈନ୍ୟ ଓ ବୀରଗଣଙ୍କୁ ନେଇ ମୋ’ ବିପକ୍ଷରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସେମାନେ କେବେ ଉଠିବେ ନାହିଁ। ସେମାନେ ଧ୍ୱଂସ ହେବେ ଓ ଛଣପଟ ପରି ଲିଭିଯିବେ। 18 ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। 19 କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। 20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। 21 ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।

22 “ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ। 23 ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ। 24 ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ୟ କ୍ରୟ କରିବାକୁ ରୌପ୍ୟ ମୁଦ୍ରା ଦେଇ ନାହଁ। କିମ୍ବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ୱାରା ଆମ୍ଭକୁ ଦାସ୍ୟ କର୍ମ କରାଇଛ ଓ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।

25 “ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ। 26 ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ। 27 ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ। 28 ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦେବା ଓ ଇସ୍ରାଏଲକୁ ନିନ୍ଦିତ କରିବା।

ସଦାପ୍ରଭୁ ହିଁ ପରମେଶ୍ୱର

44 “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ। ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।

“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା। ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ।

“ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”

ଏବ୍ରୀ 6:17-7:10

17 ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି। 18 ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ।

ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ। 19 ଆମ୍ଭର ସେହି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢ଼ୁଆଳରେ ଥିବା ପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରଖେ। 20 ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମ‌ଲ୍‌କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି।

ଯାଜକ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ

ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ।

ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। କେହିହେଲେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।

ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ। ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।

ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। 10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।

ଯୋହନ ଲିଖିତ ସୁସମାଗ୍ଭର 4:27-42

27 ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଗ୍ଭରିଲେ ନାହିଁ, “ତୁମ୍ଭେ କ’ଣ ଗ୍ଭହଁ?” କିମ୍ବା “ତୁମ୍ଭେ କାହିଁକି ତା’ ସହିତ କଥାବାର୍ତ୍ତା ହେଉଛ?”

28 ତା’ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଗ୍ଭଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା, 29 “ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।” 30 ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ।

31 ସ୍ତ୍ରୀଲୋକଟି ନଗରରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ, “ଗୁରୁ କିଛି ଭୋଜନ କରନ୍ତୁ।”

32 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।”

33 ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?”

34 ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। 35 ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। 36 ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ ‌‌କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। 37 କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ। 38 ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।”

39 ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, “ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ।” 40 ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ସେଠାରେ ଦୁଇ ଦିନ ରହିଲେ। 41 ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ।

42 ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center