Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-120

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଗୀତସଂହିତା 81-82

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ଗୀତ ଆରମ୍ଭ କର
    ଓ ଦାରା ବଜାଅ,
    ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
    ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
କାରଣ ଏହା ଇସ୍ରାଏଲ ପାଇଁ ନିୟମ।
    ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
    ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
    ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
    ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
    ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।”

“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
    ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
    ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
    ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
    ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
    ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
    ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
    ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
    ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”

ଆସଫର ଗୀତ।

82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
    ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
    ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”

“ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
    ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
    ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।

“ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
    କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
    ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
ମୁଁ (ପରମେଶ୍ୱର) କହିଲି,
    “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
    ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”

ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
    ସମସ୍ତ ଜାତିଗଣ ତୁମ୍ଭର ଅଟେ।

ଯୋୟେଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:12-19

ସଦାପ୍ରଭୁ ଲୋକମାନଙ୍କୁ ପରିବର୍ତ୍ତନ ହେବାକୁ କୁହନ୍ତି

12 ଏହା ସଦାପ୍ରଭୁଙ୍କର ବାର୍ତ୍ତା:
    “ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ।
ମନ୍ଦ କର୍ମ କରିଥିଲ ବୋଲି ବିଳାପ କର।
    ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
13 ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।”
    ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।
ସେ ଅତି ଦୟାଳୁ ଓ କରୁଣାମୟ।
    ସେ ହଠାତ୍ ରାଗନ୍ତି ନାହିଁ।
ତାଙ୍କର ଅନନ୍ତ ପ୍ରେମ ଅଛି।
    ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି।
ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ
    ହୁଏତ ତାହା ଦେଇ ନ ପାରନ୍ତି।
14 କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ,
    ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ।
ତା’ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ
    ଓ ପେୟନୈବେଦ୍ୟ ଦେଇ ପାରିବ।

ସଦାପ୍ରଭୁଙ୍କୁ ପ୍ରାର୍ଥନା କର

15 ସିୟୋନରେ ତୂରୀ ବଜାଅ।
    ମହାସଭା ପାଇଁ ଆହ୍ୱାନ କର।
    ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ୱାନ କର।
16 ସବୁ ଲୋକଙ୍କୁ ଏକତ୍ରିତ କର।
    ସ୍ୱତନ୍ତ୍ର ସଭାର ଆୟୋଜନ କର।
ବୃଦ୍ଧ, ପିଲା, ଶିଶୁ
    ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର।
ନବ ବିବାହିତ ବର କନ୍ୟା
    ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।
17 ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ
    ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ
ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର,
    ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ।
    ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ
ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ
    ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ,
    ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”

ସଦାପ୍ରଭୁ ଆପଣାର ଦେଶକୁ ପୁନରୁଦ୍ଧାର କରିବେ

18 ତା’ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ।
    ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।
19 ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ,
“ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା
    ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ।
    ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:11-21

ଶ୍ୱେତ ଅଶ୍ୱର ଆରୋହୀ

11 ତା’ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। 12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। 13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। 14 ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। 15 ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀ‌କ୍ଷ୍‌ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। 16 ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା:

ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ

17 ତା’ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ। 18 ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”

19 ତା’ପରେ ମୁଁ ସେହି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସେମାନଙ୍କର ସେନାବାହିନୀଗଣ, ଅଶ୍ୱାରୋହୀ ଓ ସେମାନଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ର ହେଲେ। 20 କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା। 21 ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖ‌‌ଡ଼୍‌ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।

ଲୂକ ଲିଖିତ ସୁସମାଗ୍ଭର 15:1-10

ସ୍ୱର୍ଗରେ ଆନନ୍ଦ(A)

15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।

“ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ 10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center