Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106

106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
    ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
    ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
    ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।

ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
    ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
    ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
    ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
    ଆମ୍ଭେ ଅଧର୍ମ କରିଅଛୁ।
    ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ
    ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି।
ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ।
    ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।

କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ।
    ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା।
    ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଲାଇବା ପରି।
10 ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ!
    ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
11 ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ।
    ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।

12 ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ।
    ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
13 କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ।
    ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।
14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ
    ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।
15 କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ।
16 ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ।
    ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।
17 ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ।
    ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା।
18 ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା।
    ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦ‌‌ଗ୍‌‌ଧ କଲା।
19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
    ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
    ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
    ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
    ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।

23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
    କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
    ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।

24 କିନ୍ତୁ ତା'ପରେ ସେହି ଲୋକମାନେ କିଣାନର ଆଶ୍ଚର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ମନା କଲେ।
    ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଯେ ପରମେଶ୍ୱର ସେଠାରେ ବାସ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବେ।
25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ
    ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ।
26 ତେଣୁ ପରମେଶ୍ୱର ସେମାନଙ୍କୁ ମରୁଭୂମିରେ
    ବିନାଶ କରିବା ପାଇଁ ଶପଥ କଲେ।
27 ପରମେଶ୍ୱର ପ୍ରତିଜ୍ଞା କଲେ ଯେ, ଅନ୍ୟ ଦେଶରେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧରଙ୍କୁ ପରାସ୍ତ କରିବେ।
    ସେହି ଅନ୍ୟ ଦେଶ ମଧ୍ୟରେ ସେ ସେମାନଙ୍କ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।

28 ଏହା ପରେ ପରମେଶ୍ୱରଙ୍କ ଲୋକମାନେ ବାଲ୍-ପିୟୋରର ସେବା କଲେ।
    ସେମାନେ ଅନ୍ୟ ଦେବତାମାନଙ୍କଠାରେ ବଳି ଦିଆଯାଇଥିବା ପଶୁମାନଙ୍କର ମାଂସ ଭକ୍ଷ୍ୟଣ କଲେ।
29 ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ।
    ତେଣୁ ସେ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରଦର୍ଶନ କଲେ।
30 କିନ୍ତୁ ପୀନହସ୍ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
    ଏବଂ ପରମେଶ୍ୱର ତା'ର ମହାମାରୀ ଦୂର କଲେ।
31 ପରମେଶ୍ୱର ଜାଣିଲେ ପୀନହସ୍ ସୁକର୍ମ କଲା।
    ପରମେଶ୍ୱର ତାଙ୍କୁ ଅନନ୍ତକାଳ ମନେ ରଖିଲେ।

32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ,
    ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା।
33 ସେ ଲୋକମାନେ ମୋଶାଙ୍କୁ ବିରକ୍ତ କଲେ।
    ତେଣୁ ମୋଶା କିଛି ନ ବିଗ୍ଭରି କହିବାକୁ ଲାଗିଲେ।

34 କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ,
    କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
35 ସେମାନେ ଅନ୍ୟ ଦେଶୀୟଙ୍କ ସଙ୍ଗେ ମିଶିଲେ
    ଏବଂ ସେମାନଙ୍କ କ୍ରିୟାସକଳ କଲେ।
36 ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ,
    ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।
37 ଏପରିକି ପରମେଶ୍ୱରଙ୍କର ଲୋକମାନେ
    ସେମାନଙ୍କର ପିଲାମାନଙ୍କୁ ଅନ୍ୟ ଦେବତାଙ୍କ ନିକଟରେ ବଳି ଦେଲେ।
38 ପରମେଶ୍ୱରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ୟା କଲେ।
    ସେମାନେ ମଧ୍ୟ ସେମାନଙ୍କ ନିଜ ସନ୍ତାନମାନଙ୍କୁ ହତ୍ୟା କରି ମିଥ୍ୟା ଦେବଗଣ ନିକଟରେ ବଳି ଦେଲେ।
    ତେଣୁ ଭୂମି, ହତ୍ୟା ପାପରେ ଦୂଷିତ ହୋଇଗଲା।
39 ତେଣୁ ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟଦ୍ୱାରା ଅପବିତ୍ର ହୋଇଥିଲେ।
    ପରମେଶ୍ୱରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ୱାସୀ ହେଲେ ନାହିଁ।
    ଅନ୍ୟ ଦେଶୀୟ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ୟ ସେପରି କାର୍ଯ୍ୟ କଲେ।
40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ, ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

ହିତୋପଦେଶ 3:11-20

11 ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର। 12 କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି।

13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ। 14 ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ। 15 ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।

16 ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି। 17 ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି। 18 ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା'ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ।

19 ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ। 20 ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।

ଯୋହନଙ୍କ ପ୍ରଥମ ପତ୍ର 3:18-4:6

18 ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍।

19-20 ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।

21 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22 ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। 23 ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। 24 ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।

ଭଣ୍ଡ ଶିକ୍ଷକଙ୍କ ପ୍ରତି ସାବଧାନ

ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ। ଏହି ପ୍ରକାରେ ତୁମ୍ଭେମାନେ ପରମେଶ୍ୱରଙ୍କର ଆତ୍ମାକୁ ଚିହ୍ନି ପାରିବ: ଏକ ଆତ୍ମା କହିବ ଯେ, “ମୁଁ ବିଶ୍ୱାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ୟ ରୂପ ଧାରଣ କରି ଆସିଥିଲେ,” ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆଗତ। ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି।

ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍। ସେହି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସେମାନଙ୍କର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସେମାନଙ୍କ କଥା ଶୁଣେ। କିନ୍ତୁ ଆମ୍ଭେ ସବୁ ପରମେଶ୍ୱରଙ୍କର। ତେଣୁ ପରମେଶ୍ୱରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ୱରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ୟମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।

ଯୋହନ ଲିଖିତ ସୁସମାଗ୍ଭର 11:17-29

ବେଥନୀୟାରେ ଯୀଶୁ

17 ଯୀଶୁ ବେଥନୀୟାରେ ପହଞ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଗ୍ଭରି ଦିନ ହୋଇଗଲାଣି। 18 ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର। 19 ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।

20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘରେ ରହିଲେ। 21 ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା'ନ୍ତା। 22 କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।”

23 ଯୀଶୁ କହିଲେ, “ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।”

24 ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ, ପୁନରୁ‌ତ୍‌ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।”

25 ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁ‌ତ୍‌ଥାନ ଓ ଜୀବନ, ମୋ'ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। 26 ମୋ'ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ୱାସ କର?”

27 ମାର୍ଥା ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେହି ବ୍ୟକ୍ତି ଅଟନ୍ତି।”

ଯୀଶୁ କାନ୍ଦିଲେ

28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।” 29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center