Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 88

କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।

88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
    ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
    ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ମୋର ପ୍ରାଣ ଦୁଃଖରେ ଭରପୁର।
    ମୁଁ ଶୀଘ୍ର ମରିଯିବି।
ମୁଁ ଜଣେ ଶକ୍ତି ହରାଇଥିବା
    ପ୍ରାୟ ମୃତ ଲୋକପରି ହୋଇଅଛି।
ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
    ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
    ଭୁଲିଗଲେ ଓ ସହାୟ ନାହିଁ।
ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
    ଗଭୀର ସ୍ଥାନରେ ରଖିଅଛ।
ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
    ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ। ସେଲା

ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
    ମୁଁ ଅଛୁଆଁ ପରି ସେମାନେ ମୋ'ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
    କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
    ତୁମ୍ଭଠାରେ ମୁଁ ହାତ ପାତୁ ଅଛି।

10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
    ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ? ସେଲା

11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
    ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
    ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।

13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
    ମୋତେ ସାହାରା ଦିଅ।
    ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
    ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
    ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
    ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
    ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ'ଠାରୁ ଦୂରେଇ ରଖିଅଛ।
    ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

ଗୀତସଂହିତା 91-92

91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱରଙ୍କ ପାଖକୁ ଯାଏ,
    ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
    ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ
    ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ।
    ପକ୍ଷୀ ତା'ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ।
ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ।
    କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ।
ଅନ୍ଧକାରଗାମୀ ମହାମାରୀ,
    କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।
ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ।
    ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ,
    କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ।
ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି।
    ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ।
ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
    ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
    କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
    ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
    ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
    ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
    ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
    ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
    ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
    ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍।
    ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ,
    କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।
ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି
    ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି।
    ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ।
    ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ।
10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
    ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି।
ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ।
    ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି।
    ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 9:17-37

17 ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।”

ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?”

18 ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’”

ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।”

ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।”

19 ତା'ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’”

ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।”

20 ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନି‌ମ୍‌ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଲାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଲାଉଛନ୍ତି।”

21 ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।”

ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ।

22 ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?”

ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”

23 ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।”

24 ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ।

25 ଯେହୂ ତାଙ୍କର ସାରଥି ବି‌ଦ୍‌କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚା‌ତ୍‌ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର। 26 ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।”

27 ଯିହୁଦାର ରାଜା ଅହସିୟ ଏହା ଦେଖି ପଳାୟନ କଲେ। ସେ ଉଦ୍ୟାନ ଗୃହ ଦେଇ ପଳାୟନ କରୁଥିବା ବେଳେ ଯେହୂ ତାଙ୍କ ପଛେ ପଛେ ଯାଇ କହିଲେ, “ଅହସିୟଙ୍କୁ ମଧ୍ୟ ସେହି ରଥରେ ଆଘାତ କର।”

ତେଣୁ ସେମାନେ ଯିବଲିୟମ ନିକଟସ୍ଥ ଗୂର ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଓ ସେ ମଗିଦ୍ଦୋକୁ ପଳାଇ ସେଠାରେ ମୃତ୍ୟୁବରଣ କଲେ। 28 ଅହସିୟଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ଯିରୁଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବରରେ ତାଙ୍କୁ କବର ଦେଲେ।

29 ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ୱର ଏକାଦଶ ବର୍ଷରେ ଅହସିୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ।

ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ

30 ତା'ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ। 31 ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି[a] ତୁମ୍ଭେ ଶାନ୍ତିରେ ଅଛ କି?”

32 ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?”

ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ। 33 ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।”

ତା'ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ। 34 ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।”

35 ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ। 36 ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତି‌‌‌‌ଶ୍‌ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ। 37 ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:1-9

ବିବାହ ବିଷୟରେ

ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି। ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା'ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।

ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା'ହେଲେ ଭଲ। କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।

ମାଥିଉ ଲିଖିତ ସୁସମାଗ୍ଭର 6:7-15

“ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। ଏଣୁ ଏହିଭଳି ପ୍ରାର୍ଥନା କର:

‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
    ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
    ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
    ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
    ମାତ୍ର ମନ୍ଦଠାରୁ ରକ୍ଷା କର।’[a]

14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center