Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
2 ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
3 ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
4 ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
5 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।
6 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
7 ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
8 ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
9 ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ’ଠାରେ ଲୁଗ୍ଭଅ ନାହିଁ।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”
12 ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି।
ସେମାନେ ଅନେକ ଯାହାକି ଗଣିବା କଷ୍ଟକର।
ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ।
ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି।
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର।
ହେ ସଦାପ୍ରଭୁ ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
14 ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି।
ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର।
ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।
15 ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି।
ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି।
ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି।
ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”
17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ।
ହେ ମୋର ପରମେଶ୍ୱର ଆଉ ବିଳମ୍ବ କର ନାହିଁ।
ମୋତେ ସାହାଯ୍ୟ କର
ଓ ମୋତେ ଉଦ୍ଧାର କର।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।
54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
2 ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
ମୋହର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି।
4 ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
ମୋର ପ୍ରଭୁ ମୋର ସମର୍ଥନ କରିବେ।
5 ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।
6 ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।
51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
ମୋର ସମସ୍ତ ପାପ କ୍ଷମା କର।
2 ମୋ’ ସବୁ ପାପ ଧୋଇ ଦିଅ,
ଏବଂ ପୁଣି ମୋତେ ପବିତ୍ର କର।
3 ମୁଁ ଜାଣେ ମୁଁ ପାପ କରିଛି।
ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
4 ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
5 ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।
6 ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
7 ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
8 ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
9 ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
13 ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି
ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ।
14 ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ!
ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।
15 ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।
16 ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ।
ତା’ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି।
17 ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି।
ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।
18 ହେ ପରମେଶ୍ୱର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର।
ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
19 ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ।
ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ।
ଇସ୍ରାଏଲ ସେମାନଙ୍କ ପାପପାଇଁ ଦଣ୍ଡିତ ହେଲା
50 ସଦାପ୍ରଭୁ ଏହିକଥା କୁହନ୍ତି,
“ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ।
ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ
ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ?
ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ
ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା
ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ।
2 ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ?
ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ?
ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ?
କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ?
ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ
ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ।
ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ
ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ।
3 ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ
ଓ ଚଟବସ୍ତ୍ରରେ ସେହିସବୁର ଆଚ୍ଛାଦନ କରୁ।”
ପରମେଶ୍ୱରଙ୍କ ସେବକ ପ୍ରକୃତ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5 ମୋର ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣକୁ ମୁକ୍ତ କରିଛନ୍ତି; ପୁଣି ମୁଁ ତାଙ୍କର ବିରୁଦ୍ଧାଗ୍ଭରୀ ହୋଇ ନାହିଁ କିମ୍ବା ପଛକୁ ଫେରି ନାହିଁ। 6 ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ। 7 ମୋର ପ୍ରଭୁ ସଦାପ୍ରଭୁ ମୋତେ ସାହାଯ୍ୟ କରିବେ; ତେଣୁ ସେମାନଙ୍କର ଅପମାନ ମୋତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମୋର ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହେବି ନାହିଁ।
8 ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ। 9 ଦେଖ, ସଦାପ୍ରଭୁ, ମୋର ପ୍ରଭୁ ମୋତେ ସାହାଯ୍ୟ କରିବେ। ତେଣୁ କିଏ ମୋତେ ଦୋଷୀ କରିବ? ସେମାନେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହେବେ ଓ କୀଟ ସେଗୁଡ଼ିକୁ ଗ୍ରାସ କରିବ।
10 ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସେବକର ବାକ୍ୟ ପାଳନ କରେ? ପୁଣି ଯେ ଆଲୋକ ବିନା ଅନ୍ଧକାରରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ ହେଉ।
11 “ଦେଖ, ତୁମ୍ଭେମାନେ ନିଜ ନିଜ ପଥରେ ବଞ୍ଚିବାକୁ ଗ୍ଭହୁଁଛ। ତୁମ୍ଭେମାନେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନିଖୁଣ୍ଟାରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭେମାନେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋ’ ହସ୍ତରୁ ଏହା ତୁମ୍ଭେମାନେ ପାଇବ, ତୁମ୍ଭେମାନେ ଶୋକରେ ଶୟନ କରିବ।”
ବ୍ୟବସ୍ଥା ଓ ପ୍ରତିଜ୍ଞା
15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। 16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା’ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। 17 ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
18 ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।
19 ତା’ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। 20 ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ।
ମୋଶାଙ୍କ ନିୟମର ପ୍ରୟୋଜନ
21 ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ।
47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ(A)
53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସରତ୍ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା’ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center