Book of Common Prayer
ଦାଉଦଙ୍କର ଏକ ଗୀତ।
20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
ଆମ୍ଭେ ବିଜୟୀ ଦଳ।
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।
ଦାଉଦଙ୍କର ଏକ ଗୀତ।
21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
2 ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ।
3 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
4 ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
5 ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
6 ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ।
7 ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
8 ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
9 ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।
13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ।
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ [a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା’ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
5 ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
6 ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
7 ହେ ମୋର ପ୍ରାଣ ବିଶ୍ରାମ କର।
ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
8 ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
ମୋର ଲୋତକ ବନ୍ଦ କଲ।
ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କର।
9 ଜୀବିତମାନଙ୍କ ଦେଶରେ
ମୁଁ ସଦାପ୍ରଭୁଙ୍କ ସେବା କରିବି।
10 ଏପରିକି ମୁଁ ଯେବେ କହିଲି, “ମୁଁ ବହୁତ କଷ୍ଟ ପାଛଅଛି”
ତଥାପି ମୁଁ ବିଶ୍ୱାସ କଲି।
11 ମୁଁ ଯେତେବେଳେ ଭୟରେ ଥିଲି, କହିଲି,
“ସମସ୍ତ ମନୁଷ୍ୟ ମିଥ୍ୟାଗ୍ଭରୀ ଅଟନ୍ତି।”
12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
ସଦ୍ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
ମନ୍ଦିରକୁ ଯିବି।
ସଦାପ୍ରଭୁଙ୍କର ପ୍ରଶଂସା କର!
117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
2 କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ
43 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। 2 ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦଗ୍ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। 3 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। 4 ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।
5 “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। 6 ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। 7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।
8 ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ। 9 ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”
10 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ। 11 ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି। 12 ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13 “ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।”
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ
14 ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ। 15 ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। 16 ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ। 17 ତୁମ୍ଭ ବିଶ୍ୱାସ ହେତୁ ତୁମ୍ଭ ହୃଦୟରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ରେମରେ ଶକ୍ତିଶାଳୀ ହେଉ ଏବଂ ପ୍ରେମରେ ଗଢ଼ି ଉଠୁ। 18 ଖ୍ରୀଷ୍ଟଙ୍କ ପ୍ରେମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ୱରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ୟ ବୁଝି ପାର ଯେ, ସେହି ପ୍ରେମ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ ଓ କେତେ ଗଭୀର। 19 ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ।
20 ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି। 21 ମଣ୍ଡଳୀରେ ଓ ଖ୍ରୀଷ୍ଟଙ୍କ ଦ୍ୱାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍।
କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(A)
23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”
25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”
27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”
ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ(B)
3 ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। 2 ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। 3 ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”
4 ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।
5 ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ 6 ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।
2010 by World Bible Translation Center