Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
97 ସଦାପ୍ରଭୁ ଶାସନ କରନ୍ତି।
ସକଳ ପୃଥିବୀ ଆନନ୍ଦ ହେଉ।
ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
2 ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
3 ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
ତାଙ୍କର ଶତ୍ରୁଗଣକୁ ବିନାଶ କରେ।
4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
ଏହା ଦେଖି ଲୋକେ ଭୟ କଲେ।
5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
6 ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।
7 ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
8 ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
9 ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
ସେ ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।
96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
3 ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
4 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
5 ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
7 ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
ଓ ପରାକ୍ରମର ଗୁଣ ଗାନ କର।
8 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
7 ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।”
8 ଶୁଣ, ତୁମ୍ଭ ପ୍ରହରୀଗଣ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି।
ସେମାନେ ଏକତ୍ର ଆନନ୍ଦଧ୍ୱନି କରୁଛନ୍ତି।
କାରଣ ସେମାନେ ପ୍ରତ୍ୟେକ ସ୍ୱଚକ୍ଷୁରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ୟାବର୍ତ୍ତନ ଦେଖୁଛନ୍ତି।
9 ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର।
ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି
ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି।
10 ସଦାପ୍ରଭୁ ସର୍ବଦେଶୀୟଙ୍କ ସମ୍ମୁଖରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି
ଓ ପୃଥିବୀର ପ୍ରତ୍ୟେକ ତାଙ୍କର ପରିତ୍ରାଣ ଦେଖିବେ।
22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।
14 କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ।
ପରମେଶ୍ୱରଙ୍କ ମନୋନୀତ ସେବକ: ଯୀଶୁ
15 ଯୀଶୁ ଏ କଥା ଜାଣିପାରି ସେ ଜାଗା ଛାଡ଼ି ଗ୍ଭଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରିଦେଲେ। 16 କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ, ସେଗୁଡ଼ିକ ପୂର୍ଣ୍ଣ ହେବା ପାଇଁ ଯୀଶୁ ଏହା କଲେ। ଯିଶାଇୟ କହିଥିଲେ,
18 “ଏ ମୋର ସେବକ।
ମୁଁ ତାହାଙ୍କୁ ବାଛିଛି।
ମୁଁ ତାହାଙ୍କୁ ଭଲ ପାଏ।
ମୁଁ ତାହାଙ୍କ ଉପରେ ଖୁସୀ।
ମୋର ଆତ୍ମା ମୁଁ ତାହାଙ୍କଠାରେ ରଖିବି।
ସେ ଜାତିମାନଙ୍କ ଭିତରେ ନ୍ୟାୟ ଘୋଷଣା କରିବେ।
19 ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ।
ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ।
20 ନଇଁ ପଡ଼ିଥିବା ଛେଗ୍ଭନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ
କି ଲିଭି ଆସୁଥିବା ଦୀପଟିକୁ ସେ ଲିଭେଇବେ ନାହିଁ।
ନ୍ୟାୟର ବିଜୟ ନ ହେବା ପର୍ଯ୍ୟନ୍ତ ସେ ଅଟଳ ରହିବେ।
21 ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।”(A)
2010 by World Bible Translation Center