Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
    କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
    କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
    ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
    ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
    ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
    ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
    ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
    ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
    ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
    ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
    ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
    ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
    ତୁମ୍ଭେମାନେ ତାଙ୍କର ସେବକ ଅଟ।
    ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
    ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 148

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

ଆଦିପୁସ୍ତକ 17:1-12

ସୁନ୍ନତ୍-ଚୁକ୍ତିର ପ୍ରମାଣ

17 ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”

ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କର ପରମେଶ୍ୱର ହେବି। ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”

ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। 10 ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। 11 ତୁମ୍ଭେମାନେ ନିଶ୍ଚୟ ସୁନ୍ନତ [a] ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। 12 ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ।

ଆଦିପୁସ୍ତକ 17:15-16

ଇ‌ସ୍‌ହାକ-ପ୍ରତିଜ୍ଞାର ପୁତ୍ର

15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା’ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”

କଲସୀୟଙ୍କ ପ୍ରତି ପତ୍ର 2:6-12

ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:

ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।

ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ। 10 ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।

11 ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। 12 ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁ‌ତ୍‌‌ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।

ଯୋହନ ଲିଖିତ ସୁସମାଗ୍ଭର 16:23-30

23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।

ପୃଥିବୀ ଉପରେ ବିଜୟ

25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”

29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center