Book of Common Prayer
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।
20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି।
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
ତହିଁରେ ସେ ତୁମ୍ଭର ଯତ୍ନ ନେବେ।
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
20 ସେହି ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ। ସେମାନେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବା ଶିକ୍ଷା କରିବେ। 21 ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ୟ ପୁଣି ପରାକ୍ରାନ୍ତ ପରମେଶ୍ୱରଙ୍କୁ ଅନୁସରଣ କରିବେ।
22 ଯଦିଓ ଇସ୍ରାଏଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସେମାନେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ୱଂସ ପାଇବ। ପରମେଶ୍ୱର ତୁମ୍ଭର ଦେଶ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି। ତା’ପରେ ଧାର୍ମିକତା ନଦୀର ବନ୍ୟାଜଳ ସଦୃଶ ଦେଶମଧ୍ୟକୁ ବହି ଆସିବ। 23 ମୋ’ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ନିଶ୍ଚିତ ଭାବରେ ଏହି ଦେଶକୁ ଧ୍ୱଂସ କରିବେ।
24 ମୋର ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, “ହେ ମୋର ସିୟୋନ ନିବାସୀଗଣ, ତୁମ୍ଭେମାନେ ଅଶୂରକୁ ଭୟ କର ନାହିଁ, ଯଦ୍ୟପି ଅତୀତରେ ମିଶର ତୁମ୍ଭମାନଙ୍କୁ ଯଷ୍ଟିରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ। 25 ଯେତେବେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦେଇସାରିଛି, ସେତେବେଳେ ମୋର କ୍ରୋଧ ପ୍ରଶମିତ ହେବ।”
26 ତା’ପରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତରେ ଓରେବ୍ ଶୈଳରେ ମିଦିୟନର ହତ୍ୟା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲାବେଳେ ସେ ସେହିପରି କରିବେ। ଆଉ ଅତୀତରେ ସଦାପ୍ରଭୁ ଯେପରି ତାଙ୍କର ଯଷ୍ଟି ସମୁଦ୍ର ଉପରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦେଇ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସେହିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।
27 ସେ ଦିନରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସେହି ଦୁଃଖ ବୋଝ ତୁମ୍ଭ ସ୍କନ୍ଧରେ ଯୁଆଳି ସଦୃଶ ହେବ। ମାତ୍ର ସେହି ଯୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆଯିବ। ସେହି ବୋଝ ରୂପକ ଯୁଆଳି ତୁମ୍ଭର ଶକ୍ତି ବଳରେ ଭଗ୍ନ ହେବ।
ଗୋଟିଏ ସତର୍କବାଣୀ ଏବଂ ବ୍ୟବହାରିକ ବିଷୟ
17 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁସବୁ କଥା କହିଛନ୍ତି, ତାହା ସ୍ମରଣ କର। 18 ପ୍ରେରିତମାନେ ତୁମ୍ଭକୁ କହିଥିଲେ, “ଶେଷ କାଳରେ ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ।” ଏହି ଲୋକମାନେ କେବଳ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି। 19 ଏହି ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି। ସେମାନେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ପବିତ୍ରଆତ୍ମା ନାହାନ୍ତି।
20 କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ନିଜର ପବିତ୍ର ବିଶ୍ୱାସ ଉପରେ ନିଜ ନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। 21 ପରମେଶ୍ୱରଙ୍କର ପ୍ରେମରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।
22 ସନ୍ଦେହରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କର। 23 ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସେହି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦେଖାଇବା ବେଳେ ସାବଧାନରେ ରୁହ। ପାପରେ କଳଙ୍କିତ ହୋଇଥିବା ସେମାନଙ୍କର ଲୁଗାପଟାକୁ ମଧ୍ୟ ଘୃଣା କର।
ପରମେଶ୍ୱରଙ୍କ ପ୍ରଶଂସା କର
24 ପରମେଶ୍ୱର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖକୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦେଇ ପାରିବେ। 25 ସେ ଏକମାତ୍ର ପରମେଶ୍ୱର। ସେ କେବଳ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ୱରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍।
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର(A)
3 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା।
ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ,
ଗାଲିଲୀର ଶାସକ ହେରୋଦ, ଇତୂରିୟା
ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା,
ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2 ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3 ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। 4 ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା:
“ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି:
‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର।
ତାହାଙ୍କ ବାଟ ସଳଖ କର।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ।
ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ।
ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ
ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6 ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ
ପରିତ୍ରାଣ ବିଷୟରେ ଜାଣିବେ।’”(B)
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? 8 ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। 9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
2010 by World Bible Translation Center