Book of Common Prayer
ସୟିନ୍
49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।
ହେତ୍
57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।
ଟେଟ୍
65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
49 ହେ ଜାତିଗଣ ସମୂହ ଶୁଣ,
ହେ ପୃଥିବୀବାସୀ ଲୋକମାନେ ଶୁଣ,
2 ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
3 ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
ଓ ବୁଦ୍ଧିମାନର କଥା କହିବି।
4 ମୁଁ ସେ ସବୁ ଯେ ଶୁଣି ଅଛି
ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।
5 ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
6 ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
7 ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
8 ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
ତା’ର ଜୀବନକୁ ପ୍ରାୟାଶ୍ଚିତ କରି ପାରିବ।
9 କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା’ର ଶରୀରକୁ ରକ୍ଷା କରି ପାରିବ,
ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।
13 ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ।
ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।
14 ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି।
ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ।
ତା’ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ।
ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ,
ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।
15 କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ।
ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ।
16 କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ।
ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
17 ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ।
ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ।
18 ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ।
ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା’ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।
19 ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ
ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ।
20 ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ,
ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ
8 ମୋର ସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ରେରଣ କଲେ। ସେହି ବାର୍ତ୍ତା ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟ କରିବ। 9 ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ।
ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି। 10 “ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।”
11 ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ। 12 ତା’ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା’ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।
13 ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ। 14 ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ। 15 ଏଠାରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ୟାବାଦୀ ଭବିଷ୍ୟଦ୍ବକ୍ତାଙ୍କୁ ବୁଝାଉଛି।
16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ। 17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି।
ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
ଭଣ୍ଡ ଶିକ୍ଷକଗଣ
2 ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟଦ୍ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ। 2 ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ। 3 ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।
4 ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।
5 ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।
6 ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ। 7 କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ। 8 ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ।
9 ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ। 10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ।
ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ।
ଯୀଶୁଙ୍କ ଆଗମନର ପ୍ରସ୍ତୁତି(A)
1 ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। 2 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:
“ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ
ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”(B)
3 “ମରୁଭୂମିରେ ଜଣେ ପାଟିକରି କହୁଛି;
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ରାସ୍ତା ସମତଳ କର।’”(C)
4 ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। 5 ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
6 ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।
7 ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। 8 ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”
2010 by World Bible Translation Center