Book of Common Prayer
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
ଓ ସେମାନେ ଶାନ୍ତି ଉପଭୋଗ କରିବେ।
12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
23 ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି।
ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି।
24 ସେମାନେ ଝୁଣ୍ଟି ପଡ଼ିବେ ନାହିଁ
କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି।
25 ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି
ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି।
ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26 ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ।
ତେଣୁ ତା’ର ପିଲାମାନେ ଏକ ଆଶୀର୍ବାଦସୂଚକ।
27 ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର,
ତା’ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ।
28 ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି
ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ,
ତେଣୁ ସେମାନେ ଚିରଦିନ ସୁରକ୍ଷିତ।
କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।
29 ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ।
ସେମାନେ ସେଠାରେ ଚିରଦିନ ବାସ କରିବେ।
30 ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ।
ତା’ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ।
31 ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ।
ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ।
32 ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି।
33 ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ।
ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।
34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।
35 ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା।
ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36 କିନ୍ତୁ ସେ ଆଜି ନାହିଁ।
ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37 ସିଦ୍ଧ ଓ ଧାର୍ମିକ ଲୋକ ହୁଅ।
ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ।
38 କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ
ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।
ଆରାମର ଦୁଃଖ
7 ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।
2 ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।
3 ତା’ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।
4 “ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। 5 ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, 6 “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”
7 ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। 8 ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। 9 ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”
ମନ୍ଦ ଦୁର୍ଘଟଣାମାନ ଘଟିବ
2 ଭାଇ ଓ ଭଉଣୀମାନେ! ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବିଷୟରେ ଆମ୍ଭର କିଛି କହିବାକୁ ଅଛି। ଯେତେବେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭେଟିବା, ସେହି ସମୟ ବିଷୟରେ ଆମ୍ଭେ ତୁମ୍ଭକୁ କହିବାକୁ ଗ୍ଭହୁଁ। 2 ଯଦି ତୁମ୍ଭେମାନେ ଶୁଣ ଯେ, ପ୍ରଭୁଙ୍କର ସେହି ଦିନଟି ଆସିଗଲାଣି, ତୁମ୍ଭେମାନେ ଚିନ୍ତାରେ ସହଜରେ ବିବ୍ରତ ହୋଇ ଯାଅ ନାହିଁ କି ଭୟ କର ନାହିଁ। କେତେଜଣ ଏହାକୁ କୌଣସି ଭବିଷ୍ୟଦ୍ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତେକ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରି ପାରନ୍ତି ଯେ, ଆମ୍ଭମାନଙ୍କ ଦ୍ୱାରା ଏହି ପତ୍ର ଲେଖାଯାଇଅଛି। 3 ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ। 4 ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।
5 ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ। 6 ମନେ ଅଛି କି? ଏବେ ମନ୍ଦବ୍ୟକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭେମାନେ ଜାଣିଛ। ଯେତେବେଳେ ଉଚିତ୍ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି। 7 ସଂସାରରେ ଏବେ ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜଣେ ମାତ୍ର ଅଛନ୍ତି ଯିଏ, ମନ୍ଦ ବ୍ୟକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। ସେ ଦୃଶ୍ୟପଟରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ ସେହି ଶକ୍ତିକୁ ପ୍ରତିରୋଧ କରୁଥିବେ, 8 ତା’ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ।
9 ତା’ର ମହାନ ଶକ୍ତି ଥିବ ଓ ସେ ଅସତ୍ୟ ଆଧାରିତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଚିହ୍ନ ଓ ଅଦ୍ଭୂତ କାର୍ଯ୍ୟମାନ ଘଟାଇବ। 10 ଯେଉଁ ଲୋକମାନେ ହଜିଯାଇଛନ୍ତି, ସେମାନଙ୍କୁ ଠକିବାକୁ ଏହି ମନ୍ଦବ୍ୟକ୍ତି ପ୍ରତ୍ୟେକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସେମାନେ ସତ୍ୟକୁ ଭଲ ପାଇବା ପାଇଁ ଅସ୍ୱୀକାର କଲେ, ଯାହା ଦ୍ୱାର ସେମାନେ ଉଦ୍ଧାର ପାଇଥା’ନ୍ତେ। 11 ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି। 12 ଅତଏବ ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁ ନାହାନ୍ତି, ସେମାନେ ଦୋଷୀ ବୋଲି ବିଗ୍ଭରିତ ହେବେ। ସେମାନେ ସତ୍ୟକୁ ମାନି ନାହାନ୍ତି ଓ ମନ୍ଦ କର୍ମ କରିବାରେ ଆନନ୍ଦ ପାଇଛନ୍ତି।
ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ(A)
22 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। 2 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା
3 ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। 4 ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। 5 ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। 6 ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।
ନିସ୍ତାରପର୍ବର ଖାଦ୍ୟ ତିଆରି(B)
7 ଖମୀରହୀନ ରୋଟୀ ପର୍ବର [a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। 8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”
9 ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର [b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”
13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
2010 by World Bible Translation Center