Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
    ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
    ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
    ପରମେଶ୍ୱର ଇସ୍‌ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
    ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
    ଏବଂ ସେହି ଭୂମି ତୁମ୍ଭର ହେବ।”
12 ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ।
    ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ।
13 ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ
    ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।
14 କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ।
    ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ।
15 ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ।
    ଏବଂ ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
    ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ [a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
    ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
    ସେମାନେ ଏକ ଲୁହାର କଡ଼ା ତା’ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା’ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
    ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
    ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
    ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
    ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
    କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
    ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
    ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
    ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
27 ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା
    ହାମ ଦେଶରେ ବହୁ ଅ‌ଦ୍‌ଭୂତ କାର୍ଯ୍ୟମାନ କରାଇଲେ।
28 ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ,
    କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
29 ସେ ସେମାନଙ୍କର ଜଳକୁ ରକ୍ତ କଲେ
    ଓ ସେମାନଙ୍କର ମାଛସବୁ ମରିଗଲେ।
30 ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର
    ବେଙ୍ଗରେ ପରିପୂର୍ଣ୍ଣ ହେଲା।
31 ପରମେଶ୍ୱର ଆଜ୍ଞା ଦେଲେ,
    ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି
    ସବୁଆଡ଼େ ଭର୍ତ୍ତି ହୋଇଗଲେ।
32 ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ
    ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା।
33 ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ
    ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
34 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ,
    ସେମାନେ ଅସଂଖ୍ୟ ଥିଲେ।
35 ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ।
    ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ।
36 ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ
    ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
    ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
    କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
    ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
    ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
    ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।

42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
    ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
    ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
    ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:8-6:6

ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟ‌ଦ୍‌ବାଣୀ

“ଗିବିୟାରେ ତୂରୀ ବଜାଅ।
    ରାମାରେ ତୂରୀ ବଜାଅ।
ବୈଥ-ଆବନରେ ସତର୍କ କରିଦିଅ।
    ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।
ଦଣ୍ତ ଦେବା ସମୟରେ
    ଇଫ୍ରୟିମ ସର୍ବହରା ହୋଇଯିବ।
ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ
    ସେସବୁ ପ୍ରକୃତରେ ଘଟିବ।
10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି।
    ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।
11 ଇଫ୍ରୟିମ ଦଣ୍ତିତ ହେବ।
    ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ।
    କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା।
    ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା।
13 ଇଫ୍ରୟିମ ତା’ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା’ର କ୍ଷତକୁ ଦେଖିଲା।
    ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା।
ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ।
    କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା।
    ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା।
ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା।
ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା
    ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।
15 ଆମ୍ଭେ ଆମ୍ଭର ଗୃହକୁ ଫେରିବା
    ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ
    ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ।
ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”

ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର

“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
    ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
    ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
    ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
    ତା’ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
    ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
    ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
    ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”

ଲୋକମାନେ ବିଶ୍ୱସ୍ତ ନୁହନ୍ତି

“ହେ ଇଫ୍ରୟିମ, ହେ ଯିହୁଦା,
    ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
    ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
    ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
    କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
    ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
    କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 21:27-36

27 ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। 28 ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।

30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। 32 ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।

33 ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। 34 ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। 35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”

ଲୂକ ଲିଖିତ ସୁସମାଗ୍ଭର 6:1-11

ଯୀଶୁ ବିଶ୍ରାମବାରର ପ୍ରଭୁ(A)

ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”

ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ(B)

ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।”

10 ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। 11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center