Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 87

କୋରହ ସନ୍ତାନଗଣର ଏକ ଗୀତ।

87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
    ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।

4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
    “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
    “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
    ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ।

ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
    “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”

ଗୀତସଂହିତା 90

ଚତୁର୍ଥ ପୁସ୍ତକ

(ଗୀତସଂହିତା 90-106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
    ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
    ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
    ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
    ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
    ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
    କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
    ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଗୀତସଂହିତା 136

136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଦେବତାମାନଙ୍କର ଦେବତାର ପ୍ରଶଂସା କର।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର।
    ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
    ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓ‌ଗ୍‌କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:1-2

ହୋଶେୟଙ୍କ ଜରିଆରେ ସଦାପ୍ରଭୁ ପରମେଶ୍ୱରଙ୍କ ବାର୍ତ୍ତା

ବେରିଙ୍କ ପୁତ୍ର ହୋଶେୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ୍, ଆହସ ଓ ହିଜକିୟଙ୍କ ରାଜତ୍ୱ କାଳରେ ଓ ଇସ୍ରାଏଲର ରାଜା ଯୋୟାସଙ୍କ ପୁତ୍ର ଯାରବିୟାମଙ୍କ ସମୟରେ ଆସିଥିଲା।

ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”

ଯିଷ୍ରିୟେଲଙ୍କ ଜନ୍ମ

ତେଣୁ ହୋଶେୟ ଦିବ୍ଲାଇମଙ୍କ କନ୍ୟା ଗୋମରଙ୍କୁ ବିବାହ କଲେ। ଗୋମରା ଗର୍ଭବତୀ ହେଲେ ଏବଂ ହୋଶେୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା’ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା’ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି। ମୁଁ ଇସ୍ରାଏଲର ଧନୁକୁ ସେହି ଯିଷ୍ରିୟେଲ ଉପତ୍ୟକାରେ ଭାଙ୍ଗିବି।”

ଲୋ-ରୁହାମାଙ୍କ ଜନ୍ମ

ତା’ପରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା’ର ନାମ ଲୋ-ରୁହାମା ଦିଅ। କାରଣ ଆମ୍ଭେ ଏଣିକି ଇସ୍ରାଏଲ ଜାତିକୁ ଆଉ ଦୟା ଦେଖାଇବା ନାହିଁ। ଆମ୍ଭେ ସେମାନଙ୍କୁ କ୍ଷମା ଦେବା ନାହିଁ। କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”

ଲୋ-ଆମୀଙ୍କ ଜନ୍ମ

ଗୋମରା ଲୋ-ରୁହାମାଙ୍କ ସେବା ଶେଷ କଲାପରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ। ତା’ପରେ ସଦାପ୍ରଭୁ କହିଲେ, “ତା’ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ୱର ନୁହଁ।”

The Lord Speaks to the Nation of Israel

10 “ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’

11 “ତା’ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।”

“ତା’ପରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, ‘ତୁମ୍ଭେମାନେ ଆମ୍ଭର ଲୋକ।’ ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ‘ସେ ତୁମ୍ଭମାନଙ୍କୁ ଦୟା ଦେଖାଇଛନ୍ତି।’”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 20:1-16

ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା

20 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା’ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା’ପରେ ସେ ଗ୍ରୀ‌ସ୍‌ରେ ପହଞ୍ଚିଲେ। ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ।

ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲି‌ପ୍‌ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।

ପାଉଲଙ୍କର ତ୍ରୋୟା ଯାତ୍ରା

ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।

10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।

ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା

13 ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା’ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। 16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।

ଲୂକ ଲିଖିତ ସୁସମାଗ୍ଭର 4:38-44

ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ(A)

38 ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। 39 ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ

40 ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। 41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।

ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା(B)

42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ। 43 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”

44 ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center