Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:41-64

ବୌ

41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
    ଯେଉଁମାନେ ମୋତେ ଅପମାନିତ କରୁଥିଲେ।
    ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
    ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
    ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
    ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ହେତ୍

57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
    ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
    ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
    ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
    ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
    ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 8:11-20

ଯିଶାଇୟଙ୍କ ପ୍ରତି ସତର୍କବାଣୀ

11 ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମୋତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହେବାକୁ ସେ ମୋତେ ସତର୍କ କରି କହିଲେ। 12 “ପ୍ରତ୍ୟେକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ୱାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।”

13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର। 14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ। 15 ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।

16 ଯିଶାଇୟ କହିଲେ, “ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମୋର ଶିକ୍ଷାଗୁଡ଼ିକୁ ଭବିଷ୍ୟତ ପାଇଁ ରକ୍ଷାକର। ମୋର ଶିଷ୍ୟମାନଙ୍କ ପାଇଁ ଏହା କର।”

17 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି।
    ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।

18 “ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’

19 କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?” 20 ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 10:1-15

10 ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ। ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ। ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।

ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।” [a] କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”) “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)

ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” [b] ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ। ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। 10 ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।

11 ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।” [c] 12 ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। 13 ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।” [d]

14 କିନ୍ତ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ। 15 ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।” [e]

ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଗୀତସଂହିତା 112

112 ସଦାପ୍ରଭୁଙ୍କର ପ୍ରଶଂସା କର।

ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
ତା’ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା’ର ଧର୍ମ ଚିରକାଳସ୍ଥାୟୀ ହେବ।
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା’ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା’ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।

ମାଥିଉ ଲିଖିତ ସୁସମାଗ୍ଭର 13:44-52

ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ

44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।

45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।

ମାଛଧରା ଜାଲର ଦୃଷ୍ଟାନ୍ତ

47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”

51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”

ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”

52 ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center