Book of Common Prayer
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
3 ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
4 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
5 ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
7 ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
ଓ ପରାକ୍ରମର ଗୁଣ ଗାନ କର।
8 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।
ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।
34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
2 ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
3 ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
ତାଙ୍କ ନାମର ମହିମା କୀର୍ତ୍ତନ କର।
4 ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
5 ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
ଓ ସଦାପ୍ରଭୁ ତାହା ଶୁଣିଲେ
ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
8 ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
ଶାନ୍ତି ପାଇଁ କାର୍ଯ୍ୟ କର।
ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
ଯିହୁଦୀମାନଙ୍କୁ ଧ୍ୱଂସ କରିବା ପାଇଁ ହାମନ୍ର ଯୋଜନା ଥିଲା
3 ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। 2 ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ। କାରଣ ରାଜା ତାହା ବିଷୟରେ ସେହିପରି ଆଜ୍ଞା ଦେଇଥିଲେ। ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ। 3 ଏଣୁ ରାଜଦ୍ୱାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”
4 ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା। 5 ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା। 6 ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
7 ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ। 8 ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
9 “ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”
10 ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲା। 11 ପୁଣି ରାଜା ହାମନ୍କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
13 ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।
14 ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।
ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ
4 ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। 2 ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। 3 ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
ଶୁଣିବା ଓ ପାଳନ କରିବା
19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। 20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। 21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ।
22 ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। 23 ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। 24 ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।
ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ
26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। 27 ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
ଦାନ ବିଷୟରେ ଯୀଶୁଙ୍କ ଉପଦେଶ
6 “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।
2 “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। 3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। 4 ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା(A)
5 “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା’ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ
16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
2010 by World Bible Translation Center