Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 55

ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।

55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
    ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
    ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
    ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
    ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
    ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
    ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
    ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।

ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
    ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
    ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
    ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
    ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
    ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।

12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
    ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
    ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
    ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
    ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।

15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
    ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
    କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
    ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
    ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
    ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।

20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
    ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
    ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚି‌କ୍‌କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
    ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖ‌ଡ଼୍‌ଗ ତୁଲ୍ୟ କାଟନ୍ତି।

22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
    ତହିଁରେ ସେ ତୁମ୍ଭର ଯତ୍ନ ନେବେ।
    ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।

23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
    ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।

ଗୀତସଂହିତା 138:1-139:23

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
    ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
    ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
    ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
    ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
    ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।

ଆୟୁବ ପୁସ୍ତକ 38:1-17

ପରମେଶ୍ୱର ଆୟୁବଙ୍କୁ କହିଲେ

38 ତା’ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଉତ୍ତର ଦେଇ କହିଲେ,

“କିଏ ଏହି ଅଜ୍ଞାନୀ ବ୍ୟକ୍ତି ଯିଏ କି
    ଏଭଳି ନିର୍ବୋଧ କଥା କହୁଛି?
ଆୟୁବ, ଜଣେ ମଣିଷ ପରି ଛିଡ଼ା ହୋଇଯାଅ,
    ଯାହା ଫଳରେ ମୁଁ ତୁମ୍ଭକୁ ପ୍ରଶ୍ନ ପଗ୍ଭରି ପାରିବି ଏବଂ ତୁମ୍ଭେ ମୋତେ ଉତ୍ତର ଦେଇ ପାରିବ।

“ଆୟୁବ, ତୁମ୍ଭେ କେଉଁଠାରେ ଥିଲ, ଯେତେବେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି?
    ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମୋତେ ଉତ୍ତର ଦିଅ।
ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହେବ?
    ଏକ ମାପିବା ରେଖା ଦ୍ୱାରା କିଏ ଏହି ପୃଥିବୀକୁ ମାପଚୁପ କରିଥିଲା?
ପୃଥିବୀ କାହା ଉପରେ ସ୍ଥିର ରହିଛି?
    କିଏ ଏହି ସ୍ଥାନରେ ପ୍ରଥମ ପଥର ରଖିଲା?
ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ
    ଏବଂ ଏହା ଯେତେବେଳେ ହେଲା ସ୍ୱର୍ଗଦୂତଗଣ ଆନନ୍ଦରେ ଚିତ୍କାର କଲେ।

“ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା,
    ଯେତେବେଳେ ଏହା ଗଭୀର ଭାବରେ ପୃଥିବୀରେ ପ୍ରବାହିତ ହେଲା?
ସେତେବେଳେ ମୁଁ ତାକୁ ମେଘଦ୍ୱାରା ଆବୃତ କଲି
    ଓ ଏହାକୁ ନିବିଡ଼ ଅନ୍ଧକାର ମଧ୍ୟରେ ଗୁଡ଼ାଇ ରଖିଲି।
10 ମୁଁ ସମୁଦ୍ର ପାଇଁ ସୀମା ନିରୂପିତ କଲି
    ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦେଲି।
11 ମୁଁ ସମୁଦ୍ରକୁ କହିଲି, ‘ତୁମ୍ଭେ ଏତିକି ବାଟ ପର୍ଯ୍ୟନ୍ତ ଆସିବ, ତା’ଠାରୁ ଅଧିକା ନୁହେଁ।
    ଏହି ସ୍ଥାନରେ ତୁମ୍ଭେ ଗର୍ବି ଢେଉ ଆସି ବନ୍ଦ ହେବ।’

12 “ଆୟୁବ, ତୁମ୍ଭେ କେବେ ତୁମ୍ଭର ଜୀବନକାଳ ମଧ୍ୟରେ
    ସକାଳକୁ ଆଜ୍ଞା କରିଛ ଆରମ୍ଭ ହେବା ପାଇଁ କି ଦିନ ଆରମ୍ଭ ହେବା ପାଇଁ?
13 ଆୟୁବ ତୁମ୍ଭେ କେବେ ସକାଳର ସୂର୍ଯ୍ୟ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ?
    ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖୋଜି ବାହାର କରିଛ?
14 ସେମାନଙ୍କ ଆଲୋକ ଦ୍ୱାରା ପୃଥିବୀ
    ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା।
ଯେତେବେଳେ ଏହା ଏକ ମୋହର ଦ୍ୱାରା ମୋହରାଙ୍କିତ ହେଲା।
    ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ।
15 ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ।
    କାରଣ ଏହାର ପ୍ରଖର କିରଣ ସେମାନଙ୍କୁ ମନ୍ଦ କରିବାକୁ ମନା କରେ।

16 “ଆୟୁବ ତୁମ୍ଭେ ସମୁଦ୍ରର ଗଭୀର ସ୍ଥାନକୁ କେବେ ଯାଇଛ କି,
    ଯେଉଁଠାରୁ ସମୁଦ୍ରର ଆରମ୍ଭ?
    ତୁମ୍ଭେ କେବେ ସମୁଦ୍ରର ନିମ୍ନ ଦେଶରେ ଗ୍ଭଲିଛ କି?
17 ଆୟୁବ ତୁମ୍ଭେ କେବେ ମୃତ୍ୟୁ ଦେଶର ଦ୍ୱାରକୁ ଦେଖିଛ କି?
    ତୁମ୍ଭେ କେବେ ସେହି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନେଇଯାଏ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 15:22-35

ଅଣଯିହୂଦୀ ବିଶ୍ୱାସୀମାନଙ୍କୁ ପତ୍ର

22 ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣ‌ବ୍‌‌ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ। 23 ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ:

ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ

ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।

24 ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି। 25 ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କ ସହିତ ପଠାଇବୁ। 26 ବର୍ଣ୍ଣ‌ବ୍‌‌ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି। 27 ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ। 28 ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ:

29 ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ।

ତୁମ୍ଭେମାନେ ରକ୍ତ ଖାଇବ ନାହିଁ। ତଣ୍ଟି ଚିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭେମାନେ ଖାଇବ ନାହିଁ।

ତୁମ୍ଭେମାନେ ଯୌନ ପାପସବୁ କରିବ ନାହିଁ।

ଯଦି ତୁମ୍ଭେମାନେ ଏସବୁ ଜିନିଷଠାରୁ ନିଜକୁ ଅଲଗା ରଖିବ, ତେବେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ।

ବିଦାୟ।

30 ତା’ପରେ ବର୍ଣ୍ଣ‌ବ୍‌‌ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। । 31 ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା। 32 ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ। 33 ସେଠାରେ କିଛି ଦିନ ରହିବାପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ଯିରୁଶାଲମର ସେହି ଭାଇମାନଙ୍କ ପାଖକୁ ଫେରି ଯିବା ପାଇଁ ଶାନ୍ତିରେ ବିଦାୟ ଦେଲେ। 34 [a]

35 କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଗ୍ଭର ପ୍ରଗ୍ଭର କଲେ।

ଯୋହନ ଲିଖିତ ସୁସମାଗ୍ଭର 11:45-54

ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା(A)

45 ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। 46 କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। 47 ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। 48 ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”

49 ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। 50 ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”

51 ‌କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। 52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।

53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center