Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
    ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
    ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
    ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
    ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
    ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
    କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
    କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
23 ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି।
    ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି।
24 ସେମାନେ ଝୁଣ୍ଟି ପଡ଼ିବେ ନାହିଁ
    କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି।
25 ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି
    ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି।
    ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26 ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ।
    ତେଣୁ ତା’ର ପିଲାମାନେ ଏକ ଆଶୀର୍ବାଦସୂଚକ।
27 ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର,
    ତା’ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ।
28 ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି
    ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ,
ତେଣୁ ସେମାନେ ଚିରଦିନ ସୁରକ୍ଷିତ।
    କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।
29 ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ।
    ସେମାନେ ସେଠାରେ ଚିରଦିନ ବାସ କରିବେ।
30 ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ।
    ତା’ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ।
31 ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ।
    ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ।

32 ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି।
33 ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ।
    ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।
34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
    ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।

35 ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା।
    ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36 କିନ୍ତୁ ସେ ଆଜି ନାହିଁ।
    ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37 ସିଦ୍ଧ ଓ ଧାର୍ମିକ ଲୋକ ହୁଅ।
    ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ।
38 କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ
    ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
    ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
    ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।

ଆୟୁବ ପୁସ୍ତକ 16:16-17:1

16 କାନ୍ଦି କାନ୍ଦି ମୋର ମୁହଁ ଲାଲ ପଡ଼ିଗଲାଣି।
    ମୋର ଆଖିର ଚତୁର୍ଦ୍ଦିଗରେ କଳା କଳା ଦାଗ ଦିଶିଲାଣି।
17 ମୁଁ ଜୀବନରେ କାହାପ୍ରତି ନିଷ୍ଠୁର ଆଚରଣ କରି ନାହିଁ, ତଥାପି ଏହିସବୁ ଅମଙ୍ଗଳ ମୋତେ ଘଟିଲା।
    ମୋର ପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।

18 “ପୃଥିବୀ, ମୋ’ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତାହା ଲୁଗ୍ଭଅ ନାହିଁ।
    ନ୍ୟାୟ ପାଇଁ ମୋର ଭୀକ୍ଷା ବନ୍ଦ ନ ହେଉ।
19 ଏବେ ବି ବର୍ତ୍ତମାନ ମୋ’ ପାଇଁ ସ୍ୱର୍ଗରାଜ୍ୟରେ କେହି ଜଣେ ଅଛି,
    ଯିଏ ମୋ’ ପକ୍ଷରେ କଥା କହିବେ।
    କେହି ଜଣେ ମୋ’ ପାଇଁ ସାକ୍ଷ୍ୟ ଦେବେ।
20 ମୋ’ ମିତ୍ରଗଣ ମୋ’ ପାଇଁ କୁହ,
    କିପରି ମୋର ଚକ୍ଷୁ ପରମେଶ୍ୱରଙ୍କ ପାଇଁ ଲୁହ ଢାଳି ଦେଉଛି।
21 ସେ ମୋ’ ପାଇଁ ପରମେଶ୍ୱରଙ୍କୁ କୁହନ୍ତି
    ଯେମିତିକି ଜଣେ ବ୍ୟକ୍ତି ତା’ର ବନ୍ଧୁ ପାଇଁ ଯୁକ୍ତି କରେ।

22 “ଆଉ କିଛି ବର୍ଷ ପରେ
    ମୁଁ ସେହି ମୃତ୍ୟୁ ରାଜ୍ୟକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।

17 ମୋର ଆତ୍ମା ଭାଙ୍ଗି ଯାଇଛି।
    ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି।
ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି।
    ମୋ’ ପାଇଁ କବର ଅପେକ୍ଷା କରିଛି।

ଆୟୁବ ପୁସ୍ତକ 17:13-16

13 “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି।
    ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାର ବିବରଣ କରିବି।
14 ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’
    ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି।
15 ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ।
    ଯଦି ତାହା ମୋର ଆଶା, ତେବେ ଲୋକ ମୋ’ଠାରେ କୌଣସି ଭରସା ପାଇବେ ନାହିଁ।
16 ମୋର ଆଶା କ’ଣ ମୋ’ ସହିତ ମରିଯିବ?
    ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13:1-12

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା

13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟ‌ଦ୍‌ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣ‌ବ୍‌‌ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”

ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା

ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।

ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ। ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”

ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।

ଯୋହନ ଲିଖିତ ସୁସମାଗ୍ଭର 9:1-17

ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”

ଯୀଶୁ ଉତ୍ତର ଦେଲେ, “ଏହା ତା’ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”

ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା’ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।

କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”

କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା’ରି ଭଳି ଦେଖାଯାଉଛି।”

ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”

10 ଲୋକମାନେ ତାକୁ ପଗ୍ଭରିଲେ, “କ’ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”

11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା’ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା’ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”

12 ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?”

ଲୋକଟି କହିଲା, “ମୁଁ ଜାଣେ ନାହିଁ।”

ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ

13 ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା, 14 ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ। 15 ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ. “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?”

ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।”

16 କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।”

ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।

17 ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ’ଣ କହୁଛ?”

ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center