Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 18

ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।

18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
    ମୁଁ ତୁମ୍ଭକୁ ଭଲ ପାଏ।”

ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
    ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
    ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
    ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।

ସେମାନେ ମୋତେ ପରିହାସ କଲେ,
    କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
    ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
    ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
କବରର ରଶି ମୋର ଗ୍ଭରିଆଡ଼େ ଥିଲା,
    ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
    ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
    ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
    ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
    ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
    ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
    ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
    ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
    ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
    ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
    ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
    ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
    ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
    ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।

15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
    ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
    ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।

16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
    ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
    ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
    ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
    କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
    ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
    ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
    ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
    ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
    ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
    ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।

25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
    ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
    କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
    କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
    ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
    ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।

30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
    ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
    ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
    ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
    ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
    ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
    ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।

35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
    ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
    ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
    ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।

37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
    ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
    ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
    ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
    ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
    କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
    କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
    ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।

43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ସେହିସବୁ ରାଜ୍ୟର ନେତା କର।
    ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
    ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
    ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।

46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
    ମୁଁ ସେହି ଶୈଳକୁ ପ୍ରଶଂସା କରେ।
    ପରମେଶ୍ୱର ମୋତେ ରକ୍ଷା କରନ୍ତି।
    ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
    ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।

ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
    ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
    ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।

50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
    ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
    ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।

ଆୟୁବ ପୁସ୍ତକ 8:1-10

ବିଲଦଦ୍ ଆୟୁବକୁ ଉତ୍ତର ଦେଲା

ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର ଦେଇ କହିଲା,

“ତୁମ୍ଭେ କେତେକାଳ ଏହିପରି କଥା କହିବ?
    ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।
ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି?
    ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?
ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି,
    ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ
    ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର।
ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ,
    ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ
    ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା
    ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।

“ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ
    ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ।
ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ।
    ଆମ୍ଭେ କିଛି ଜାଣି ନାହୁଁ
    ପୃଥିବୀରେ ଆମ୍ଭର ଦିନ ଛାୟା ପରି।
10 ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ।
    ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ।

ଆୟୁବ ପୁସ୍ତକ 8:20-22

20 ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ
    କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ।
21 ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ।
    ତୁମ୍ଭେ ଓଠରେ ଖୁସୀର ଶବ୍ଦ ଭରି ଦେବେ।
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ
    ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 10:17-33

17 ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ।

ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।

19 ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। 20 ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”

22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।

ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ। 24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।

25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।

28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”

30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”

ଯୋହନ ଲିଖିତ ସୁସମାଗ୍ଭର 7:14-36

ଯିରୁଶାଲମରେ ଯୀଶୁଙ୍କର ଉପଦେଶ

14 ପର୍ବ ପ୍ରାୟ ଅଧାଅଧି ଶେଷ ହୋଇଯାଇଥିଲା। ତା’ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦେବାରେ ଲାଗିଲେ। 15 ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”

16 ଯୀଶୁ ଉତ୍ତର ଦେଲେ, “ମୁଁ ଯାହା ଉପଦେଶ ଦେଉଛି, ତାହା ମୋ’ ନିଜର ନୁହେଁ। ମୋର ଶିକ୍ଷାଗୁଡ଼ିକ ମୋତେ ପଠାଇଥିବା ପରମେଶ୍ୱରଙ୍କଠାରୁ ଆସିଛି। 17 ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ। 18 ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଗ୍ଭର କରେ, ସେ ନିଜ ପାଇଁ ସମ୍ମାନ ଗ୍ଭହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ରେରଣକର୍ତ୍ତାଙ୍କର ସମ୍ମାନ ଗ୍ଭହେଁ, ସେ ସତ୍ୟ କହେ। ତା’ ପାଖରେ କିଛି ମିଥ୍ୟା ନାହିଁ। 19 ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?”

20 ଲୋକମାନେ କହିଲେ, “ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି। ଆମ୍ଭେ ତୁମ୍ଭକୁ ମାରିବାକୁ ଚେଷ୍ଟା କରୁ ନାହୁଁ।”

21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଗୋଟିଏ ଆଶ୍ଚର୍ଯ୍ୟକାର୍ଯ୍ୟ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ। 22 ମୋଶା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତରେ ମୋଶା ତୁମ୍ଭକୁ ସୁନ୍ନତ ବିଷୟ ଦେଇ ନାହାନ୍ତି। ଏହାତ ମୋଶାଙ୍କ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ ବେଳେବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ [a] କରିଥାଅ। 23 ଏଥିରୁ ଜଣାପଡ଼େ ଯେ, କୌଣସି ଲୋକକୁ ମୋଶାଙ୍କର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରାଯାଇପାରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦେହକୁ ସୁସ୍ଥ କଲି ତେବେ ତୁମ୍ଭେ କାହିଁକି ରାଗୁଛ? 24 କୌଣସି ବିଷୟର ବାହ୍ୟରୂପ ଦେଖି ବିଗ୍ଭର କର ନାହିଁ। ପ୍ରକୃତରେ ଯାହା ଠିକ୍, ତଦନୁଯାୟୀ ବିଗ୍ଭର କର।”

ଯୀଶୁ କ’ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ

25 ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି। 26 କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ। 27 କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”

28 ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। 29 କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”

30 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। 31 ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ’ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”

ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା

32 ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। 33 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। 34 ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।”

35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? 36 ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।” ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ’ଣ?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center