Book of Common Prayer
ମନ୍ଦିର ଆରୋହଣର ଗୀତ।
120 ମୁଁ ଆପଣା ବିପଦ ସମୟରେ
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି
ଏବଂ ସେ ମୋତେ ଉତ୍ତର ଦେଲେ।
2 “ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।”
3 ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ?
କ’ଣ ପାଇବ ତୁମ୍ଭେ ଜାଣ କି ?
4 ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀକ୍ଷ୍ଣ ଶର
ଓ ଗରମ କୋଇଲା ପରମେଶ୍ୱର ଆଣିବେ।
5 ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି।
ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।
6 ଶାନ୍ତି ଘୃଣାକାରୀମାନଙ୍କ ସହିତ
ମୁଁ ଦୀର୍ଘଦିନଧରି ବାସ କରିଅଛି।
7 ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ,
କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି।
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ଦାଉଦ ମନ୍ଦିର ଯିବା ସମୟରେ ଗୀତ।
122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
“ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
2 ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
3 ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।
6 ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
“ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”
8 ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
ଏକ ଆରୋହଣ ଗୀତ।
123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
2 କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
3 ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
4 ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
ଜଳରାଶି ପରି ମଗ୍ନ କରିଥା’ନ୍ତେ।
ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
5 ଗର୍ଜୁଥିବା ଜଳରାଶି ଆମ୍ଭକୁ
ବୁଡ଼ାଇ ଦେଇଥା’ନ୍ତା।
6 ସଦାପ୍ରଭୁଙ୍କର ପ୍ରଶଂସା କର।
ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।
7 ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
8 ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।
ଆରୋହଣ ଗୀତ।
125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
ସେମାନେ କେବେ ମଧ୍ୟ ଥରିବେ ନାହିଁ।
ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
2 ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
3 ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।
4 ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
5 ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
ଶଲୋମନଙ୍କର ରଚିତ ଆରୋହଣ ଗୀତ।
127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।
2 ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।
3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
4 ଯୁବକର ପୁତ୍ରଗଣ
ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
5 ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
ସେ ହେଉଛି ଭାଗ୍ୟବାନ୍।
ଦାନ୍ ଲୟିଶ ନଗରକୁ କରଗତ କଲେ
18 ସେହି ସମୟରେ ଇସ୍ରାଏଲ ମଧ୍ୟରେ ରାଜା ନ ଥିଲେ। ସେହି ସମୟରେ ଦାନ୍ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖୋଜୁଥିଲେ। କାରଣ ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭୂମି ପାଇ ନ ଥିଲେ।
2 ଏଣୁ ଦାନ୍ର ପରିବାରବର୍ଗ ସେମାନଙ୍କ ପରିବାରବର୍ଗରୁ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟାୟୋଲଠାରୁ ପଠାଇଲେ, ସେମାନେ ସେମାନଙ୍କୁ କହିଲେ, “ଯାଅ ଏବଂ ଆଉ କିଛି ଅଧିକ ଦେଶ ଅନୁସନ୍ଧାନ କର।”
ସେହି ପାଞ୍ଚ ଜଣ ଇଫ୍ରୟିମ-ପର୍ବତମୟସ୍ଥ ଦେଶସ୍ଥିତ ମୀଖାର ଗୃହରେ ରାତ୍ରି ଯାପନ କଲେ। 3 ସେମାନେ ମୀଖାର ଗୃହ ନିକଟରେ ଥିବା ବେଳେ ସେହି ଲେବୀୟ ଯୁବକର କଥା ଶୁଣିଲେ। ସେମାନେ ଏହା ଚିହ୍ନି ପାରିଲେ, ତେଣୁ ସେମାନେ ଘର ଭିତରକୁ ଯାଇ ତାକୁ ପଗ୍ଭରିଲେ, “ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କ’ଣ କରୁଛ? ତୁମ୍ଭର ଏଠାରେ କ’ଣ ଅଛି?”
4 ସେ ଉତ୍ତରରେ କହିଲା, ମୀଖା ମୋ’ ପ୍ରତି ଏହିପରି କରିଛନ୍ତି। “ସେ ମୋତେ ବେତନ ଦେଇ ଏଠାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି”
5 ତେଣୁ ସେମାନେ ତାହାକୁ କହିଲେ, “ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ। ପରମେଶ୍ୱରଙ୍କ ନିକଟରେ ପଗ୍ଭର ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ। ତାହା ଆମ୍ଭେ ଜାଣିବାକୁ ଗ୍ଭହୁଁ।”
6 ତହୁଁ ଯାଜକ ତାଙ୍କୁ କହିଲା, “କୁଶଳରେ ଯାଅ। ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।”
7 ଏହା ପରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶରେ ପହଞ୍ଚିଲେ। ସେଠାରେ ସେମାନେ ଦେଖିଲେ, ସୀଦୋନୀୟମାନଙ୍କ ଶାସନରେ ଲୋକମାନେ କିପରି ନିରାପଦରେ ରହୁଥିଲେ। ସେହି ଦେଶରେ ଶାନ୍ତି ଥିଲା, ସେମାନଙ୍କର ସବୁକିଛି ଯଥେଷ୍ଟ ଥିଲା। ସେଠାରେ ଅତ୍ୟାଗ୍ଭରୀ ଶାସକ ନ ଥିଲେ। ଆଉ ସେମାନେ ସୀଦୋନଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା।
8 ଏହା ପରେ ସେମାନେ ସରିୟ ଓ ଇଷ୍ଟାୟୋଲରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଗ୍ଭରିଲେ, “କ’ଣ ତୁମେ ଶିକ୍ଷା କଲ?”
9 ତହିଁରେ ସେମାନେ କହିଲେ, “ଉଠ, ସେମାନଙ୍କର ପ୍ରତିକୂଳରେ ଯିବା। କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭେମାନେ କାହିଁକି ଚୁପ ରହିଛ। ସେହି ଦେଶକୁ ଯିବାକୁ ଓ ସେ ଦେଶକୁ ଅଧିକାରକୁ ଆଣିବା ପାଇଁ ଅଳସ କର ନାହିଁ। 10 ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।”
11 ତେଣୁ ଦାନ୍ ପରିବାରବର୍ଗରୁ 600 ଲୋକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ ସରିୟ ଓ ଇଷ୍ଟାୟୋଲ ପରିତ୍ୟାଗ କଲେ। 12 ସେମାନେ ଲୟିଶକୁ ଯିବା ବାଟରେ ଯିହୁଦାର କିରିୟତ ଯିୟାରୀମ ନଗରରେ ଛାଉଣି ସ୍ଥାପନ କଲେ। ସେହି କାରଣରୁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ମହନୀଦାନ୍ ବୋଲି ପରିଚିତ। ଯାହାକି କିରିୟତ ଯିୟାରୀମର ପଶ୍ଚିମରେ ଅଛି। 13 ସେହି ସ୍ଥାନଠାରୁ 600 ଲୋକ ଇଫ୍ରୟିମ ପର୍ବତମୟ ଦେଶକୁ ଯାତ୍ରା କଲେ। ତା’ପରେ ସେମାନେ ଆସି ମୀଖାର ଘରେ ପହଞ୍ଚିଲେ।
14 ତେଣୁ ସେହି ପାଞ୍ଚ ଜଣ ଯେଉଁମାନେ ଲୟିଶ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ସେମାନଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ସେଠାରେ ଏକ ଏଫୋଦ ଅଛି। ସେଠାରେ ଗୃହ ଦେବତାଗଣ ଅଛନ୍ତି ଓ ଏକ ଖୋଦିତ ପ୍ରତିମା ଅଛି। ଏହା ତୁମ୍ଭେମାନେ କ’ଣ ଜାଣ? ତେଣୁ ବର୍ତ୍ତମାନ କ’ଣ କରିବାକୁ ହେବ ବିବେଚନା କର।” 15 ସେମାନେ ମୀଖାର ଗୃହ ପାଖରେ ଅଟକି ଗଲେ। ଯେଉଁଠାରେ ଲେବୀୟ ଲୋକ ଜଣକ ବାସ କରୁଥିଲା। ସେମାନେ ସେହି ଲେବୀୟ ଯୁବକକୁ ପଗ୍ଭରିଲେ କିପରି ଅଛନ୍ତି ବୋଲି।
8 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି
ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। 4 ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।
ଶମିରୋଣରେ ଫିଲିପ୍ପଙ୍କର ପ୍ରଗ୍ଭର
5 ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। 6 ସେଠାକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। 7 ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲିପ୍ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। 8 ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।
9 ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା। 10 ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।” 11 ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁଗ୍ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ। 12 କିନ୍ତୁ ଯେତେବେଳେ ସେମାନେ ଫିଲିପ୍ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲିପ୍ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ। 13 ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ।
30 “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।
ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ
31 “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। 32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ।
33 “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। 34 ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। 35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।
36 “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। 37 ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। 38 ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। 39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହେ। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।
41 “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। 42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। 43 ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। 44 ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। 45 ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। 46 ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। 47 କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।”
2010 by World Bible Translation Center