Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
15 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ପୁଣି ଥରେ ମୋତେ ମିଛ କହିଲ, ତୁମ୍ଭେ କିପରି କହି ପାରୁଛ, ‘ମୁଁ ତୁମ୍ଭକୁ ଭଲ ପାଏ,’ ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ? ତୁମ୍ଭର ମହାବଳ କେଉଁଥିରେ ଅଛି ମୋତେ କହି ନାହଁ। ତୁମ୍ଭେ ମୋତେ ତିନିଥରଯାକ ବୋକା ବନାଇଲ।” 16 ଦିନପରେ ଦିନ ସେ ଶାମ୍ଶୋନଙ୍କୁ ଏତେ ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ଣା ହୋଇଗଲେ ଯେ, ନିଜେ ମରିଗଲେ ବୋଲି ସେ ଅନୁଭବ କଲେ। 17 ଶେଷରେ ଶାମ୍ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”
18 ଦଲୀଲା ଦେଖିଲା ଶାମ୍ଶୋନ୍ ତାକୁ ସମସ୍ତ ଗୁପ୍ତ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନେତୃବର୍ଗମାନଙ୍କୁ ଜଣାଇ ଦେଲା। ସେ କହିଲା, “ଏହି ଥର ଆସ, କାରଣ ଶାମ୍ଶୋନ୍ ମୋତେ ତାଙ୍କର ସମସ୍ତ ରହସ୍ୟ କହିଦେଇଛନ୍ତି।” ତେଣୁ ନେତୃବର୍ଗ ଦଲୀଲା ନିକଟକୁ ଆସିଲେ ଏବଂ ମୁଦ୍ରା ଆଣିଲେ।
19 ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା’ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା’ପରେ ଆଉ ଜଣେ ଲୋକ ଡକାଇ ତା’ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶାମ୍ଶୋନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶାମ୍ଶୋନ୍ର ସାମର୍ଥ୍ୟ ଗ୍ଭଲିଗଲା। 20 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶାମ୍ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ।
21 ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଅକ୍ତିଆର କଲେ। ସେମାନେ ତାଙ୍କର ଆଖିକୁ ଉପାଡ଼ି ଦେଲେ। ପୁଣି ତାଙ୍କୁ ଘସାକୁ ଆଣି ପିତ୍ତଳ ବେଢ଼ିରେ ବାନ୍ଧିଲେ। ଆଉ ସେ କାରାଗାରରେ ଚକି ପେଶିଲେ। 22 କିନ୍ତୁ ଶାମ୍ଶୋନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା।
23 ପଲେଷ୍ଟୀୟମାନେ ଏକତ୍ରିତ ହୋଇ ଜୟଲାଭ ଉତ୍ସବ ପାଳନ କଲେ। ସେମାନେ ସେମାନଙ୍କର ଦାଗୋନ୍ ଦେବତା ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କଲେ। ସେମାନେ କହିଲେ, “ଶାମ୍ଶୋନଙ୍କୁ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦେବତା ଆମ୍ଭମାନଙ୍କୁ ସାହାଯ୍ୟ କଲେ। ଯେ କି ଆମ୍ଭର ଶତ୍ରୁ ଥିଲା।” 24 ଯେତେବେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଦେଖିଲେ ସେମାନେ ତାଙ୍କର ଦେବତାର ପ୍ରଶଂସା ଗାନ କଲେ। ସେମାନେ କହିଲେ,
“ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କୁ
ଆମ୍ଭର ଶତ୍ରୁକୁ ଅକ୍ତିଆର କରିବାରେ ସାହାଯ୍ୟ କଲେ।
ଏହି ଲୋକ ଆମ୍ଭର ଦେଶକୁ ଧ୍ୱଂସ କରିଥିଲା।
ଏହି ଲୋକ ଆମ୍ଭର ଅନେକ ଲୋକମାନଙ୍କୁ ହତ୍ୟା କରିଥିଲା।”
25 ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶାମ୍ଶୋନଙ୍କୁ ତା’ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶାମ୍ଶୋନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା’ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। 26 ଜଣେ ସେବକ ଶାମ୍ଶୋନ୍ର ହାତ ଧରିଥିଲା। ଶାମ୍ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।”
27 ସେହି ମନ୍ଦିର ନରନାରୀମାନଙ୍କ ସହିତ ଭରପୁର ଥିଲା। ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସେଠାରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାୟ ନରନାରୀ ତିନି ହଜାର ଛିଡ଼ା ହୋଇଗଲେ। ସେମାନେ ଶାମ୍ଶୋନଙ୍କୁ ଉପହାସ କରୁଥିଲେ। 28 ଏହା ପରେ ଶାମ୍ଶୋନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ! ମୋତେ ଭୁଲି ଯାଅ ନାହିଁ। ପ୍ରଭୁ, ଦୟାକରି ମୋତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳରେ ମୁଁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦେଇ ପାରିବି ଏବଂ ଏକ ମୁଷ୍ଟିଘାତରେ ସେମାନଙ୍କଠାରୁ ପ୍ରତିଶୋଧ ନେବି। ଯେଉଁମାନେ ମୋର ଦୁଇ ଆଖି ଉପାଡ଼ି ଦେଇଛନ୍ତି।” 29 ମନ୍ଦିର ମଧ୍ୟସ୍ଥ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭରାଥିଲା, ଶାମ୍ଶୋନ୍ ତହିଁରେ ଗୋଟିକୁ ଡାହାଣ ହାତରେ ଓ ଅନ୍ୟଟିକୁ ବାମ ହାତରେ ଧରି ତା’ଉପରେ ଆଉଜି ପଡ଼ିଲେ। 30 ପୁଣି ଶାମ୍ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସହିତ ମୋର ପ୍ରାଣ ଯାଉ।” ଏହାକହି ସେ ସ୍ତମ୍ଭଗୁଡ଼ିକ ତାଙ୍କର ସମସ୍ତବଳ ଖଟାଇ ପେଲି ଦେଲେ। ଛାତଟି ପଡ଼ିଗଲା ଓ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ଲୋକ ମୃତ୍ୟୁବରଣ କଲେ। ଏହିପରି ତାଙ୍କର ଜୀବନ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅପେକ୍ଷା ତାଙ୍କର ମରଣ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଥିଲା।
31 ଏହା ପରେ ତାଙ୍କର ଭାତୃଗଣ ଓ ପିତୃଗୃହସ୍ଥ ପରିବାର ଆସିଲେ ଓ ତାଙ୍କର ମୃତ ଶରୀରକୁ ନେଇଗଲେ। ସେମାନେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନରେ କବର ଦେଲେ, ଯେଉଁଟାକି ସରିୟର ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ। ସେ କୋଡ଼ିଏ ବର୍ଷ ଧରି ଇସ୍ରାଏଲମାନଙ୍କର ବିଗ୍ଭରକ ଥିଲେ।
ଶେଷ ସତର୍କବାଣୀ ଓ ଶୁଭେଚ୍ଛା
13 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।” [a] 2 ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି। 3 ମୋ’ ଦ୍ୱାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭେମାନେ ପ୍ରମାଣ ଗ୍ଭହୁଁଛ। ମୋର ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ଦୁର୍ବଳ ନୁହନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିଶାଳୀ ଅଟନ୍ତି। 4 ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।
5 ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। 6 ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। 7 ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। 8 ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। 9 ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
11 ଭାଇ ଓ ଭଉଣୀମାନେ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହେବାକୁ ଚେଷ୍ଟା କର। ମୁଁ ଯେପରି କହିଛି ସେହିପରି କାମ କରୁଥାଅ। ସମସ୍ତେ ଏକ ମନରେ ଓ ଶାନ୍ତିରେ ରୁହ। କେବେ ଶାନ୍ତି ଓ ପ୍ରେମର ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।
25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା’ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା’ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା’ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା’ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।
27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା’ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”
31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”
32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,
“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”
2010 by World Bible Translation Center