Book of Common Prayer
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
12 ଯେତେବେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତେବେଳେ ପରମେଶ୍ୱର ସେହି ପ୍ରତିଜ୍ଞା କରିଥିଲେ।
ପୁଣି ସେମାନେ ସେହି ଦେଶରେ ପ୍ରବାସୀ ପରି ରହୁଥିଲେ।
13 ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ
ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।
14 କିନ୍ତୁ ପରମେଶ୍ୱର, ସେମାନଙ୍କର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ।
ଆହୁରି ସେ ରାଜଗଣଙ୍କୁ ସେମାନଙ୍କର କ୍ଷତି ନ କରିବା ପାଇଁ କହିଲେ।
15 ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ।
ଏବଂ ଆମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ [a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
ସେମାନେ ଏକ ଲୁହାର କଡ଼ା ତା’ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା’ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
27 ପରମେଶ୍ୱର ମୋଶା ଓ ହାରୋଣଙ୍କ ଦ୍ୱାରା
ହାମ ଦେଶରେ ବହୁ ଅଦ୍ଭୂତ କାର୍ଯ୍ୟମାନ କରାଇଲେ।
28 ପରମେଶ୍ୱର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ,
କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
29 ସେ ସେମାନଙ୍କର ଜଳକୁ ରକ୍ତ କଲେ
ଓ ସେମାନଙ୍କର ମାଛସବୁ ମରିଗଲେ।
30 ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର
ବେଙ୍ଗରେ ପରିପୂର୍ଣ୍ଣ ହେଲା।
31 ପରମେଶ୍ୱର ଆଜ୍ଞା ଦେଲେ,
ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି
ସବୁଆଡ଼େ ଭର୍ତ୍ତି ହୋଇଗଲେ।
32 ପରମେଶ୍ୱର ସେମାନଙ୍କୁ ବର୍ଷା ବଦଳରେ କୁଆପଥର ବୃଷ୍ଟି କରାଇଲେ
ଏବଂ ଦେଶର ଗ୍ଭରିଆଡ଼େ ବିଜୁଳିର ଅଗ୍ନି ବ୍ୟାପିଗଲା।
33 ପରମେଶ୍ୱର ସେମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ
ଏବଂ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
34 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଓ ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ,
ସେମାନେ ଅସଂଖ୍ୟ ଥିଲେ।
35 ପଙ୍ଗପାଳ ଓ ପତଙ୍ଗ ସେମାନଙ୍କ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ।
ସେମାନେ କ୍ଷେତରୁ ଶସ୍ୟସବୁ ଖାଇ ପକାଇଲେ।
36 ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ
ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।
42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ଶାମ୍ଶୋନଙ୍କର ବିବାହ
14 ଶାମ୍ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀକୁ ଦେଖିଲେ। 2 ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।”
3 ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?”
କିନ୍ତୁ ଶାମ୍ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।” 4 ଶାମ୍ଶୋନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ।
5 ଶାମ୍ଶୋନ୍ ତାଙ୍କର ପିତାମାତାଙ୍କ ସହିତ ତିମ୍ନାକୁ ଗଲେ। ସେମାନେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ରେ ଏକ ଯୁବା ସିଂହ ଗର୍ଜନ କରି ଶାମ୍ଶୋନ୍ ଉପରକୁ କୁଦା ମାରିଲା। 6 ଶାମ୍ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ।
7 ଏହିପରି ଭାବରେ ଶାମ୍ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶାମ୍ଶୋନଙ୍କୁ ପସନ୍ଦ କଲା। 8 କିଛି ଦିନ ପରେ, ସେ ସେହି ସ୍ତ୍ରୀଲୋକଟିକୁ ବିବାହ କରିବାକୁ ଆସିଲେ। ସେହି ରାସ୍ତାରେ ସେ ସେହି ମୃତ ସିଂହର ଶରୀରକୁ ଦେଖିଲେ। ସେ ଦେଖିଲେ ଯେ, କିଛି ମହୁମାଛି ସେଥିରେ ମହୁ ଫେଣା ତିଆରି କରିଛନ୍ତି। 9 ଶାମ୍ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶାମ୍ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ।
10 ଶାମ୍ଶୋନଙ୍କର ପିତା ସେହି ପଲେଷ୍ଟୀୟ ସ୍ତ୍ରୀଲୋକଟିକୁ ଦେଖିବାକୁ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସେମାନେ ସେଠାରେ ଏକ ଭୋଜି ଦେଲେ। 11 ସେମାନେ ଶାମ୍ଶୋନ୍କୁ ଦେଖିବା ପରେ ତାହାଙ୍କ ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ୍ ଜଣ ମିତ୍ର ଆଣିଲେ।
12 ଏହା ପରେ ଶାମ୍ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି। 13 ଯଦି ତୁମ୍ଭେ କେହି ଉତ୍ତର ବାହାର କରି ନ ପାର, ତେବେ ତୁମ୍ଭେମାନେ ମୋତେ ତିରିଶ୍ଟି ମସିନା ବସ୍ତ୍ର ଓ ତିରିଶ୍ଟି ସାଜ ପୋଷାକ ଦେବ।” ତେଣୁ ସେହି ତିରିଶ୍ ଜଣ ଲୋକ ପଗ୍ଭରିଲେ, “ତୁମ୍ଭେ ତୁମ୍ଭର ପ୍ରହେଳିକା କୁହ, ଆମ୍ଭେ ତାକୁ ଶୁଣିବାକୁ ଗ୍ଭହୁଁଅଛୁ।”
14 ଶାମ୍ଶୋନ୍ ସେମାନଙ୍କୁ ସେହି ପ୍ରହେଳିକା ଶୁଣାଇଲେ।
“ଖାଦକଠାରୁ ଖାଦ୍ୟ
ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।”
ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
15 କିନ୍ତୁ ସେମାନେ ସେହି ଗ୍ଭତୁର୍ଯ୍ୟ ପ୍ରଶ୍ନ ତିନି ଦିନରେ ବାହାର କରି ପାରିଲେ ନାହିଁ। ଚତୁର୍ଥ ଦିନରେ [a] ସେମାନେ ଶାମ୍ଶୋନଙ୍କର ସ୍ତ୍ରୀଙ୍କୁ କହିଲେ, ଗ୍ଭତୁର୍ଯ୍ୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତୁମ୍ଭେ ସ୍ୱାମୀଙ୍କୁ କୁହ, ନ ହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। “ତୁମ୍ଭେ ଆମ୍ଭମାନଙ୍କୁ ଗରିବ କରିବା ପାଇଁ ନିମନ୍ତ୍ରଣ କଲ କି?”
16 ଶାମ୍ଶୋନ୍ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।”
ଶାମ୍ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?”
17 ଶାମ୍ଶୋନ୍ର ସ୍ତ୍ରୀ ଅବଶିଷ୍ଟ ସାତ ଦିନ ଯାକ କାନ୍ଦିଲା। ତେଣୁ ଶେଷରେ ଭୋଜିର ସପ୍ତମ ଦିନରେ ଶାମ୍ଶୋନ୍ ପ୍ରହେଳିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା’ପରେ ସେ ଯାଇ ତା’ର ଲୋକମାନଙ୍କୁ ସେହି ଉତ୍ତର କହି ଦେଲା।
18 ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ,
“ମଧୁଠାରୁ ମଧୁର ଆଉ କ’ଣ?
ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?”
ଶାମ୍ଶୋନ୍ ସେମାନଙ୍କୁ କହିଲେ,
“ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ
ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।”
19 ଶାମ୍ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା’ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ।
15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।
ସ୍ତିଫାନଙ୍କ ଭାଷଣ
7 ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?” 2 ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, 3 ‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’ [a]
4 “ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ। 5 ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
6 “ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’ [b] 7 ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା’ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’ [c]
8 “ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇସ୍ହାକଙ୍କର ପିତା ହେଲେ। ଇସ୍ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
27 ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଗ୍ଭରିଲେ ନାହିଁ, “ତୁମ୍ଭେ କ’ଣ ଗ୍ଭହଁ?” କିମ୍ବା “ତୁମ୍ଭେ କାହିଁକି ତା’ ସହିତ କଥାବାର୍ତ୍ତା ହେଉଛ?”
28 ତା’ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଗ୍ଭଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା, 29 “ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।” 30 ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ।
31 ସ୍ତ୍ରୀଲୋକଟି ନଗରରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ, “ଗୁରୁ କିଛି ଭୋଜନ କରନ୍ତୁ।”
32 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।”
33 ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?”
34 ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। 35 ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। 36 ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। 37 କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ। 38 ତୁମ୍ଭେ ଯାହା ବୁଣି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।”
39 ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, “ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ।” 40 ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ସେଠାରେ ଦୁଇ ଦିନ ରହିଲେ। 41 ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ।
42 ଲୋକମାନେ ସେ ସ୍ତ୍ରୀକୁ କହିଲେ, “ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।”
2010 by World Bible Translation Center