Book of Common Prayer
ଦାଉଦଙ୍କର ଏକ ଗୀତ।
101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
2 ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
3 ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
ସ୍ଥାପନ କରିବି ନାହିଁ।
ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
4 ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
5 ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।
6 ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
7 ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
8 ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
109 ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ,
ନୀରବ ରୁହ ନାହିଁ।
2 ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି।
ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ।
3 ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି।
ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।
4 ମୁଁ ସେମାନଙ୍କୁ ପ୍ରେମ କଲି।
କିନ୍ତୁ ସେମାନେ ମୋତେ ଦୋଷୀ କଲେ।
କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।
5 ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି।
ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ।
ମୁଁ ସେମାନଙ୍କୁ ପ୍ରେମ କଲି
କିନ୍ତୁ ସେମାନେ ମୋତେ ଘୃଣା କଲେ।
6 ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର।
କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।
7 ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ
ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ।
8 ତାଙ୍କର ଜୀବନ କାଳ ଛୋଟ ହେଉ।
ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।
9 ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।
10 ତାଙ୍କର ଘର ଉଜୁଡ଼ି ଯାଉ।
ସେମାନେ ସବୁ ଭିକାରୀ ହୁଅନ୍ତୁ।
11 ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ।
ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12 ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ।
ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ।
13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ।
ଗୋଟିଏ ପିଢ଼ି ଭିତରେ ତା’ର ନାମକୁ ଲୁପ୍ତ କରିଦିଅନ୍ତୁ।
14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ
ଓ ତାହାର ମାତାର ପାପ ପୋଛି ନ ହେଉ।
15 ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ,
କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।
16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ।
ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ,
ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।
17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ।
ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ।
ସେ ଅନ୍ୟର ମଙ୍ଗଳ କରିଲେ ନାହିଁ।
ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।
18 ଅଭିଶାପ ତା’ର ବସ୍ତ୍ର ହେଉ।
ଅଭିଶାପ ସେ ପିଉଥିବା ପାଣି ହେଉ।
ଅଭିଶାପ ତା’ର ଶରୀରର ତୈଳ ହେଉ।
19 ଅଭିଶାପ ଦୁଷ୍ଟବ୍ୟକ୍ତି ବସ୍ତ୍ର ପରି ହେଉ
ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।”
20 ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି,
ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ।
ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ।
କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ।
ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।
23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି।
ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି।
ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।
24 ମୋର ଆଣ୍ଠୁ ଦୁର୍ବଳ ହୋଇଛି।
କାରଣ ମୁଁ ଭୋକିଲା ଅଟେ।
ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।
25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି।
ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।
26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର।
ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।
27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ।
ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।
28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି।
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ।
ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ।
ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।
29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ।
ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି,
ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।
ଅଇନ୍
121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
ମୁଁ ତୁମ୍ଭର ସେବକ।
ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।
ପେ
129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।
ସାଦେ
137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
15 ଏହା ପରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛୁ, ଆପଣ ଆମ୍ଭ ସହିତ କିଛି ସମୟ ରୁହନ୍ତୁ। ଆମ୍ଭେ ଆପଣଙ୍କ ପାଇଁ ଏକ ଯୁବାଛେଳି ପ୍ରସ୍ତୁତ କରିବୁ।”
16 ସଦାପ୍ରଭୁଙ୍କର ଦୂତ ମାନୋହଙ୍କୁ କହିଲେ, “ତୁମ୍ଭେ ମୋତେ ଅଟକାଇ ରଖିଲେ ବି ମୁଁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିପାର।” ସେ ମନୁଷ୍ୟ ଯେ ସଦାପ୍ରଭୁଙ୍କର ଦୂତ ଏ କଥା ମାନୋହ ଜାଣି ନ ଥିଲା।
17 ଏହା ପରେ ମାନୋହ ପଗ୍ଭରିଲା, ସଦାପ୍ରଭୁ, “ଆପଣଙ୍କର ନାମ କ’ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ପ୍ରଶଂସା କରିବୁ।”
18 ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭେ ମୋ’ ନାମ କାହିଁକି ପଗ୍ଭରୁଛ? ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅଟେ।”
19 ଏହା ପରେ ମାନୋହ ଏକ ଛେଳି ଓ ତହିଁର ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅଦ୍ଭୂତ କାର୍ଯ୍ୟ କଲେ, ଯେତେବେଳେ ମାନୋହ ଓ ତା’ର ସ୍ତ୍ରୀ ଦେଖୁଥିଲେ। 20 ମାନୋହ ଏବଂ ତାଙ୍କର ସ୍ତ୍ରୀ କ’ଣ ସବୁ ଘଟୁଛି ତାହା ଦେଖୁଥା’ନ୍ତି। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ୱର୍ଗକୁ ଗ୍ଭଲିଗଲେ।
ଏହା ପରେ ସେହି ଦମ୍ପତ୍ତି ଭୂମିରେ ପଡ଼ିଗଲେ। 21 ବାସ୍ତବରେ ମାନୋହ ବୁଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହା ପରେ ସଦାପ୍ରଭୁଙ୍କର ଦୂତ ଆଉ ମାନୋହ ଓ ତାଙ୍କର ସ୍ତ୍ରୀକୁ କେବେ ପୁଣି ଦେଖା ଦେଲେ ନାହିଁ। 22 ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”
23 କିନ୍ତୁ ତା’ର ସ୍ତ୍ରୀ ଉତ୍ତର ଦେଲା, “ସଦାପ୍ରଭୁ ଆମ୍ଭକୁ ମାରିବାକୁ ଗ୍ଭହାନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକୁ ଗ୍ଭହିଁଥା’ନ୍ତେ, ତେବେ ସେ ଆମ୍ଭର ହୋମବଳି ଓ ଶସ୍ୟ ନୈବେଦ୍ୟ ଗ୍ରହଣ କରି ନ ଥା’ନ୍ତେ। ସେ ଆମ୍ଭକୁ ଏପରି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖାଇ ନ ଥା’ନ୍ତେ ଓ ଏହିସବୁ କଥା କହି ନ ଥା’ନ୍ତେ।”
24 ଏହା ପରେ ସେହି ସ୍ତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସେ ତାଙ୍କର ନାମ ଶାମ୍ଶୋନ୍ ରଖିଲେ। ଶାମ୍ଶୋନ୍ ସଦାପ୍ରଭୁଙ୍କର ଆଶୀର୍ବାଦରେ ବଢ଼ିବାକୁ ଲାଗିଲେ।
ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ
6 ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। 2 ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ,
“ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। 3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। 4 ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।”
5 ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। 6 ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।
7 ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।
ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ
8 ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। 9 କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେକ୍ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। 10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।
11 ତା’ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” 12 ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।
13 ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। 14 ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” 15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।
ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କର କଥାବାର୍ତ୍ତା
4 ଯୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ। 2 କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନ ଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି। 3 ତେଣୁ ସେ ସେତେବେଳେ ଯିହୂଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲୀକୁ ଗ୍ଭଲିଗଲେ। 4 ଯୀଶୁ ଗାଲିଲୀ ଗଲାବେଳେ ତାହାଙ୍କୁ ଶମିରୋଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା।
5 ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। 6 ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଗ୍ଭଲି ଗ୍ଭଲି କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। 7 ସେତିକିବେଳେ ଜଣେ ଶମିରୋଣୀୟା ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ, “ମୋତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।” 8 ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।
9 ସେହି ଶମିରୋଣୀୟା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ।” ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।
10 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା’ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”
11 ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। 12 ଆପଣ କ’ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।”
13 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ। 14 କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”
15 ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।”
16 ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”
17 ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।”
ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ। 18 ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।”
19 ସ୍ତ୍ରୀଲୋକଟି କହିଲା, “ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ୟଦ୍ବକ୍ତା। 20 ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ଯିରୁଶାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।”
21 ଯୀଶୁ ତାହାକୁ କହିଲେ, “ହେ ନାରୀ, ମୋତେ ବିଶ୍ୱାସ କର। ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମପିତାଙ୍କର ଉପାସନା ଏ ପର୍ବତରେ କି ଯିରୁଶାଲମରେ କରିବ ନାହିଁ। 22 ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ। 23 ଏପରି ସମୟ ଆସୁଛି, ଯେତେବେଳେ ପ୍ରକୃତ ଉପାସକମାନେ ପରମପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ, ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଗ୍ଭହାନ୍ତି। 24 ପରମେଶ୍ୱର ହିଁ ଆତ୍ମା। ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ୍।”
25 ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”
26 ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।”
2010 by World Bible Translation Center