Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
    ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
    ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
    ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
    ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
    ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
    ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
    ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
    ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
    ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
    ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
    ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
    ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
    ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
    ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
    ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
    କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
    ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
    ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
    ଏହା ଆକାଶପରି ଚିରଦିନ ପାଇଁ ରହିବ।”

38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
    ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
    ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
    ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
    ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
    ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
    ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
    ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ।
    ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।

46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
    ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
    ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
    ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
    ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ।

49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା।
    ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
    ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
    ଆମେନ୍! ଆମେନ୍!

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 12:1-7

ଯିପ୍ତହ ଏବଂ ଇଫ୍ରୟିମ

12 ଇଫ୍ରୟିମ ପରିବାରବର୍ଗ ସେମାନଙ୍କର ସୈନ୍ୟମାନଙ୍କୁ ଡାକି ଏକତ୍ରିତ କଲେ। ଏହା ପରେ ସେମାନେ ସିଫନ୍ ସହରକୁ ନଦୀ ପାରହୋଇ ଗଲେ। ସେମାନେ ଯିପ୍ତହକୁ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକୁ କାହିଁକି ଡାକିଲ ନାହିଁ? ଆମ୍ଭେ ତୁମ୍ଭ ସହିତ ତୁମ୍ଭ ଘରକୁ ପୋଡ଼ିଦେବୁ।”

ଯିପ୍ତହ ସେମାନଙ୍କୁ ଉତ୍ତର ଦେଲେ, “ଅମ୍ମୋନୀୟମାନଙ୍କ ସହିତ ମୋର ଓ ମୋର ଲୋକମାନଙ୍କର ବଡ଼ ବିବାଦ ଥିଲା। ତେଣୁ ମୁଁ ମୋର ଲୋକମାନଙ୍କ ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲି। ମୁଁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭେମାନେ ଆସିଲ ନାହିଁ। ତୁମ୍ଭେମାନେ ମୋତେ ସାହାଯ୍ୟ କଲ ନାହିଁ। ଏଥିଯୋଗୁଁ ମୁଁ ମୋର ଜୀବନକୁ ବାଜି ଲଗାଇଲି। ମୁଁ ନଦୀ ପାର ହୋଇ ଅମ୍ମୋନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମୋତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”

ଏହା ପରେ ଯିପ୍ତହ ଗିଲିୟଦର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ଏବଂ ଇଫ୍ରୟିମ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, କାରଣ ସେମାନେ ଗିଲିୟଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସେମାନେ କହିଲେ, “ହେ ଗିଲିୟଦର ଲୋକମାନେ, ତୁମ୍ଭେମାନେ ଇଫ୍ରୟିମ ଓ ମନଃଶିର ମଧ୍ୟରେ ବାସ କରୁଥିବା ଇଫ୍ରୟିମର ଶରଣାସ୍ଥି।” ଗିଲିୟଦର ଲୋକମାନେ ଇଫ୍ରୟିମର ଲୋକମାନଙ୍କୁ ପରାସ୍ତ କଲେ।

ଗିଲିୟଦର ଲୋକମାନେ ଯର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକୁ ନିଜ କବଳକୁ ନେଇଗଲେ, ଯେଉଁଠାରେ ଲୋକମାନେ ଯର୍ଦ୍ଦନ ପାର ହୁଅନ୍ତି। ଇଫ୍ରୟିମର କୌଣସି ପଳାତକ ଲୋକ ନଦୀ ପାର ହୋଇଯିବାକୁ କହିଲେ, “ମୋତେ ନଦୀ ପାର ହେବାକୁ ଦିଅ।” ଗିଲିୟଦର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଇଫ୍ରୟିମ ଲୋକ?” ଯଦି ସେ କହେ “ନାଁ,” ସେମାନେ ତାଙ୍କୁ “‘ଶିବ୍ବୋଲେତ୍’ ଶବ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି।” ଇଫ୍ରୟିମର ଲୋକମାନେ ସେହି ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସେମାନେ ଏହାର ଭୁଲ୍ ଉଚ୍ଚାରଣ କଲେ, “ଶିବ୍ବୋଲେତ୍”, କାରଣ ସେ ଶବ୍ଦଟିକୁ ଠିକ୍ ଭାବରେ ଉଚ୍ଚାରଣ କରି ପାରିଲା ନାହିଁ। ସେମାନେ ଏହିପରି ତାଙ୍କୁ କରାୟତ୍ତ କଲେ ଓ ଯର୍ଦ୍ଦନ ନଦୀ କୂଳରେ ତାକୁ ହତ୍ୟା କଲେ। ଏହିପରି ଭାବରେ ସେମାନେ ମୋଟ 42,000 ଇଫ୍ରୟିମର ଲୋକଙ୍କୁ ହତ୍ୟା କରିଥିଲେ।

ଯିପ୍ତହ ଇସ୍ରାଏଲରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହା ପରେ ଗିଲିୟଦଠାରେ ଯିପ୍ତହ ମୃତ୍ୟୁବରଣ କରିବାରୁ ତାଙ୍କୁ ଗିଲିୟଦରେ କବର ଦିଆଗଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:12-26

ପରମେଶ୍ୱରଙ୍କଠାରୁ ପ୍ରମାଣ

12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। 13 ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। 16 ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ।

ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା

17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”

25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋ‌ର୍‌‌ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।

ଯୋହନ ଲିଖିତ ସୁସମାଗ୍ଭର 3:1-21

ଯୀଶୁ ଓ ନୀକଦୀମ

ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”

ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”

ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”

10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।

14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। [b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା’ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା’ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି। [c]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center