Book of Common Prayer
କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।
88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
2 ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
3 ମୋର ପ୍ରାଣ ଦୁଃଖରେ ଭରପୁର।
ମୁଁ ଶୀଘ୍ର ମରିଯିବି।
4 ମୁଁ ଜଣେ ଶକ୍ତି ହରାଇଥିବା
ପ୍ରାୟ ମୃତ ଲୋକପରି ହୋଇଅଛି।
5 ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
ଭୁଲିଗଲେ ଓ ସହାୟ ନାହିଁ।
6 ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
ଗଭୀର ସ୍ଥାନରେ ରଖିଅଛ।
7 ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ।
8 ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
ମୁଁ ଅଛୁଆଁ ପରି ସେମାନେ ମୋ’ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
9 କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ?
11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।
13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
ମୋତେ ସାହାରା ଦିଅ।
ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ’ଠାରୁ ଦୂରେଇ ରଖିଅଛ।
ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।
91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
2 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
3 ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ
ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
4 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ।
ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ।
5 ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ।
କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ।
6 ଅନ୍ଧକାରଗାମୀ ମହାମାରୀ,
କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।
7 ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ।
ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ,
କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ।
8 ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି।
ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ।
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
ବିଶ୍ରାମବାର ନିମିତ୍ତକ ଗୀତ।
92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
2 ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
3 ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
ସୂ-ଗୀତ ଗାନ କରିବା ଭଲ।
4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
5 ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍।
ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
6 ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ,
କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।
7 ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି
ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି।
ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।
8 କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।
9 ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ।
ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ।
10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି।
ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ।
ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି।
ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
ଲିବାନୋନ୍ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
ଅବୀମେଲକ୍ ରାଜା ହେଲେ
9 ଅବୀମେଲକ୍ ଥିଲା ଯିରୁବ୍ବାଲ୍ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା’ର ମାର ସମସ୍ତ ପରିବାରକୁ କହିଲା। 2 “ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବାଲ୍ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’”
3 ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚାଦ୍ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।” 4 ତେଣୁ ପ୍ରାଚୀନମାନେ ତାକୁ ବାଲ୍ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ।
5 ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା’ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବାଲ୍ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା’ର ନାମ ଯୋଥମ୍ ଥିଲା।
6 ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ।
ଯୋଥମର କାହାଣୀ
7 ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ,
“ମୋ’ କଥା ଶୁଣ, ତା’ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
8 “ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
9 “ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’
10 “ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
11 “କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’
12 “ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’
13 “କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’
14 “ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’
15 “କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋନ୍ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’
16 “ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା’ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ।
19 ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ। 20 କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦଗ୍ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।”
21 ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା।
13 ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ। 14 ସେମାନେ ଦେଖିଲେ, ସେହି ଛୋଟ ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ।
15 ସେମାନଙ୍କୁ ସଭାରୁ ଗ୍ଭଲିଯିବା ପାଇଁ ଆଦେଶ ଦେଲେ। ତା’ପରେ ନେତାମାନେ କ’ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ। 16 ସେମାନେ କହିଲେ, “ଏ ଲୋକମାନଙ୍କ ପ୍ରତି ଆମ୍ଭେ କ’ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଗୋଟିଏ ଅସାଧାରଣ କାର୍ଯ୍ୟ କରିଛନ୍ତି। ଆମ୍ଭେ ଏହା ଅସ୍ୱୀକାର କରି ପାରିବା ନାହିଁ। 17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”
18 ତେଣୁ ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବା ପାଇଁ ଆଦେଶ ଦେଲେ। 19 କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।”
20-21 ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ। 22 ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା।
ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ
23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି,
‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି?
ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ।
26 ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଲେ
ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’ (A)
27 ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”
31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।
କାନ୍ନାରେ ବିବାହ
2 ଦୁଇ ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। 2 ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। 3 ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”
4 ଯୀଶୁ ଉତ୍ତର ଦେଲେ, “ପ୍ରିୟ ନାରୀ, କ’ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”
5 ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।”
6 ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଶହେରୁ ଶହେ ପଗ୍ଭଶ ଲିଟର ପାଣି ଧରୁଥିଲା।
7 ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ।
8 ତା’ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନିଅ। ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।”
ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। 9 ତା’ପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଗ୍ଭଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣି ନ ଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। 10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।”
11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।
12 ତା’ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ।
2010 by World Bible Translation Center