Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ହୋରେବ (ସୀନୟ) ଶୃଙ୍ଗରେ ଏଲିୟ
19 ଆହାବ ଏଲିୟଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ଼୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ହତ୍ୟା କରିଥିଲେ, ସେ ସମସ୍ତ ଈଷେବଲକୁ ଜଣାଇଲେ। 2 ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟଦ୍ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।”
3 ଯେତେବେଳେ ଏଲିୟ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସେବକ ସହିତ ଯିହୁଦାର ବେର୍ଶେବାକୁ ଗ୍ଭଲିଗଲେ ଓ ତାକୁ ସେ ସେଠାରେ ଛାଡ଼ିଲେ। 4 ଏଲିୟ ପ୍ରାନ୍ତର ଭିତରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳରେ ବସି ପଡ଼ିଲେ ଓ ନିଜର ମୃତ୍ୟୁ ପାଇଁ ପ୍ରାର୍ଥନା କରି କହିଲେ, “ଏହା ଯଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମୋର ପ୍ରାଣ ନିଅ, କାରଣ ମୁଁ ମୋର ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।”
5 ତା’ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।” 6 ଅନନ୍ତର ଏଲିୟ ଦେଖିଲେ ତାଙ୍କର ମୁଣ୍ତ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶୟନ କଲେ।
7 ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।” 8 ତେଣୁ ଏଲିୟ ଉଠି ଭୋଜନ ପାନ କଲେ। ସେ ଖାଦ୍ୟରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପରମେଶ୍ୱରଙ୍କ ପର୍ବତ ହୋରେବ ପହଞ୍ଚିଲା ପର୍ଯ୍ୟନ୍ତ ଗ୍ଭଲି ଗ୍ଭଲି ଗଲେ। 9 ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।
ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”
11 ତା’ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା’ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
ପରମେଶ୍ୱରଙ୍କ ନୂତନ ଚୁକ୍ତିର ସେବକ
3 ଆମ୍ଭେ କ’ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ? ଆମ୍ଭେ କ’ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନେବା ଦରକାର କି? କେତେକ ଲୋକ ଏପରି କରନ୍ତି। 2 ତୁମ୍ଭେମାନେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟରେ ଲେଖି ହୋଇ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ। 3 ଏହା ସ୍ପଷ୍ଟ ଯେ, ତୁମ୍ଭେମାନେ ଆମ୍ଭ ମାଧ୍ୟମରେ ଖ୍ରୀଷ୍ଟଙ୍କ ପ୍ରେରିତ ଏକ ପତ୍ର ସ୍ୱରୂପ। ଏହି ଚିଠିଟି କାଳିରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଲେଖା ଯାଇଛି। ଏହା ପ୍ରସ୍ତର ଫଳକ [a] ଉପରେ ଖୋଦିତ ନୁହେଁ ବରଂ ମନୁଷ୍ୟର ହୃଦୟରେ ଲିଖିତ।
4 ଯୀଶୁ ଖ୍ରୀଷ୍ଟଙ୍କ ହେତୁ ପରମେଶ୍ୱରଙ୍କଠାରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ। 5 ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି। 6 ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସେବକ ହେବା ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ୟୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।
ନୂତନ ଚୁକ୍ତି ଅଧିକ ମହିମା ଆଣେ
7 ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା। 8 ତା’ହେଲେ ଆତ୍ମାଙ୍କର ଜୀବନଦାୟକ ସେବା କେତେ ଅଧିକ ମହିମାଯୁକ୍ତ ନ ହେବ? 9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସେଭଳି ସେବାରେ ଯଦି ପ୍ରଭୁଙ୍କ ମହିମା ଅଛି; ତା’ହେଲେ ଯେଉଁ ସେବା ଲୋକମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହେବ।
18 ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।
2010 by World Bible Translation Center