Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ଗୀତସଂହିତା 119:73-96

ଇୟୂଦ୍

73 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି?
    ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74 ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ।
    କାରଣ ମୁଁ ତୁମ୍ଭଠାରେ ଭରସା କରେ।
75 ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ।
    ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76 ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ।
    ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77 ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ।
    ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78 ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି।
    ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79 ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ।
    ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80 ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।

କଫ୍

81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
    ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
    ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
    ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
    ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
    ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
    ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
    ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
    ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।

ଲାମଦ୍

89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
    ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
    କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
    ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
    କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି,
    ତୁମ୍ଭର ବ୍ୟବସ୍ଥା ଛଡ଼ା।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 3:12-30

ବିଗ୍ଭରକ ଏହୂଦ

12 ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ। 13 ରାଜା ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟ ସହିତ ସଂଯୁକ୍ତ ତିଆରି କଲେ। ସେମାନେ ଇସ୍ରାଏଲକୁ ଆକ୍ରମଣ କଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ ଏବଂ ଖର୍ଜ୍ଜୁରପୁର (ଯିରୀହୋ)ରୁ ତଡ଼ି ଦେଲେ। ଏବଂ ଇସ୍ରାଏଲମାନଙ୍କ ଖର୍ଜ୍ଜୁରପୁରର ସହରକୁ ଅଧିକାର କଲେ। 14 ମୋୟାବର ରାଜା ଇଗ୍ଲୋନ ଇସ୍ରାଏଲ ଉପରେ ଅଠର ବର୍ଷ ଶାସନ କଲେ।

15 ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ। 16 ଏହୂଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ଦୈର୍ଘ୍ୟ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ୱିଧାର ବିଶିଷ୍ଟ ଥିଲା। ଏହାକୁ ତାଙ୍କର ଦକ୍ଷିଣ ଜଂଘରେ ବସ୍ତ୍ର ଭିତରେ ବାନ୍ଧି ରଖିଲେ।

17 ତେଣୁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଉପହାର ନେଲେ। ଇଗ୍ଲୋନ୍ ବଡ଼ ମୋଟା ଲୋକ ଥିଲେ। 18 ସେ ଭେଟୀ ନେଇସାରିବା ପରେ ସେହି ଉପହାର ବହନ କରିଥିବା ଲୋକମାନଙ୍କୁ ସେଠାରୁ ପଠାଇ ଦେଲେ। ସେମାନେ ରାଜପ୍ରାସାଦଠାରୁ ଗଲେ। 19 ଏହୂଦ ଜାଣିଲେ ଏବଂ ମୂର୍ତ୍ତୀ ନିକଟ ଗି‌‌ଲ୍‌‌ଗଲ୍ ସ୍ଥଳକୁ ଗଲେ, ତା’ପରେ ସେ ଫେରି ଆସି ରାଜାଙ୍କୁ ଭେଟି ଏହୂଦ କହିଲେ, “ମୁଁ ଆପଣାଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।”

ରାଜା ତାଙ୍କୁ ନୀରବ ରହିବା ପାଇଁ କହିଲେ ଓ ସେ ନିଜ ଲୋକମାନଙ୍କୁ ଘର ଛାଡ଼ିବାକୁ କହିଲେ। 20 ଏହୂଦ ରାଜାଙ୍କ ନିକଟକୁ ଗଲେ। ସେହି ସମୟରେ, ଇଗ୍ଲୋନ ଉଚ୍ଚ ସିଂହାସନ ମଞ୍ଚ ଉପରେ ବସିଥିଲେ, ଏହା କେବଳ ତାଙ୍କର ଥିଲା।

ତେଣୁ ଏହୂଦ କହିଲେ, “ଆପଣାଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ ବାର୍ତ୍ତା ଅଛି।” ତେଣୁ ରାଜା ତାଙ୍କର ସିଂହାସନ ଉପରୁ ଉଠି ପଡ଼ିଲେ। ସେ ଏହୂଦଙ୍କର ଖୁବ୍ ନିକଟକୁ ଆସିଲେ। 21 ଯେତେବେଳେ ରାଜା ଉଠି ପଡ଼ିଲେ, ଏହୂଦ ତାଙ୍କର ବାମ ହାତରେ ବ୍ୟବହୃତ ଖଣ୍ତା ଦକ୍ଷିଣ ଜଂଘରୁ ବାହାର କଲେ ଏବଂ ରାଜାଙ୍କର ପେଟରେ ଭୂଷି ଦେଲେ। 22 ଏହୂଦ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ପୁରାଇଲାବେଳେ, ତାଙ୍କର ‌‌ଖ‌ଡ଼୍‌ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ‌‌ଖ‌ଡ଼୍‌ଗ ବାହାର କଲେ ନାହିଁ। ଇଗ୍ଲୋନ ‌‌ଖ‌ଡ଼୍‌ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା।

23 ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା’ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ। 24 ତାହାପରେ ଏହୂଦ ମୂଖ ଛାଡ଼ିଲେ ଏବଂ ଇଗ୍ଲୋନର ଦାସମାନେ ଆସିଲେ। ଯେତେବେଳେ ସେମାନେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହୋଇଥିଲା, ଦାସମାନେ କହିଲେ, “ରାଜା ତାଙ୍କର ନିଜର କୋଠରୀ ମଧ୍ୟରେ ଆରାମ ନେଉଛନ୍ତି।” 25 ତେଣୁ ସେମାନେ ସେଠାରେ ବହୁତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗୁଡ଼ିକ ଆଦୌ ଖୋଲିଲା ନାହିଁ। ସର୍ବଶେଷରେ ଦାସମାନେ ସେମାନଙ୍କର ଧୈର୍ଯ୍ୟ ହରାଇଲେ। ସେମାନେ ଗ୍ଭବି ପାଇ କବାଟ ଖୋଲିଲେ ଓ ଭିତରେ ପ୍ରବେଶ କଲେ। ଚଟାଣ ଉପରେ ରାଜା ମରି ପଡ଼ିଥିବାର ସେମାନେ ଦେଖିଲେ।

26 ଦାସମାନେ ରାଜାଙ୍କ ପାଇଁ ସେଠାରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ ସେ ସ୍ଥାନ ଛାଡ଼ି ପଳାଇଗଲେ। ଏହୂଦ ମୂର୍ତ୍ତି ବାଟଦେଇ ସିୟୀରାକୁ ପଳାଇଗଲେ। 27 ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ। 28 ଏହୂଦ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, “ମୋତେ ଅନୁସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ ଲୋକମାନଙ୍କୁ, ତୁମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି।”

ତେଣୁ ଇସ୍ରାଏଲୀୟ ମୋୟାବୀୟଙ୍କ ବିରୁଦ୍ଧରେ ତାଙ୍କୁ ଅନୁସରଣ କଲେ। ସେମାନେ ଯର୍ଦ୍ଦନ ନଦୀର ଅଳ୍ପ ଗଭୀର ସ୍ଥାନରେ ଅକ୍ତିଆର କଲେ। ଯାହା ମୋୟାବକୁ ବ୍ୟାପିଗଲା ଏବଂ କାହାରିକୁ ନଦୀ ପାରି ହେବାକୁ ଅନୁମତି ଦେଲେ ନାହିଁ। 29 ଇସ୍ରାଏଲର ଲୋକମାନେ ମୋୟାବର 10,000 ସାହସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ୟା କଲେ। କୌଣସି ଗୋଟିଏ ହେଲେ ମୋୟାବର ଲୋକଙ୍କୁ ପଳାଇ ଯିବାକୁ ସେମାନେ ଦେଲେ ନାହିଁ। 30 ଏହିପରି ମୋୟାବ ଦେଶ ସେହି ଦିନ ଇସ୍ରାଏଲ ଅଧୀନରେ ବଶିଭୂତ ହେଲା। ତେଣୁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ରହିଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 1:1-14

ଲୂକଙ୍କ ଦ୍ୱାରା ଲିଖିତ ଦ୍ୱିତୀୟ ପୁସ୍ତକ

ହେ ଥିୟଫିଲ,

ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି। ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ [a] କ’ଣ କରିବା ଉଚିତ୍, ସେହି କଥା କହିଲେ। ଏହି ଘଟଣାଟି ଯୀଶୁଙ୍କର ମୃତ୍ୟୁ ପରେ ଘଟିଥିଲା। କିନ୍ତୁ ଅନେକ ଶକ୍ତିଯୁକ୍ତ କାର୍ଯ୍ୟ ଦ୍ୱାରା ସେ ପ୍ରମାଣିତ କରି ଦେଖେଇ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିଥିବାର ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରେରିତମାନେ ଯୀଶୁଙ୍କୁ ଅନେକ ଥର ଦେଖିଲେ। ଯୀଶୁ ପରମେଶ୍ୱରଙ୍କର ରାଜ୍ୟ ବିଷୟରେ ପ୍ରେରିତମାନଙ୍କୁ କହିଲେ। ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ। ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଅଳ୍ପ ଦିନ ଭିତରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବ।”

ଯୀଶୁ ସ୍ୱର୍ଗକୁ ନିଆଗଲେ

ପ୍ରେରିତମାନେ ଏକାଠି ହୋଇ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ଆପଣ ଇସ୍ରାଏଲମାନଙ୍କୁ ସେମାନଙ୍କର ରାଜ୍ୟ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?”

ଯୀଶୁ ସେମାନଙ୍କୁ କହିଲେ, “କେବଳ ପରମେଶ୍ୱରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟରେ ନିଷ୍ପତ୍ତି ଗ୍ରହଣ କରି ପାରିବେ। ତୁମ୍ଭେମାନେ ସେ ବିଷୟରେ ଜାଣି ପାରିବ ନାହିଁ। କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା’ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”

ଯୀଶୁ ପ୍ରେରିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉଠେଇ ନିଆଗଲା। ପ୍ରେରିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଗ୍ଭଲିଗଲେ, ଓ ସେମାନେ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। 10 ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ। 11 ସେହି ଦୁଇଜଣ ପୁରୁଷ ପ୍ରେରିତମାନଙ୍କୁ କହିଲେ, “ହେ ଗାଲିଲୀର ଲୋକେ, ତୁମ୍ଭେମାନେ ଏଠାରେ ଠିଆ ହୋଇ ଆକାଶ ଆଡ଼େ କାହିଁକି ଗ୍ଭହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଉଠାଇ ନିଆଗଲା, ସେ ସ୍ୱର୍ଗକୁ ଗଲେ ଓ ତୁମ୍ଭେମାନେ ତାହାଙ୍କୁ ଉପରକୁ ଯିବାର ଯେପରି ଦେଖିଲ, ସେହିପରି ସେ ପୁଣି ଫେରି ଆସିବେ।”

ଜଣେ ନୂଆ ପ୍ରେରିତଙ୍କ ନିର୍ବାଚନ

12 ତା’ପରେ ପ୍ରେରିତମାନେ ଜୀତ ନାମକ ପର୍ବତରୁ ଯିରୁଶାଲମ ଫେରି ଆସିଲେ। ଏହି ପର୍ବତ ଯିରୁଶାଲମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର। 13 ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।

14 ପ୍ରେରିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ୟରେ ଏକମନ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ। ସେମାନଙ୍କ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ୟ ଥିଲେ।

ମାଥିଉ ଲିଖିତ ସୁସମାଗ୍ଭର 27:45-54

ଯୀଶୁଙ୍କ ମୃତ୍ୟୁ(A)

45 ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା। 46 ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବ‌କ୍‌ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” [a]

47 ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”

48 ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପ‌ଞ୍ଜ୍‌ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। 49 କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।”

50 ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ।

51 ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, 52 କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉ‌‌‌ତ୍‌‌ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। 53 ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।

54 ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center