Book of Common Prayer
ଦାଉଦଙ୍କର ସଙ୍ଗୀତ।
24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
4 ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।
5 ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
6 ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି।
7 ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ।
ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8 କିଏ ସେହି ଗୌରବମୟ ରାଜା?
ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖୋଲି ଯାଅ।
ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି।
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ଯିହୋଶୂୟ ବିଦାୟ ନେଲେ
24 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।
2 ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ। 3 କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା’ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇସ୍ହାକ। 4 ଏବଂ ଇସ୍ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା’ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।
5 “‘ଏହା ପରେ ମୁଁ, ମୋଶା ଓ ହାରୋଣକୁ ସେହି ସ୍ଥାନକୁ ପଠାଇଲି। ଆଉ ମୁଁ ଗ୍ଭହିଁଥିଲି ମୋର ଲୋକମାନଙ୍କୁ ମିଶରରୁ ଫେରାଇ ଆଣିବା ପାଇଁ। ମିଶର ମଧ୍ୟରେ ଶକ୍ତିଶାଳୀ କାର୍ଯ୍ୟ କରି ମୁଁ ସେମାନଙ୍କୁ ପୀଡ଼ା ଦେଲି। ଏହା ପରେ ମୁଁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲି। 6 ଏହିପରି ଭାବରେ ମୁଁ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ମିଶରରୁ ନେଇ ଆସିଲି। ମିଶରୀୟମାନେ ରଥ ଓ ରଥାରୋହୀ ସହିତ ସୂଫସାଗର ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ। ମିଶରୀୟ ରଥାରୋହୀ ଓ ଅଶ୍ୱାରୋହୀ ମଧ୍ୟ ଥିଲେ। 7 ତେଣୁ ଲୋକମାନେ ମୋତେ ପ୍ରାର୍ଥନା କଲେ, ‘ହେ ପ୍ରଭୁ, ଆମ୍ଭକୁ ସାହାଯ୍ୟ କର।’ ମୁଁ ମିଶରୀୟମାନଙ୍କ ପାଇଁ ବହୁ ଅସୁବିଧା କରାଇଲି । ଏବଂ ମିଶରୀୟମାନଙ୍କ ଉପରେ ସମୁଦ୍ରକୁ ଆଚ୍ଛନ୍ନ କରାଇଲି। ତୁମ୍ଭେମାନେ ଦେଖିଅଛ, ମୁଁ ମିଶରୀୟ ସୈନ୍ୟମାନଙ୍କୁ କି ଅବସ୍ଥା କରିଛି।
ଏହା ପରେ ତୁମ୍ଭେମାନେ ସେହି ମରୁ ଅଞ୍ଚଳରେ ଦୀର୍ଘଦିନ ଧରି ବାସ କଲ। 8 ଏହା ପରେ ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ପୂର୍ବପାର୍ଶ୍ୱରେ ବାସ କରୁଥିବା ଇମୋରୀୟମାନଙ୍କର ଦେଶକୁ ଆଣିଲି। ଏହା ପରେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲି। ଏହିପରି ତୁମ୍ଭେ ସେମାନଙ୍କର ଦେଶକୁ ଅଧିକାର କଲ। ଏବଂ ସେମାନଙ୍କୁ ବିନାଶ କଲ।
9 “‘ଏହା ପରେ ସିପ୍ପୋରର ପୁତ୍ର ବାଲାକ୍ ଯେ କି ମୋୟାବର ରାଜା ଥିଲା ସେ ପ୍ରସ୍ତୁତ ହେଲା। ଇସ୍ରାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କର ରାଜା ବିୟୋର ପୁତ୍ର ବିଲିୟମକୁ ପଠାଇଲା। ସେ ତୁମ୍ଭମାନଙ୍କୁ ଶାପ ଦେବା ପାଇଁ ବିଲିୟମକୁ ପଠାଇଲା। 10 କିନ୍ତୁ ମୁଁ ସଦାପ୍ରଭୁ ବିଲିୟମର କଥାକୁ ଧ୍ୟାନ ଦେଲି ନାହିଁ। ସେ ତୁମ୍ଭକୁ ବହୁବାର ଆଶୀର୍ବାଦ କଲା। ଏବଂ ମୁଁ ତୁମ୍ଭକୁ ତା’ର ଶକ୍ତି କବଳରୁ ରକ୍ଷା କଲି।
11 “‘ଏହା ପରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋକୁ ଗଲ। ଯିରୀହୋ ନଗରର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତୁମ୍ଭେମାନେ ମଧ୍ୟ ଇମୋରୀୟ, ପିରିଷୀୟ, କିଣାନୀୟ, ହିତ୍ତୀୟ, ଗିର୍ଗାଶୀୟ, ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ହାତରେ ସମର୍ପଣ କଲି। 12 ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି [a] ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ।
13 “‘ମୁଁ ସଦାପ୍ରଭୁ ସେହି ଦେଶକୁ ତୁମ୍ଭକୁ ଦେଲି। ତୁମ୍ଭେମାନେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହଁ। ମୁଁ ତୁମ୍ଭକୁ ଯେଉଁ ସହର ଦେଲି ତାକୁ ତୁମ୍ଭେ ତିଆରି କରି ନ ଥିଲ। ମୁଁ ଏଗୁଡ଼ିକୁ ତୁମ୍ଭକୁ ଦେଲି। ଏବଂ ତୁମ୍ଭେମାନେ ସେହି ଦେଶ ଓ ସହରରେ ବାସ କରୁଛ। ସେଗୁଡ଼ିକ ମୁଁ ଦେଇଅଛି। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ କରି ନ ଥିଲ ତାହା ତୁମ୍ଭେମାନେ ଭୋଗ କରୁଅଛ।’”
14 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର।
15 “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”
23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,
26 ‘ଏହି ଲୋକମାନଙ୍କ ପାଖକୁ ଯାଅ
ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ,
କିନ୍ତୁ ବୁଝିବ ନାହିଁ।
ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ
କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି।
ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି।
ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି।
ନ ହେଲେ ହୁଏତ ସେମାନେ
ସେମାନଙ୍କ ଆଖିରେ ଦେଖି ପାରନ୍ତେ,
କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ।
ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’ (A)
28 “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” 29 [a]
30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। 31 ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।
କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(A)
23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”
25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”
27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”
2010 by World Bible Translation Center