Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16-17

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ମୋ’ ପାଇଁ ଚିରଦିନ ନିତ୍ୟ ସୁଖ ଭୋଗ ଆଣିଦେବ।

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ’ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
    ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
    ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।
10 ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ।
    ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି।
11 ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି।
    ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି
ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ।
    ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।

13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ
    ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର।
    ତୁମ୍ଭେ ଆପଣା ଖ‌ଡ଼୍‌ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି
    ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର।
ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି।
    ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ।
    ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର।
    ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର।
    ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।

15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
    ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।

ଗୀତସଂହିତା 22

ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।

22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
    ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
    ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
    କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।

ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
    ତୁମ୍ଭେ ରାଜାର ଆସନରେ ଆସୀନ।
    ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
    ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
    ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
    ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
    ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
    ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
    ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”

ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
    ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
    ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
    ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।

11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
    ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
    ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।

14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
    ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
    ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
    ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
16 “କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି।
    ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
17 ମୋର ପଞ୍ଜରା ସବୁ ଗଣି ହୋଇ ଯାଉଛି
    ଓ ସେହି ଲୋକମାନେ ମୋ’ ଆଡ଼କୁ କ୍ରୁର ଦୃଷ୍ଟିରେ ଗ୍ଭହୁଁଛନ୍ତି।
18 ସେହି ଲୋକମାନେ ମୋର ବସ୍ତୁସବୁ ନିଜ ଭିତରେ ବାଣ୍ଟି ନେଲେ।
    ସେମାନେ ମୋର ଗ୍ଭେଗାକୁ ବାଜି ଲଗାନ୍ତି।

19 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର।
20 ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର।
    ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର।
21 ମୋତେ ସିଂହ ମୁଖରୁ ଉଦ୍ଧାର କର।
    ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି।
    ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
    ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
    ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
    ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
    ଯାହାସବୁ ପରମେଶ୍ୱର କରିଛନ୍ତି।

ଦ୍ୱିତୀୟ ବିବରଣ 31:7-13

ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”

ମୋଶା ବ୍ୟବସ୍ଥା ଲେଖିଲେ

ଏହା ପରେ ମୋଶା ବ୍ୟବସ୍ଥା ଲେଖି ଲେବୀ ବଂଶୀୟ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବାହକ ଥିଲେ। ମୋଶା ଇସ୍ରାଏଲ ପ୍ରାଚୀନବର୍ଗମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥା ଦେଲେ। 10 ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ। 11 ସେ ସମୟରେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ। 12 ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, ଛୋଟପିଲା ଏବଂ ବିଦେଶୀୟମାନେ ଯେଉଁମାନେ ତୁମ୍ଭ ନଗରରେ ବାସ କରୁଛନ୍ତି। ସେମାନେ ମଧ୍ୟ ଏହି ବ୍ୟବସ୍ଥା ଶୁଣିବେ। ସେମାନେ ମଧ୍ୟ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହା ପରେ ସେମାନେ ବ୍ୟବସ୍ଥା ଅନୁସାରେ କର୍ମ କରି ପାରିବେ। 13 ତହିଁରେ ସେମାନଙ୍କର ବଂଶଧରମାନେ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେବେଳେ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାକୁ ଶିକ୍ଷା କରିବେ।”

ଦ୍ୱିତୀୟ ବିବରଣ 31:24-32:4

ଇସ୍ରାଏଲୀୟମାନଙ୍କୁ ମୋଶାଙ୍କର ସତର୍କ

24 ମୋଶା ଯତ୍ନପୂର୍ବକ ସେହି ବ୍ୟବସ୍ଥା ପୁସ୍ତକରେ ସମସ୍ତ ଲେଖିଲେ। 25 ସେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବାହାକମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, 26 “ଏହି ବ୍ୟବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଭିତରେ ରଖ। ତାହା ସେଠାରେ ତୁମ୍ଭ ବିରୁଦ୍ଧରେ ସାକ୍ଷୀରୂପେ ରହିବ। 27 ମୁଁ ଜାଣେ ତୁମ୍ଭେମାନେ ଶକ୍ତଗ୍ରୀବ ଅଟ। ମୁଁ ଜାଣେ ତୁମ୍ଭେ ତୁମ୍ଭ ବାଟରେ ଚଳିବାକୁ ଗ୍ଭହଁ। ଦେଖ ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମୋର ମରଣ ପରେ ତୁମ୍ଭେମାନେ କେତେ ଅଧିକ ନ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ମାନିବ ନାହିଁ। 28 ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମୋ’ ନିକଟରେ ଏକତ୍ର କର। ମୁଁ ସେମାନଙ୍କୁ ଏହି କଥାମାନ କହିବି। ସ୍ୱର୍ଗ ଓ ପୃଥିବୀ ମୋର ସାକ୍ଷୀ ହେବେ। 29 ମୁଁ ଜାଣେ ମୋର ମୃତ୍ୟୁ ପରେ ତୁମ୍ଭେମାନେ ଅତିଶୟ ଦୁର୍ନୀତିଗ୍ରସ୍ତ ହେବ। ତୁମ୍ଭେମାନେ ମୋର ନିର୍ଦ୍ଦେଶିତ ପଥରୁ ବିଚ୍ୟୁତ ହେବ। ଭବିଷ୍ୟତରେ ତୁମ୍ଭମାନଙ୍କ ପାଇଁ ବହୁତ ଅମଙ୍ଗଳ ହେବ। କାରଣ ତୁମ୍ଭେମାନେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟିରେ ମନ୍ଦ। ତୁମ୍ଭେମାନେ ଦୁଷ୍କର୍ମ କରି ତାଙ୍କୁ କ୍ରୋଧାନ୍ୱିତ କରିବ।”

ମୋଶାଙ୍କ ସଙ୍ଗୀତ

30 ତହିଁରେ ଇସ୍ରାଏଲ ଲୋକମାନେ ସମସ୍ତେ ଏକତ୍ରିତ ହେଲେ ଏବଂ ମୋଶା ସେମାନଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ।

32 “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି,
    ପୃଥିବୀ ମୋର ବାକ୍ୟ ଶୁଣ।
ମୋର ଉପଦେଶ ବର୍ଷା ପରି ବର୍ଷିବ।
    ମୋର ବାଣୀ ଶିଶିର ପରି କ୍ଷରିବ।
ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ
    ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି,
    ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।

“ସେତ ଶୈଳ, ତାଙ୍କର କର୍ମ ସିଦ୍ଧ।
    କାରଣ ତାଙ୍କର ସକଳ ପଥ ଯଥାର୍ଥ।
ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର।
    ସେ ଉତ୍ତମ ଓ ସତ୍ୟ।

ରୋମୀୟଙ୍କ ପ୍ରତି ପତ୍ର 10:1-13

10 ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ। ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ। ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।

ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।” [a] କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”) “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)

ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” [b] ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ। ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। 10 ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।

11 ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।” [c] 12 ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। 13 ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।” [d]

ମାଥିଉ ଲିଖିତ ସୁସମାଗ୍ଭର 24:15-31

15 “ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ [a] ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16 “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17 ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18 ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।

19 “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ [b]ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21 କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।

22 “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।

23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।

26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।

29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:

‘ସୂର୍ଯ୍ୟ ଅନ୍ଧକାରମୟ ହେବ,
    ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
    ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ (A)

30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center