Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:1-24

ଆଲେଫ୍

119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
    ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
    ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
    କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
    ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
    ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।
ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
    ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
    ମୋତେ ଏକୁଟିଆ କରି ଛାଡ଼ ନାହିଁ।

ବୈତ୍

ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
    ତା’ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
    ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
    ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
    ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
    ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
    ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।

ଗିମେଲ୍

17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
    ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
    ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
    ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
    ମୋ’ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
    ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
    ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
    ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
    ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
    ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
    ସେମାନେ ମୋର ଅତି ଆପଣାର ଆଦେଶଦାତା।

ଗୀତସଂହିତା 12-14

ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।

12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
    କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
    ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
    ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
    ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
    ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”

କିନ୍ତୁ ସଦାପ୍ରଭୁ କହନ୍ତି,
    “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
    କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”

ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
    ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।

ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
    ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
    ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

ଦାଉଦଙ୍କର ଗୀତ

13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
    ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
    କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?

ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
    ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
    ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।

ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
    ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
    କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।

ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।

14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
    ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
    ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।

ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
    ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
    ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
କିନ୍ତୁ ପ୍ରତ୍ୟେକ ମଣିଷ ଆଜି
    ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
    ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।

ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
    ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
    ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
    କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
    ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।

ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
    ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
    ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
    ଇସ୍ରାଏଲ ବହୁତ ଖୁସୀ ହେବ।

ଦ୍ୱିତୀୟ ବିବରଣ 1:1-18

ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ

ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହ‌ତ୍‌ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ।

ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ। କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ। ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ। ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।

“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ। ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ। ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’”

ମୋଶା ନେତାମାନଙ୍କୁ ବାଛିଲେ

ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ। 10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ। 11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ। 12 କିନ୍ତୁ ମୁଁ ଏକାକି ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ। 13 ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’

14 “ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’

15 “ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।

16 “ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ। 17 ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା’ର ସମାଧାନ କରି ଦେବି।’ 18 ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ।

ରୋମୀୟଙ୍କ ପ୍ରତି ପତ୍ର 9:1-18

ପରମେଶ୍ୱର ଓ ଯିହୂଦୀ ଲୋକେ

ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।” [a] ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।” [b]

10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍‌‌ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।” [c]

14 ତା’ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? 15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।” [d] 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ । 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ [e] କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।” [f] 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 23:27-39

27 “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। 28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ।

29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।

33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।

35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।

ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା(A)

37 “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। 38 ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। 39 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’। [a]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center