Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:145-176

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ତୌ

169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
    କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
    କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
    ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
    ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
    ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
    ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
    କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।

ଗୀତସଂହିତା 128-130

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।

ଗଣନା ପୁସ୍ତକ 22:41-23:12

41 ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ।

ବିଲିୟମର ପ୍ରଥମ ବାର୍ତ୍ତା

23 ତା’ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।” ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।”

ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାକୁ କହିଲେ, “ତୁମ୍ଭେ ବାଲାକ୍ ନିକଟକୁ ଫେରିଯାଅ, ତାକୁ ଏହିରୂପେ କୁହ।”

ତେଣୁ ବିଲିୟମ ବାଲାକ୍ ନିକଟକୁ ଫେରି ଯାଇ ଦେଖିଲେ, ବାଲାକ୍ ତଥାପି ଯଜ୍ଞବେଦି ନିକଟରେ ଛିଡ଼ା ହୋଇଛନ୍ତି ଓ ମୋୟାବର ଅଧିପତିଗଣ ତାଙ୍କ ସହିତ ଛିଡ଼ା ହୋଇ ଅଛନ୍ତି। ତହୁଁ ବିଲିୟମ କହିଲେ,

“ମୋୟାବର ରାଜା ବାଲାକ୍,
    ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି।
‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ।
    ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’
ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି
    ମୁଁ କିପରି ତାକୁ ଶାପ ଦେବି?
ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି,
    ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
ମୁଁ ସେମାନଙ୍କୁ ପର୍ବତ ଶିଖରରୁ ଦେଖୁଅଛି।
    ମୁଁ ସେମାନଙ୍କୁ ଗିରି ଶ୍ରେଣିରୁ ଦେଖୁଅଛି।
ସେମାନେ ନିଜ ପାଇଁ ବଞ୍ଚନ୍ତି।
    ସେମାନେ ନିଜକୁ ଦେଶର ଏକ ଅଂଶ ବୋଲି ବିବେଚନା କରନ୍ତି ନାହିଁ।
10 ଯାକୁବର ପରିବାରକୁ କିଏ ଗଣିପାରିବ?
    ଯେହେତୁ ସେମାନେ ଧୂଳି କଣିକାପରି?
    ଏପରିକି ଇସ୍ରାଏଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ୟ କେହି ଗଣି ପାରିବେ ନାହିଁ।
ଧାର୍ମିକ ମନୁଷ୍ୟ ରୂପେ ମୋତେ ମରିବାକୁ ଦିଅ।
    ମୋର ଭବିଷ୍ୟଦ୍ ଇସ୍ରାଏଲର ତୁଲ୍ୟ ହେଉ।”

11 ଏଥିରେ ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କ’ଣ କଲ? ଆମ୍ଭେ ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ କଲ।”

12 ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”

ରୋମୀୟଙ୍କ ପ୍ରତି ପତ୍ର 7:13-25

13 ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା।

ମଣିଷର ଦ୍ୱନ୍ଦ

14 ମୁଁ ଜାଣେ ଯେ ବ୍ୟବସ୍ଥା ହେଉଛି ଆତ୍ମିକ। କିନ୍ତୁ ମୁଁ ଆତ୍ମିକ ନୁହେଁ। ପାପର ଦାସ ଭଳି ମୁଁ ତା’ ପାଖରେ ବିକ୍ରି ହୋଇ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ। 15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ। 16 ଯେଉଁ କାମ କରିବାକୁ ମୁଁ ଗ୍ଭହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ୟବସ୍ଥା ଭଲ ବୋଲି ସମର୍ଥନ ମୁଁ କରେ। 17 କିନ୍ତୁ ମୁଁ, ପ୍ରକୃତରେ ଏହି ମନ୍ଦ କର୍ମ କରି ନ ଥାଏ। ମୋ’ ଭିତରେ ଥିବା ପାପର ସ୍ୱଭାବ ଏହିସବୁ କାମ କରେ। 18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ। 19 ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ। 20 ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଗ୍ଭହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତରେ ଏସବୁ କରେ ନାହିଁ। ମୋ’ ଭିତରେ ଥିବା ପାପ ଏହିସବୁ କାମ କରେ।

21 ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ। 22 ମୋ’ ମନରେ, ମୁଁ ପରମେଶ୍ୱରଙ୍କର ବ୍ୟବସ୍ଥାରେ ସୁଖୀ। 23 କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ। 24 ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ। 25 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଧନ୍ୟବାଦ ହେଉ।

ଅତଏବ-ମୋ’ ମନ ସହିତ ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାର ଦାସ। କିନ୍ତୁ ପାପପୂର୍ଣ୍ଣ ସ୍ୱଭାବରେ ମୁଁ ପାପଯୁକ୍ତ ନିୟମର ଦାସ।

ମାଥିଉ ଲିଖିତ ସୁସମାଗ୍ଭର 21:33-46

ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ(A)

33 “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ [a] ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା’ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ। 34 କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।

35 “କିନ୍ତୁ କୃଷକମାନେ ଗ୍ଭକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ, ସେମାନେ ଜଣକ ପରେ ଜଣେ ଗ୍ଭକରକୁ ପଥରରେ ମାରିପକାଇଲେ। 36 ତେଣୁ ଜମି ମାଲିକ ଆଉ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥରଠାରୁ ଅଧିକ ଗ୍ଭକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଗ୍ଭକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ୟ ସେମାନଙ୍କ ପ୍ରତି ତାହା କଲେ। 37 ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’

38 “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ 39 କୃଷକମାନେ ପୁଅକୁ ଧରି ନେଇ ଦ୍ରାକ୍ଷା ବଗିଗ୍ଭ ବାହାରକୁ ଫିଙ୍ଗି ମାରିଦେଲେ।

40 “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?”

41 ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା’ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା’ର ଭାଗ ତାହାଙ୍କୁ ଦେବେ।”

42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ?

‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ,
    ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା।
ପରମେଶ୍ୱର ଏହା ହିଁ କଲେ,
    ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’ (B)

43 “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ। ପରମେଶ୍ୱର ତାହାଙ୍କ ରାଜ୍ୟରେ ଯାହା ହେବା ପାଇଁ ଗ୍ଭହାନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସେମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟ ଦେବେ। 44 ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହୋଇଯିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତେବେ ପଥରଟି ତାକୁ ଚୁନା କରିଦେବ।”

45 ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି। 46 ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center