Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ପିତ୍ତଳ ସର୍ପ
4 ତା’ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। 5 ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”
6 ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। 7 ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।
8 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” 9 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।
ସୀହୋନ ଓ ଓଗ
21 ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ,
22 “ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।”
23 ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ।
24 ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା’ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ। 25 ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ। 26 କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ। 27 ଏଥିନିମନ୍ତେ କବିମାନେ କହନ୍ତି,
“ତୁମ୍ଭେମାନେ ହିଷ୍ବୋନକୁ ଆସ,
ସୀହୋନ ନଗର ନିର୍ମିତ ହେଉ ଓ ଦୃଢ଼ିଭୂତ ହେଉ।
28 ହିଷ୍ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି।
ଏକ ଶିଖା ସୀହୋନ ନଗରରୁ ବାହାରିଲା।
ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା
ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।
29 ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ।
ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ।
ତା’ର ପୁତ୍ରଗଣ ପଳାୟନ କରିଛନ୍ତି,
ତା’ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।
30 ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହିଷ୍ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି।
ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ।
ହିଷ୍ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା।
ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”
31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
32 ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ।
33 ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ।
34 ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।”
35 ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ।
12 ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।
13 ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ। 14 ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ। 15 ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା’ପରେ ସେମାନେ ଫେରିଗଲେ।
ଆଥୀନୀ ନଗରରେ ପାଉଲ
16 ପାଉଲ ଆଥୀନୀ ନଗରରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥା’ନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହୋଇଥିବାର ଦେଖି ସେ ହୃଦୟରେ ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଲେ। 17 ତେଣୁ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ। 18 ତେଣୁ କେତେକ ଏପିକୂରୀୟ ଓ ସ୍ତୋୟିକ ଦାର୍ଶନିକମାନେ ତାହାଙ୍କ ସହିତ ଯୁକ୍ତିତର୍କ କଲେ।
ସେମାନଙ୍କ ଭିତରୁ କେତେକ କହିଲେ, “ଏ ଲୋକଟି କ’ଣ କହୁଛି ତାହା ସେ ଜାଣେ ନାହିଁ?” ପାଉଲ ସେମାନଙ୍କୁ ଯୀଶୁଙ୍କ ମୃତ୍ୟୁରୁ ପୁନରୁତ୍ଥାନ ସୁସମାଗ୍ଭର ସମ୍ବନ୍ଧରେ କହୁଥିଲେ। ଅନ୍ୟମାନେ କହିଲେ, “ଦେଖ, ଏ ଲୋକଟି କୌଣସି ବିଦେଶୀ ଦେବାଦେବୀଙ୍କ ବିଷୟରେ କହୁଛି। ସେମାନେ ଏପରି କହିଲେ, କାରଣ ପାଉଲ ଯୀଶୁ ଓ ତାହାଙ୍କର ମୃତ୍ୟୁରୁ ପୁନର୍ଜୀବିତ ହୋଇ ଉଠିବା କଥା ପ୍ରଗ୍ଭର କରୁଥିଲେ।”
19 ସେମାନେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନେଇଗଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ’ଣ, ତାହା ଆମ୍ଭେ ଜାଣି ପାରିବୁ କି? 20 ତୁମ୍ଭେ ଆମ୍ଭ ନିକଟରେ କେତେକ ଅଦ୍ଭୂତ ବିଗ୍ଭରମାନ ଉପସ୍ଥାପିତ କରୁଛ ଓ ଆମ୍ଭେମାନେ ସେଗୁଡ଼ିକ କ’ଣ ତାହା ଜାଣିବାକୁ ଗ୍ଭହୁଁ।” 21 ଆଥୀନୀୟ ବାସିନ୍ଦାମାନେ ଓ ସେଠାରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ଯ୍ୟ ନ କରି କେବଳ ନୂତନ ବିଷୟମାନ ଶୁଣିବାରେ ଓ କଥା କହିବାରେ ସମୟ କାଟୁଥିଲେ।
22 ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ। 23 ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।
24 “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ। 25 ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ। 26 ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,
27 “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି। 28 ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ,‘ଆମ୍ଭେମାନେ ତାହାଙ୍କର ସନ୍ତାନ।’
29 “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ। 30 ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି। 31 ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”
32 ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।” 33 ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ। 34 କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ।
ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ
10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।
14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”
15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [a] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।
2010 by World Bible Translation Center