Book of Common Prayer
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
3 ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
4 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
5 ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
7 ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
ଓ ପରାକ୍ରମର ଗୁଣ ଗାନ କର।
8 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।
ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।
34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
2 ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
3 ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
ତାଙ୍କ ନାମର ମହିମା କୀର୍ତ୍ତନ କର।
4 ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
5 ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
ଓ ସଦାପ୍ରଭୁ ତାହା ଶୁଣିଲେ
ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
8 ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
ଶାନ୍ତି ପାଇଁ କାର୍ଯ୍ୟ କର।
ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
ଯାଜକମାନଙ୍କ ଆଶୀର୍ବାଦ
22 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,
24 ‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ
ଓ ତୁମ୍ଭକୁ ନିରାପଦରେ ରଖନ୍ତୁ।
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ
ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ
ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।’
27 ତା’ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।”
ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା
13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟଦ୍ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣବ୍ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। 2 ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”
3 ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।
ବର୍ଣ୍ଣବ୍ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା
4 ବର୍ଣ୍ଣବ୍ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। 5 ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।
6 ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟଦ୍ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। 7 ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡକାଇ ପଠାଇଲେ। 8 ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। 9 ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”
ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।
ବିଶ୍ୱସ୍ତ ସେବକ କିଏ
41 ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?”
42 ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ? 43 ମାଲିକ ଯେବେ ଆସିଲେ ମଧ୍ୟ ଯେଉଁ ସେବକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସେହି ସେବକ ବହୁତ ଖୁସୀ ହେବ। 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରହିବା ପାଇଁ ବାଛିବେ।
45 “କିନ୍ତୁ ଯଦି ସେବକଟି ଦୁଷ୍ଟ ହୋଇଥିବ ଓ ମନେ ମନେ କହିବ, ମୋ’ ମାଲିକ ତୁରନ୍ତ ଆସିବେ ନାହିଁ, ତେବେ କ’ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସେବକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେବ ଓ ନିଜେ ଖିଆପିଆରେ ବୁଡ଼ି ରହିବ ଓ ମଦ ପିଇ ମାତାଲ ହେବ। 46 ତା’ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା’ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।
47 “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ। 48 କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।”
2010 by World Bible Translation Center