Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 75-76

ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।

75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
    ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
    ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।

ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
    ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
    କିନ୍ତୁ ମୁଁ ତାକୁ ସ୍ଥିର କରିବି।

4-5 “କିଛି ଲୋକ ବହୁତ ଗର୍ବୀ,
    ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
    କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।‌”’

କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
    ପୃଥିବୀର କୌଣସି ଶକ୍ତି ନାହିଁ।
ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
    ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
    ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
    ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
    ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
    ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
    ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
    ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
    ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ
    ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ।

ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
    ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
    କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
    ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
    ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
    ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
    ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
    ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି।
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
    ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ [a] ଶକ୍ତିଶାଳୀ ହୁଅନ୍ତୁ।

11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
    ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
    ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
    ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।

ଗୀତସଂହିତା 23

ଦାଉଦଙ୍କର ଏକ ଗୀତ।

23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
    ମୋର କିଛି ଅଭାବ ହେବ ନାହିଁ।
ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
    ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
    ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
    କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
    ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
    ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
    ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚା‌ଦ୍‌ଗାମୀ ହେବ।
    ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଗୀତସଂହିତା 27

ଦାଉଦଙ୍କର ଗୀତ।

27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
    ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
    ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
    ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
    ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
    ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
    ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
    ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”

ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
    ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
    ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
    ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
    ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
    ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।

ହେ ସଦାପ୍ରଭୁ, ମୋର ଡାକ ଶୁଣ।
    ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
    ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
    ମୋତେ ସାହାଯ୍ୟ କର।
    ମୋତେ ଦୂର କର ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
    ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
    କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
    ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
    ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
    ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
    ବଳଶାଳୀ ଓ ସାହସିକ ହୁଅ
    ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ଗଣନା ପୁସ୍ତକ 3:1-13

ହାରୋଣଙ୍କର ବଂଶ ଯାଜକ

ସେହି ଦିନ ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କ ସଙ୍ଗେ କଥା ହେଲେ, ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।

ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା’ପରେ ଅବୀହୂ, ଇଲିୟାସର ଓ ଈଥାମର। ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁମାନେ ଯାଜକରୂପେ ଅଭିଷିକ୍ତ [a] ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକତ୍ୱ ପଦ କରିବା ପାଇଁ ନିଯୁକ୍ତ କରିଥିଲେ। ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ।

ଲେବୀୟମାନେ ଯେଉଁମାନେ ଯାଜକଙ୍କର ସହକାରୀ

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। ସେମାନଙ୍କର ସମାଗମ-ତମ୍ବୁ [b] ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ। ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ।

“ଆଉ ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।

10 “ପୁଣି ତୁମ୍ଭେ ହାରୋଣ, ତା’ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।”

11 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ। 13 “ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”

ଗାଲାତୀୟଙ୍କ ପ୍ରତି ପତ୍ର 6:11-18

ପାଉଲଙ୍କ ପତ୍ରର ସମାପ୍ତି

11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

17 ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

18 ମୋ’ ଭାଇ ଓ ଭଉଣୀମାନେ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।

ମାଥିଉ ଲିଖିତ ସୁସମାଗ୍ଭର 17:1-13

ମୋଶା ଓ ଏଲିୟଙ୍କ ସହିତ ଯୀଶୁ(A)

17 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା [a] ଥିଲେ।

ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”

ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”

ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।” ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।

ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା’ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।”

10 ଯୀଶୁଙ୍କୁ ଶିଷ୍ୟମାନେ ପଗ୍ଭରିଲେ, “ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?”

11 ଯୀଶୁ ଉତ୍ତର ଦେଲେ, “ସେମାନେ ଠି‌କ୍‌ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠି‌କ୍‌ କ୍ରମରେ ରଖିବେ। 12 କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ, ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ। ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।” 13 ତା’ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center