Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।
69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
2 ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
କେବଳ ମୁଁ ବୁଡ଼ିଯିବା ଉପରେ।
3 ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
4 ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
ସେମାନେ ମିଛରେ ମୋତେ ଗ୍ଭେର କହିଲେ
ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
5 ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
6 ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
7 ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
8 ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
9 ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
ତେଣୁ ମୋତେ ଉତ୍ତର ଦିଅ।
ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
ଓ ଅପମାନିତ କରିଛନ୍ତି।
ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
ହେ ପରମେଶ୍ୱର, ମୋତେ ଉଦ୍ଧାର କର।
ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36 ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।
ତୃତୀୟ ପୁସ୍ତକ
(ଗୀତସଂହିତା 73-89)
ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।
73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
2 କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
ମୋର ବିଶ୍ୱାସ ପ୍ରାୟ ହରାଇଲି।
3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
4 ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
5 ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
6 ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
7 ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
8 ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
9 ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”
12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।
15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
ରାକ୍ଷସ ପରି ଅଦୃଶ୍ୟ କରିଦିଅ।
21-22 ମୁଁ ନିର୍ବୋଧ ଥିଲି,
ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।
ଯୁବାବସ୍ଥାରେ ପରମେଶ୍ୱରଙ୍କର ସେବାକର
9 ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା’ର ବିଗ୍ଭର କରିବେ। 10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂରରେ ରଖ, କାରଣ ବାଲ୍ୟାବସ୍ଥା ଏବଂ ଯୌବନ ଅର୍ଥହୀନ ଅଟେ।
ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ
12 ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”
2 ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ।
3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ। 4 ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।
5 ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା’ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।
ମୃତ୍ୟୁ
6 ସେହି ସମୟରେ ରୂପାର ତାର ହୁଗୁଳା ହେବ
ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ।
କୂଅରେ ଏକ ପାତ୍ର ଭାଙ୍ଗିବା ପରି
ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି।
7 ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା,
ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ।
ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।
8 ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।
ସମାଧାନ
9 ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ। 10 ଉପଦେଶକ ସଠିକ୍ ଶବ୍ଦ ଖୋଜିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ୟ ଓ ସିଦ୍ଧ, ସେଗୁଡ଼ିକ ଲେଖିଲେ।
11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ। 12 କିନ୍ତୁ ମୋର ପୁତ୍ର, ସେଥିରେ ଯାହା ଯୋଗ କରାଯାଇଛି ତା’ ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ୟଧିକ ପଠନ ତୁମ୍ଭକୁ ଅତ୍ୟନ୍ତ କ୍ଳାନ୍ତ ପ୍ରଦାନ କରିବ।
13 ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। 14 ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଗ୍ଭରରେ ଆଣିବେ।
25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। 26 ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।
ଏକଆରେକର ସାହାଯ୍ୟ କର
6 ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। 2 ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। 3 ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। 4 ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା’ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। 5 ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍।
ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର
6 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।
ଜୀବନ ହେଉଛି ଜମି ଗ୍ଭଷ କରିବା ସହିତ ସମାନ
7 ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। 8 ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। 9 ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା’ର ଫଳ ମିଳିବ। 10 ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ(A)
21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।
22 ତା’ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”
23 ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”
24 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା’ପରେ ସେ ମୋର ଅନୁସରଣ କରିବା ଉଚିତ୍। 25 ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। 26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। 27 ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା’ର କର୍ମ ଅନୁସାରେ ଫଳ ଦେବେ। 28 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।”
2010 by World Bible Translation Center