Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।
61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
ମୋର ପ୍ରାର୍ଥନାରେ ମନୋଯୋଗ କର।
2 ମୁଁ ଯେତେବେଳେ ଭୟଭୀତ ହୁଏ,
ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
ନିରାପଦ ସ୍ଥାନକୁ ନେଇଯାଅ।
3 ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।
5 ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7 ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।
68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
2 ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
3 ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
4 ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
ତାଙ୍କ ଆଗରେ ଆନନ୍ଦିତ ହୁଅ।
5 ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
6 ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
7 ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।
8 ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
9 ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
11 ତୁମ୍ଭର ଲୋକମାନେ ଉତ୍ତମ ଖବର
ଘୋଷଣା କରିବାକୁ ବାହାରି ଗଲେ।
12 “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ।
ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ।
13 ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ।
ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ।
ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”
14 ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ।
ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ।
15 ବାଶନ ପର୍ବତ ମହାନ ପର୍ବତ ଅଟେ,
ଯାହାର ବୃହତ ଶୃଙ୍ଗ ଅଛି।
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ?
ପରମେଶ୍ୱର ଏହାକୁ ପ୍ରେମ କରନ୍ତି।
ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
17 ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି।
ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
18 ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ,
ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ
ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ।
ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।
20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
21 ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ।
ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
22 ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି।
କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି।
23 ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ।
ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।”
24 ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି।
ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
25 ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି।
ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।
26 ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର।
ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ।
27 ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି।
ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି।
ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି।
ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି।
28 ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ,
ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ।
29 ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ
ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
30 ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” [a] ଦଣ୍ଡ ଦିଅ।
ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” [b] ଆଦେଶ ମାନିବାକୁ ପ୍ରସ୍ତୁତ କରାଅ।
ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ।
ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ।
ସେହି ଜାତିମାନଙ୍କୁ ବିକ୍ଷିପ୍ତ କର,
ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।
31 ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ।
ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।
32 ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର।
ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର।
33 ପରମେଶ୍ୱରଙ୍କ ପାଇଁ ଗାଅ।
ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି।
ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।
34 ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି।
ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି
ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
35 ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ।
ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି।
ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।
14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା’ପରେ ମୁଁ କହିଲି, ଏହା ଅସାର ଅଟେ। 15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ।
ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ
16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି। 17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ।
ମୃତ୍ୟୁ କ’ଣ ନ୍ୟାୟ?
9 ମୁଁ ଏହିସବୁ ବିଷୟରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସେମାନଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ହାତରେ। କେହି ଜାଣେ ନାହିଁ, ତାକୁ ପ୍ରେମ କରାଯିବ କି ଘୃଣା କରାଯିବ। [a] ଏସବୁ ଭବିଷ୍ୟତ ଉପରେ ନିର୍ଭର କରେ। “ଏପରିକି ସେମାନଙ୍କର ପ୍ରେମ ଓ ଘୃଣା ପରମେଶ୍ୱରଙ୍କ ହାତରେ ଅଛି।”
2 ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅଶୌଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରତ୍ୟେକଙ୍କ ପାଇଁ ସବୁକିଛି ସମାନ।
3 ଯାହାସବୁ ସୂର୍ଯ୍ୟ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସେହିପରି ଶେଷ ହୁଏ। ଏବଂ ଲୋକମାନେ ଯେତେବେଳେ ଜୀବିତ ଥା’ନ୍ତି, ସେମାନଙ୍କର ହୃଦୟ ଦୁଷ୍ଟତା ଓ ମୂର୍ଖାମୀରେ ପୁରିଥାଏ। ଏହା ପରେ ସେମାନେ ମୃତ ଲୋକମାନଙ୍କ ପାଖକୁ ଯାଆନ୍ତି। 4 କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧ୍ୟରେ ମିଶ୍ରିତ ତାହାର ଭରସା ଥାଏ।
ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକୁର ମଧ୍ୟ ଭଲ ଅଟେ।
5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ। 6 ଯେପରି ସେମାନଙ୍କର ପ୍ରେମ, ଠିକ୍ ସେହିପରି ସେମାନଙ୍କର ଘୃଣା ଓ ଈର୍ଷା ନଷ୍ଟ ହୁଏ। ଏବଂ ସୂର୍ଯ୍ୟ ତଳେ ଯାହାକିଛି କରାଯାଏ, ତହିଁରେ ଅନନ୍ତକାଳ ସେମାନଙ୍କର କୌଣସି ଅଂଶ ନ ଥାଏ।
ଯେତେବେଳେ ପାର ଜୀବନକୁ ଉପଭୋଗ କର
7 ତୁମ୍ଭେ ଆପଣା ମାର୍ଗରେ ଯାଅ। ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି। 8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ। 9 ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ। 10 ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
ସାରା ଓ ହାଗାରର ଉଦାହରଣ
21 ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? 22 ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
24 ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। 25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। 26 କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। 27 ଶାସ୍ତ୍ର କୁହେ:
“ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ;
ଖୁବ୍ ଜୋର୍ରେ ହର୍ଷନାଦ କର,
ତୁମ୍ଭେ ପ୍ରସବବେଦନା
କେବେ ହେଲେ ଅନୁଭବ କରି ନାହଁ।
ଯେଉଁ ସ୍ତ୍ରୀ ପରିତ୍ୟକ୍ତା,
ତା’ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।” (A)
28-29 ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। 30 କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।” [a] 31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଦେଲେ
29 ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ ଓ ଗାଲିଲୀ ହ୍ରଦ କୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ।
30 ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୂକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 31 ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁ ନ ଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି; ଛୋଟାମାନେ ଗ୍ଭଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଗାନ କଲେ।
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(A)
32 ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”
33 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”
34 ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।”
35 ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ: 36 ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା’ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ। 37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା’ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। 38 ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। 39 ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
2010 by World Bible Translation Center