Book of Common Prayer
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।
44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2 ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
3 ଆମ୍ଭର ପିତୃପୁରୁଷଙ୍କ ଖଡ଼୍ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
4 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
5 ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
6 ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
7 ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
8 ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
9 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
କାହିଁକି ତୁମ୍ଭେ ଶୋଇ ରହିଛ?
ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
ଆମ୍ଭକୁ ସାହାଯ୍ୟ କର।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।
“କୌତୁକ” କ’ଣ ଆନନ୍ଦ ଦେଇପାରେ?
2 ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। 2 ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?
3 ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।
କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ?
4 ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। 5 ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। 6 ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। 7 ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା।
8 ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି।
9 ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା। 10 ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।
11 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।
ଏହାର ଉତ୍ତର ଜ୍ଞାନ ହୋଇପାରେ
12 ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା’ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି। 13 ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। 14 ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ।
କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି। 15 ତେଣୁ ମୁଁ ଆପଣା ମନେ ମନେ କହିଲି,“ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।”
1 ପ୍ରେରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ରେରିତ ହେବା ପାଇଁ ମନୁଷ୍ୟ ଦ୍ୱାରା ବଛା ଯାଇ ନାହିଁ କି ମନୁଷ୍ୟ ଦ୍ୱାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟ ଓ ପରମପିତା ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭାବେ ନିଯୁକ୍ତି ପାଇଛି। ସେହି ପରମପିତା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। 2 ମୋ’ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ [a] ଅଞ୍ଚଳର ସମସ୍ତ ବିଶ୍ୱାସୀ ମଣ୍ଡଳୀ ନିକଟକୁ ଲେଖା ଯାଉଅଛି।
3 ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। 4 ପରମପିତା ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯୀଶୁ ଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ। 5 ପରମେଶ୍ୱରଙ୍କ ମହିମା ସଦାସର୍ବଦା ହେଉ। ଆମେନ୍।
ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର
6 ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ। 7 ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି। 8 କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ୱର୍ଗଦୂତ ଯଦି ଆମ୍ଭଦ୍ୱାରା ପ୍ରଗ୍ଭରିତ ସୁସମାଗ୍ଭରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଗ୍ଭର ପ୍ରଗ୍ଭର କରେ, ତା’ହେଲେ ସେମାନେ ଦଣ୍ଡ ଓ ନିନ୍ଦାର ପାତ୍ର। 9 ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା’ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।
10 ତୁମ୍ଭେମାନେ କ’ଣ ଭାବୁଛ ଯେ, ଲୋକେ ମୋତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି? ନା! ଜଣେ ପରମେଶ୍ୱର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥା’ନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥା’ନ୍ତି।
ପରମେଶ୍ୱରଙ୍କଠାରୁ ପାଉଲଙ୍କ ଅଧିକାର
11 ଭାଇମାନେ! ମୁଁ କହି ଦେବାକୁ ଗ୍ଭହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଗ୍ଭର ଶୁଣାଇଲି ତାହା ମନୁଷ୍ୟକୃତ ନୁହେଁ। 12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।
13 ତୁମ୍ଭେମାନେ ମୋ’ ପୂର୍ବ ଜୀବନ ବିଷୟରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚେଷ୍ଟା କରିଥିଲି। 14 ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।
15 କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି। 16 ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ କହିଲେ। ଯେତେବେଳେ ପରମେଶ୍ୱର ମୋତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାଯ୍ୟ ନେଇ ନ ଥିଲି। 17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା’ପରେ ଦମ୍ମେସକ ନଗରକୁ ଫେରିଗଲି।
ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ
44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।
45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।
ମାଛଧରା ଜାଲର ଦୃଷ୍ଟାନ୍ତ
47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”
51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”
ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”
52 ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”
2010 by World Bible Translation Center