Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
8 ତୁମ୍ଭେ ମିଶରରୁ ଗୋଟିଏ
“ଦ୍ରାକ୍ଷାଲତା” ଆଣିଲ।
ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ
ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।
9 ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ।
ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା।
“ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା।
10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ
ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା।
11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା
ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ?
ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ,
ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ।
ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ।
ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା।
ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ।
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
10 ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ।
“ସେମାନଙ୍କର ପରମେଶ୍ୱର କାହାନ୍ତି?”
ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ।
ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।
11 ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ।
ହେ ପରମେଶ୍ୱର, ତୁମ୍ଭର ମହାଶକ୍ତି ପ୍ରୟୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
12 ହେ ପରମେଶ୍ୱର,
ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି,
ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
13 ତା’ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ
ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ।
ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।
କ୍ରୀତଦାସ ମାଲିକଙ୍କ ପାଇଁ ନିୟମ
35 “ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତେବେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ। 36 ତୁମ୍ଭେ ତା’ଠାରୁ ଋଣ ବାବଦରେ କୌଣସି ସୁଧ ନେବ ନାହିଁ। ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ। 37 ତାକୁ ଟଙ୍କା ଧାର ଦେଇ ତା’ଠାରୁ ସୁଧ ଆଦାୟ କର ନାହିଁ। ଆଉ ତାକୁ ଅନ୍ନ ଦେଇ ତା’ଠାରୁ ଲାଭ ଗ୍ରହଣ କର ନାହିଁ। 38 ଯେ ତୁମ୍ଭର ପରମେଶ୍ୱର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆମ୍ଭେ ଅଟୁ।
39 “ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ। 40 ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ। 41 ତା’ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫେରିଯିବ। 42 କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସେମାନେ ପୁନର୍ବାର ଆଉ କ୍ରୀତଦାସ ହେବେ ନାହିଁ। 43 ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ୱାମୀରୂପେ ବ୍ୟବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କୁ ଭକ୍ତି କରିବ।
44 “ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତେବେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ କ୍ରୀତଦାସଦାସୀ କିଣିବ। 45 ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସେମାନଙ୍କର ପରିବାରର ସଭ୍ୟ ତୁମ୍ଭ ଦେଶରେ ଜନ୍ମନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ତୁମ୍ଭେ କିଣି ପାରିବ। ସେମାନେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହେବେ। 46 ତୁମ୍ଭେମାନେ ନିଜ ଅନ୍ତେ ଆପଣା ଭବିଷ୍ୟତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସେମାନଙ୍କୁ ଦେଇ ପାରିବ। ସେମାନେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହୋଇ ରହିବେ। ମାତ୍ର ତୁମ୍ଭେମାନେ ନିଜ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ଉପରେ କଠୋର କର୍ତ୍ତୃତ୍ୱ କରିବ ନାହିଁ।
47 “ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ପ୍ରବାସୀ କି ବିଦେଶୀ ଧନୀ ହୋଇଯାଏ ଓ ତୁମ୍ଭର ସ୍ୱଦେଶୀ ଲୋକ ଦରିଦ୍ର ହୋଇଯାଏ, ଆଉ ସେହି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ, 48 ତେବେ ସେ ବ୍ୟକ୍ତି ପରେ ମୁକ୍ତ ହୋଇ ପାରିବ। ତାହାର ଜ୍ଞାତି ମଧ୍ୟରୁ କେହି ତାକୁ ମୁକ୍ତ କରି ପାରିବ। 49 ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରି ପାରିବ। ଆଉ ତା’ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରି ପାରିବ କିମ୍ବା ତାହାର ସ୍ୱହସ୍ତରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ୟ ମୁକ୍ତ କରି ପାରିବ।
50 “ତହିଁରେ ତାହାର ବିକ୍ରୟ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟା ଅନୁସାରେ ତାହାର ମୂଲ୍ୟ ହେବ; ବର୍ତ୍ତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ ହେବ। 51 ଯେବେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନେକ ବର୍ଷ ବାକିଥାଏ ତେବେ କ୍ରୟ ମୂଲ୍ୟର ଏକ ବଡ଼ ଅଂଶ ତାକୁ ଫେରାଇ ଦେବ। 52 ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ତାହା ସହିତ ସେ ଗଣନା କରିବ, ସେହି ବର୍ଷ ଅନୁସାରେ ସେ ଆପଣା କ୍ରୟ ମୂଲ୍ୟର ଏକ ଛୋଟ ଅଂଶ ତାକୁ ଫେରାଇ ଦେବ। 53 ମାତ୍ର ସେହି ବ୍ୟକ୍ତି ତା’ ସହିତ ଜଣେ କ୍ଷଣସ୍ଥାୟୀ ଘରୋଇ ସାହାଯ୍ୟକାରୀ ହିସାବରେ ରହିବ। ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠୋର କର୍ତ୍ତୃତ୍ୱ କରି ପାରିବେ ନାହିଁ।
54 “ଯଦି ତାକୁ କେହି ମୁକ୍ତ ନ କରେ, ତେବେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷରେ ମୁକ୍ତ ହୋଇ ବାହାରି ଯିବ। 55 କାରଣ ଇସ୍ରାଏଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ଦାସତ୍ୱରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
9 ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:
ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।
ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।
ଯୀଶୁଙ୍କ ବୀଜ ବୁଣିବାର ଦୃଷ୍ଟାନ୍ତ(A)
13 ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। 2 ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। 3 ତା’ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ,
“ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। 4 ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। 6 କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା’ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। 7 ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। 8 ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। 9 ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।”
ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା(B)
10 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?”
11 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। 12 ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା’ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। 13 ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। 14 ଭବିଷ୍ୟଦ୍ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ,
‘ତୁମ୍ଭେମାନେ ଶୁଣୁଥିବ,
କିନ୍ତୁ ବୁଝି ପାରିବ ନାହିଁ।
ତୁମ୍ଭେମାନେ ଦେଖୁଥିବ
କିନ୍ତୁ କିଛି ଜାଣି ପାରିବ ନାହିଁ।
15 କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି।
ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ
ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି।
ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ।
କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ,
କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ।
ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’ (C)
16 କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ।
2010 by World Bible Translation Center