Book of Common Prayer
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।
20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି।
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
ତହିଁରେ ସେ ତୁମ୍ଭର ଯତ୍ନ ନେବେ।
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
18 ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। 19 ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ।
20 ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। 21 ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। 22 ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। 23 ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। 24 ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। 25 ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
26 ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। 27 ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। 28 ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।
29 ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ।
30 ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। 31 ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। 32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।
33 ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।
ସଦାପ୍ରଭୁଙ୍କର ମହିମା
34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।
36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।
ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ଜୀବନ
4 ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ। 2 ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ’ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ମାଧ୍ୟମରେ ଆମ୍ଭେ ତୁମ୍ଭମାନଙ୍କୁ ସେହି କଥାଗୁଡ଼ିକ କହିଛୁ। ପରମେଶ୍ୱର ଇଚ୍ଛା କରନ୍ତି ଯେ, ତୁମ୍ଭେମାନେ ପବିତ୍ର ହୁଅ। 3 ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ। 4 “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ। [a] 5 ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି। 6 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। 7 ପରମେଶ୍ୱର ଆମ୍ଭକୁ ପବିତ୍ର ହେବା ପାଇଁ ଆହ୍ୱାନ କରିଛନ୍ତି। ଆମ୍ଭେ ପାପରେ ଜୀବନଯାପନ କରିବା ପାଇଁ ସେ ଗ୍ଭହାନ୍ତି ନାହିଁ। 8 ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।
9 ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି। 10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭେମାନେ ପ୍ରକୃତରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।
11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ଯ୍ୟର ଯତ୍ନ ନିଅ। ନିଜ ହାତରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ। 12 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ(A)
38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’ [a] 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।
ସମସ୍ତଙ୍କୁ ପ୍ରେମ କର(B)
43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’ [b] 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା’ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ [c]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
2010 by World Bible Translation Center