Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-72

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ହେତ୍

57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
    ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
    ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
    ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
    ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
    ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।

ଟେଟ୍

65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
    ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
    ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
    ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
    ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
    ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
    ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

ଗୀତସଂହିତା 49

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

49 ହେ ଜାତିଗଣ ସମୂହ ଶୁଣ,
    ହେ ପୃଥିବୀବାସୀ ଲୋକମାନେ ଶୁଣ,
    ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
    ଓ ବୁଦ୍ଧିମାନର କଥା କହିବି।
ମୁଁ ସେ ସବୁ ଯେ ଶୁଣି ଅଛି
    ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।

ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
    ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
    କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
    କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
    ତା’ର ଜୀବନକୁ ପ୍ରାୟାଶ୍ଚିତ କରି ପାରିବ।
କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
    ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା’ର ଶରୀରକୁ ରକ୍ଷା କରି ପାରିବ,
    ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
    ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
    ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
    କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
    ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।
13 ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ।
    ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।
14 ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି।
    ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ।
ତା’ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ।
    ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ,
    ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।

15 କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ।
    ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ।

16 କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ।
    ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
17 ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ।
    ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ।
18 ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ।
    ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା’ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।
19 ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ
    ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ।
20 ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ,
    ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ।

ଗୀତସଂହିତା 53

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।

53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
    ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
    ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
    ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
    ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
    ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
    ନାଁ, ଜଣେ କେହି ନାହିଁ!

ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
    ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
    ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
    ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
    ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
    ସେତେବେଳେ ଯାକୁବ ଆନନ୍ଦିତ ହେବେ
    ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।

ଯାତ୍ରାପୁସ୍ତକ 33

ମୁଁ ତୁମ୍ଭ ସହିତ ଯିବି ନାହିଁ

33 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ୟାଗ କର। ମୁଁ ଅବ୍ରହାମ ଓ ଇ‌ସ୍‌ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସେମାନଙ୍କ ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବି ବୋଲି। ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ୱର୍ଗଦୂତ ପଠାଇବି ପୁଣି ମୁଁ କିଣାନୀୟ ଓ ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ି ଦେବି। ତେଣୁ ତୁମ୍ଭେମାନେ ସେହି ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ଯାଅ କିନ୍ତୁ ମୁଁ ତୁମ୍ଭ ସହିତ ଯିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବି, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।”

ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସେମାନେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ। କାରଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ଯିବି ତେବେ ତୁମ୍ଭମାନଙ୍କୁ ଧ୍ୱଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହା ପରେ ତୁମ୍ଭମାନଙ୍କ ପାଇଁ କ’ଣ କରାଯିବ ବିଗ୍ଭର କରିବା।’” ତେଣୁ ଇସ୍ରାଏଲୀୟ ଲୋକମାନେ ହୋରେବ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

ଅସ୍ଥାୟୀ ସମାଗମ-ତମ୍ବୁ

ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା। ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ। ମୋଶା ତମ୍ବୁରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ୱାରରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। 10 ତେଣୁ ଯେତେବେଳେ ଲୋକମାନେ ତମ୍ବୁର ଦ୍ୱାର ଦେଶରେ ମେଘ ସ୍ତମ୍ଭ ଦେଖିଲେ। ସେତେବେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।

11 ଏହି ପ୍ରକାରେ ସଦାପ୍ରଭୁ ମୋଶାଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା ହେଲେ। ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମୋଶା କଥାବାର୍ତ୍ତା କରି ସାରିବା ପରେ ଛାଉଣିକୁ ଫେରି ଆସିଲେ କିନ୍ତୁ ତାଙ୍କର ପରିଗ୍ଭରକ ସର୍ବଦା ତମ୍ବୁରେ ରହୁଥିଲେ। ସେହି ପରିଗ୍ଭରକର ନାମ ଥିଲା ଯିହୋଶୂୟ, ସେ ଥିଲେ ନୂନର ପୁତ୍ର।

ମୋଶା ସଦାପ୍ରଭୁଙ୍କର ମହିମା ଦେଖିଲେ

12 ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋତେ ଆଜ୍ଞା ଦେଲ ଏହି ଲୋକମାନଙ୍କୁ ଆଗେଇ ନେବା ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମୋ’ ସହିତ କାହାକୁ ପଠାଇବ। ତୁମ୍ଭେ ମୋତେ କହିଛ ଯେ, ‘ତୁମ୍ଭେ ମୋତେ ଭଲଭାବେ ଜାଣ, ଏବଂ ତୁମ୍ଭେ ମୋ’ ପ୍ରତି ପ୍ରୀତ।’ 13 ଯଦି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛି, ତେବେ ବିନୟ କରୁଛି ତୁମ୍ଭେ ମୋତେ ତୁମ୍ଭର ପଥସବୁ ଶିକ୍ଷା ଦିଅ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସୀ କରି ପାରିବି। ମୁଁ ତୁମ୍ଭ ବିଷୟରେ ଜାଣିବାକୁ ଗ୍ଭହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳରେ ମୋତେ ବିବେଚନା କର।”

14 ସଦାପ୍ରଭୁ ଉତ୍ତର ଦେଲେ, “ମୋର ଉପସ୍ଥିତି ତୁମ୍ଭ ସହିତ ଯିବ ଏବଂ ତୁମ୍ଭକୁ ବିଶ୍ରାମ ଦେବ।”

15 ଏହା ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନ ରହେ, ତେବେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ। 16 କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ଯାଅ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିବୁ। ଯେମନ୍ତ ଆମ୍ଭେ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ବିଶେଷ ଲୋକ ହେବା। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନ ଯାଅ, ତେବେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେମାନେ ଭିନ୍ନ ନୋହୁଁ।”

17 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର କଥା ଅନୁଯାୟୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମଦ୍ୱାରା ଜାଣିଅଛି।”

18 ଏହା ପରେ ମୋଶା କହିଲେ, “ବର୍ତ୍ତମାନ ତୁମ୍ଭର ମହିମା ମୋତେ ଦେଖାଅ।”

19 ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି। 20 କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।

21 “ମୋ’ ନିକଟରେ ଏକ ଶୈଳ ଅଛି। ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ। 22 ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବି ଓ ମୁଁ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଛନ୍ନ କରିବି। 23 ଏହା ପରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।”

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:1-12

ଥେସଲନୀକୀଠାରେ ପାଉଲଙ୍କ କାର୍ଯ୍ୟ

ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା। ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ। ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ। ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି।

ତୁମ୍ଭେମାନେ ଜାଣିଛ ଯେ, କେବେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଗ୍ଭହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ୱାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ୱର ଜାଣନ୍ତି ଯେ, ଏହା ସତ୍ୟ। ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ।

ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ। ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ସୁସମାଗ୍ଭରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ୟ ତୁମ୍ଭମାନଙ୍କ ସହିତ ବାଣ୍ଟି ଦେବାକୁ ପ୍ରସ୍ତୁତ ଥିଲୁ। ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ।

10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ। 11 ତୁମ୍ଭେମାନେ ଓ ପରମେଶ୍ୱର ମଧ୍ୟ ଜାଣନ୍ତି ଯେ, ଏହା ସତ୍ୟ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ୟବହାର କରିଛୁ। 12 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ୱାସନା ଦେଲୁ ଏବଂ ପରମେଶ୍ୱରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ୱର ତୁମ୍ଭମାନଙ୍କୁ ନିଜ ରାଜ୍ୟ ଓ ମହିମା ପ୍ରାପ୍ତ କରିବା ପାଇଁ ଡାକୁଛନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 5:17-20

ଯୀଶୁ ଓ ପୁରାତନ ନିୟମର ଲେଖାସମୁହ

17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।

19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ [a]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center