Book of Common Prayer
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।
44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2 ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
3 ଆମ୍ଭର ପିତୃପୁରୁଷଙ୍କ ଖଡ଼୍ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
4 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
5 ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
6 ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
7 ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
8 ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
9 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
କାହିଁକି ତୁମ୍ଭେ ଶୋଇ ରହିଛ?
ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
ଆମ୍ଭକୁ ସାହାଯ୍ୟ କର।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।
ସୁବର୍ଣ୍ଣ ବାଛୁରି
32 ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2 ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3 ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। 4 ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା’ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ।
ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5 ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6 ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7 ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। 8 ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା’ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
15 ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା। 16 ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ।
17 ଯିହୋଶୂୟ ସେହି ଭୋଜିର କୋଳାହଳ ଶୁଣିଲେ। ଯିହୋଶୂୟ ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧର ଶବ୍ଦପରି ଏହା ଶୁଭୁଛି।”
18 ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।”
19 ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ। 20 ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।
ଆପଣଙ୍କ ନୂତନ ଜୀବନ ଆପଣଙ୍କ ଗୃହରେ
18 ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ।
19 ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର।
20 ସନ୍ତାନଗଣ! ପ୍ରତ୍ୟେକ କଥାରେ ପିତା-ମାତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।
21 ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା’ହେଲେ ସେମାନେ ହତାଶ ହୋଇଯିବେ।
22 ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର। 23 ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। 24 ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ। 25 ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।
4 ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି।
ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ
2 ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 3 ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ। 4 ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।
5 ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର। 6 କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।
ପାଉଲଙ୍କ ସାଥୀମାନଙ୍କ ବିଷୟରେ
7 ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। 8 ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। 9 ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।
10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ। 11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।
12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। 13 ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।
15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। 17 ଆର୍ଖିପ୍ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”
18 ମୁଁ ପାଉଲ, ନିଜ ହସ୍ତାକ୍ଷରରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମୋର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ଅନୁଗ୍ରହ ରହୁ। ଆମେନ୍।
ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି(A)
5 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। 2 ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,
3 “ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
4 ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
5 ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
କାରଣ ଏ ପୃଥିବୀ ସେହିମାନଙ୍କର ହେବ।
6 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
7 ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
8 ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
9 ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
2010 by World Bible Translation Center